Indian Ships: ହର୍ମୁଜ୍‌ ନିକଟରେ ଅଟକିଛନ୍ତି ୯ ଭାରତୀୟ ଜାହାଜ ଏବଂ ୧୯୮ ନାବିକ

Jul 08, 2026 - 10:54
Indian Ships: ହର୍ମୁଜ୍‌ ନିକଟରେ ଅଟକିଛନ୍ତି ୯ ଭାରତୀୟ ଜାହାଜ ଏବଂ ୧୯୮ ନାବିକ

"ନୂଆଦିଲ୍ଲୀ: ଫେବ୍ରୁଆରି ୨୮ ତାରିଖରେ ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ସୁଦ୍ଧା, ଭାରତକୁ ସାମଗ୍ରୀ ପରିବହନ କରୁଥିବା ୫୦ଟି ଭାରତୀୟ ଏବଂ ବିଦେଶୀ ପତାକାଧାରୀ ଜାହାଜ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛନ୍ତି, କିନ୍ତୁ ୯ଟି ଭାରତୀୟ ଜାହାଜ ହର୍ମୁଜ୍ ପ୍ରଣାଳୀ ନିକଟରେ ରହିଛି।

ଜାହାଜରେ ୧୯୮ ଜଣ ଭାରତୀୟ ନାବିକ ଅଛନ୍ତି।

ରିପୋର୍ଟ ହୋଇଥିଲା ଯେ, ଏହି ଭାରତୀୟ ଜାହାଜଗୁଡ଼ିକ ଏବେ ବି ଫସି ରହିଛନ୍ତି, କିନ୍ତୁ ଏବେ ସୂଚନା ପ୍ରକାଶ ପାଇଛି ଯେ, ସେଗୁଡ଼ିକ ଫସି ନାହାନ୍ତି, ବରଂ ସେମାନଙ୍କର ଏକ ଭିନ୍ନ ଉଦ୍ଦେଶ୍ୟ ଅଛି।

ତେଣୁ ସେମାନେ ସେଠାରେ ଅଟକି ରହିଥିବା କୁହାଯାଉଛି।

Advertisment ଜାହାଜ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ଜାହାଜଗୁଡ଼ିକ ବାଣିଜ୍ୟ ପାଇଁ ଅଟକି ରହିଛନ୍ତି କି କିଛି ଅନ୍ୟ କାର୍ଯ୍ୟ ଅଛି ତାହା ଜଣାପଡ଼ି ନାହିଁ।

ଭାରତୀୟ ଜାହାଜଗୁଡ଼ିକ ନୂତନ ମାଲ ନେବା ପାଇଁ ପଶ୍ଚିମ ଏସିଆକୁ ଯିବା ପାଇଁ ଅପେକ୍ଷା କରିଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ କୌଣସି ସୂଚନା ନାହିଁ ବୋଲି ମନ୍ତ୍ରଣାଳୟ କହିଛି।

ଶିଳ୍ପ ବିଶେଷଜ୍ଞମାନଙ୍କ ଅନୁସାରେ ଜାହାଜ କମ୍ପାନିଗୁଡ଼ିକୁ ଏହି ଅଞ୍ଚଳକୁ ସେମାନଙ୍କର ଜାହାଜ ପଠାଇବା ପାଇଁ କିଛି ସମୟ ଲାଗିପାରେ।

ତେବେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।

War: ପଶ୍ଚିମ ଏସିଆ ଯୁଦ୍ଧର ବ୍ୟାପକ ପ୍ରଭାବ: ସିଆ ସମୁଦାୟ ପ୍ରଭାବିତ ଅଧିକାରୀମାନେ କହିଛନ୍ତି ଯେ, ୧୮ଟି ଜାହାଜ ସୁରକ୍ଷିତ ଭାବରେ ପ୍ରଣାଳୀ ଦେଇ ଗତି କରିଛନ୍ତି।

ଅବଶିଷ୍ଟ ୩୨ଟି ବିଦେଶୀ ପତାକା ଥିବା ଜାହାଜ ରହିଛି।

ଏପର୍ଯ୍ୟନ୍ତ ଅତିକ୍ରମ କରିଥିବା ଜାହାଜ ମଧ୍ୟରେ ୧୯ଟି ବଲ୍କ କ୍ୟାରିଅର, ୧୪ଟି ଏଲପିଜି ଏବଂ ୧୨ଟି ଅଶୋଧିତ ତୈଳ ଟ୍ୟାଙ୍କର୍ ରହିଛି।

ଅବଶିଷ୍ଟ ଜାହାଜ ମଧ୍ୟରେ ଦୁଇଟି ଏଲଏନଜି କ୍ୟାରିଅର ଏବଂ ଗୋଟିଏ କଣ୍ଟେନର ଜାହାଜ ଅନ୍ତର୍ଭୁକ୍ତ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।