Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ

Jul 01, 2026 - 00:26
Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ

"ପାଟନା: ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି)-୨୦୨୬ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ଥାଣେ ପୁଲିସ।

ମଙ୍ଗଳବାର ପୁଲିସ ବିହାରର ପାଟନାରୁ ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର କୁମାର ଗୁପ୍ତାଙ୍କ ପତ୍ନୀ ସୁମନ କୁମାରୀଙ୍କୁ ଗିରଫ କରିଛି।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ତାଙ୍କର ଭୂମିକା ଥିବା ସନ୍ଦେହ କରାଯାଉଛି।Advertisment ଏହି ମାମଲାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ପୂର୍ବରୁ ଏକ ଅନ୍ତଃରାଜ୍ୟ ଚକ୍ରର ସନ୍ଧାନ ପାଇଥିଲା।

ତଦନ୍ତରେ ବିହାରର ଜଣେ ବାସିନ୍ଦାଙ୍କୁ ଏହି ରୢାକେଟ୍‌ର ମୁଖ୍ୟ ସୂତ୍ରଧର ଭାବେ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ମଧ୍ୟ ଅନ୍ୟ ଜଣେ ପ୍ରମୁଖ ଅଭିଯୁକ୍ତଙ୍କ ସନ୍ଧାନ ମିଳିଛି।

ଏହି ସଂଗଠିତ ରୢାକେଟ୍‌ ସହ ଜଡ଼ିତ ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ବିଭିନ୍ନ ରାଜ୍ୟରେ ଚଢ଼ଉ ଓ ତଦନ୍ତ ଜାରି ରହିଛି।

ଏହାପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ରବିବାର ଭିୱାଣ୍ଡି ଅଦାଲତରେ ହାଜର କରାଯାଇଥିଲା।

ସରକାରୀ ଓକିଲ ମାରିଆ ଅନସାରୀ କହିଛନ୍ତି ଯେ, ଜୁଲାଇ ୬ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅଦାଲତରେ ହାଜର କରାଯିବ।

TET 2026 Exam: ପ୍ରଶ୍ନପତ୍ର ଲିକ୍‌ ପରେ ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ ସୂଚନାଯୋଗ୍ୟ, ଗୁଇନ୍ଦା ସୂଚନା ଆଧାରରେ ଭିୱାଣ୍ଡିରେ ପୁଲିସ ଚଢ଼ଉ କରି ତିନି ଜଣଙ୍କୁ ଅଟକ ରଖିଥିଲା।

ସେମାନଙ୍କ ନିକଟରୁ ଟିଇଟି ପରୀକ୍ଷାର ଏକାଧିକ ପ୍ରଶ୍ନପତ୍ର ଜବତ କରାଯାଇଥିଲା।

ଶିକ୍ଷା ବିଭାଗ ଏହି ପ୍ରଶ୍ନପତ୍ରଗୁଡ଼ିକୁ ଯାଞ୍ଚ କରିବା ପରେ ସେଗୁଡ଼ିକ ଅସଲି ବୋଲି ନିଶ୍ଚିତ କରିଥିଲା।

ଏହାପରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସ୍ପଷ୍ଟ ହେବାରୁ ସମଗ୍ର ରାଜ୍ୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ମାମଲାର ସୂତ୍ରଧରମାନଙ୍କ ବିରୋଧରେ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (ଏମ୍‌ସିଓସିଏ) ଲାଗୁ କରାଯିବ ବୋଲି କହିଛନ୍ତି।

ପରୀକ୍ଷାର ନୂଆ ତାରିଖ ପରେ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

"