Arrest: ବ୍ୟାପକ ଅର୍ଥ ତୋଷରପାତ ଅଭିଯୋଗ; ଅନ୍ଧାର ରାତିରେ ଅଭିଯୁକ୍ତଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
ଭୁବନେଶ୍ବର: ବ୍ୟାପକ ଅର୍ଥ ଆତ୍ମସାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନର ବରିଷ୍ଠ ସହୟକା ଅଜୟ କୁମାର ନାଏକଙ୍କୁ ଗିରଫ କରିଛି।
କୋଟିଏ ୨୩ ଲକ୍ଷ ଟଙ୍କା ହେରଫେର ମାମଲାରେ ସଂପୃକ୍ତ ଥିବା ନେଇ ବ୍ୟାପକ ଅଭିଯୋଗ ଆସିଲା ପର ଠାରୁ ଶ୍ରୀ ନାୟକ ୨୦୨୬ ଅକ୍ଟୋବର ମାସରୁ ଫେରାର ଥିଲେ।
ତେବେ ଶ୍ରୀ ନାୟକ ଫେରାର ହେଲା ପରେ ଓଡ଼ିଶା ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଉପରେ ନଜର ରଖିଥିଲେ।
ଶ୍ରୀ ନାୟକ ଗତକାଲି ରାତିରେ ଏକ କାରରେ ନିଜର ଅନୁଗୋଳସ୍ଥି ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ।
ପୂର୍ବରୁ ଅନୁସରଣ କରୁଥିବା ଭିଜିଲାନ୍ସ ଟିମ୍ର କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ଶ୍ରୀ ନାୟକଙ୍କୁ ଗିରଫ କରିଛନ୍ତି।
Advertisment ସୂଚନାଯୋଗ୍ୟ, ଶ୍ରୀ ନାୟକ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ମିଛ ବିଲ ମାଧ୍ୟମରେ ୧,୨୩,୫୩,୪୫୭ ଟଙ୍କା ଆତ୍ମସାତ କରିଥବା ଜଣାପଡ଼ିଛି।
୨୦୧୯ ଜାନୁଆର ୧ ଠାରୁ ୨୦୨୫ ଜୁନ ୩୦ ମଧ୍ୟରେ ସେ ଏହି ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଛି।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତଦନ୍ତ ସମୟରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି।
Vigilance: ସରକାରୀ ଅର୍ଥ ଆତ୍ମସାତ: ସହକାରୀ କୃଷି ନିର୍ଦ୍ଦେଶକଙ୍କ ସମେତ ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
