Arrest: ଡକାୟତି ଯୋଜନା ପଣ୍ଡ: ୩ ଗିରଫ; ମାରଣାସ୍ତ୍ର ସମେତ ଲଙ୍କା ପାଉଡର ଜବତ

Sep 03, 2026 - 23:07
Arrest: ଡକାୟତି ଯୋଜନା ପଣ୍ଡ: ୩ ଗିରଫ; ମାରଣାସ୍ତ୍ର ସମେତ ଲଙ୍କା ପାଉଡର ଜବତ

"ରାଉରକେଲା/ହାତୀବାରି: ଗତରାତିରେ ବଡ଼ଧରଣ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ତିିନିଜଣକୁ ହାତୀବାରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ ହେଲେ ବୀରମିତ୍ରପୁର ଗୋବିରାର ବୋଲୋ ଖାଲେଖୋ (୩୦), ପୁରୁଣାପାଣିର ଅଜୟ କୁଜୁର (୩୨), ସନାତନ ସାହୁ (୩୦)।

ଅନ୍ୟମାନଙ୍କ ଘଟଣାସ୍ଥଳରୁ ‌ଫେରାର ହୋଇଯାଇଛନ୍ତି।

Advertisment ଏମାନଙ୍କ ନିକଟରୁ ସ୍କର୍ପିଓ (ଓଡି୩୪ସି-୭୬୪୦), ଦୁଇଟି ଛୁରି, ଲୁହାରଡ, ମାସ୍କ, ଲାଠି, ଟର୍ଚ୍ଚ ଲାଇଟ୍‌, ଲଙ୍କାପାଉଡର, ପ୍ଲାଷ୍ଟିକ୍‌ ରସି, ଖାଲି ମଦ ବୋତଲ ଜବତ ହୋଇଛି।

ଏମାନଙ୍କ ନାଁରେ ପୂର୍ବରୁ ଅନେକ ଚୋରି ଓ ଡକାୟତି ମାମଲା ରହିଛି।

ଗତ ଅଗଷ୍ଟ ୨୬ ତାରିଖ ରାତିରେ ବିକାଶ ଲାଖୁଆଙ୍କ ସହ ମିଶି ପୁରୁଣାପାଣି ଚୁନପଥର ଖଣିରେ ସୁରକ୍ଷାକର୍ମୀଙ୍କୁ ଧମକଚମକ ଦେଇ ୫ କ୍ବିଣ୍ଟାଲ ତମ୍ବା ତାର, ତିନି ବଣ୍ଡଳ ଆଲୁମିନିୟମ ତାର, ଦୁଇଟି ମୋବାଇଲ ଚୋରି କରିଥିଲେ।

ଏହାର ତିନି ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୨୩ରେ ସାମୁଟୋଲି ଗ୍ରାମରେ ଏକ ଟ୍ରାନ୍ସଫର୍ମରରୁ ତମ୍ବା ତାର ଚୋରି କରି ଫେରାର ହୋଇଯାଇଥିଲେ।

ମିଳିଥିବା ସୂଚନା ମୁତବାକ ଗତକାଲି ରାତି ପ୍ରାୟ ୩ଟାରେ ଗିରଫ ତିନି ଡକାୟତି ଓ ତାଙ୍କ ସହଯୋଗୀ ପୁରୁଣାପାଣି ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ନିକଟସ୍ଥ ପଡ଼ିଆରେ ମାରଣାସ୍ତ୍ର ସହ ବଡଧରଣ ଡକାୟତି ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା।

ସୂଚନା ଆଧାରରେ ପେଟ୍ରୋଲିଂ କରୁଥିବା ହାତୀବାରି ପୁଲିସ ଘଟଣାସ୍ଥଳରେ ଚଢ଼ଉ କରିଥିଲେ।

ଅନ୍ଧାରର ସୁଯୋଗ‌ ସେଠାରୁ ଖସିଯିବାକୁ ସମସ୍ତେ ସେଠାରୁ ଦୌଡ଼ିବାକୁ ଲାଗିଥିଲେ।

ପୁଲିସ ସେମାନଙ୍କ ପିଛା କରି ଗିରଫ ତିନି ଜଣକୁ କାବୁ କରିବାରେ ସକ୍ଷମ ହୋଇିଥଲା।

ଅନ୍ୟମାନେ ସେଠାରୁ ଚମ୍ପଟ ହୋଇଯାଇଥିଲେ। student missing: ଏମକେସିଜି ଭେଷଜ ମହାବିଦ୍ୟାଳୟର ଛାତ୍ର ନିଖୋଜ, ସ୍ବତନ୍ତ୍ର ଟିମ ଗଠନ କରି ପୁଲିସ ଖୋଜୁଛି କହିଲେ ଏସପି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)