Arrest: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ହତ୍ୟା ଧମକ ଅଭିଯୋଗ

Oct 13, 2026 - 20:02
Arrest: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ହତ୍ୟା ଧମକ ଅଭିଯୋଗ

"ଜମନକିରା (ରାଜେନ୍ଦ୍ର ନାଏକ): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କଟଙ୍ଗପାଣି ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଲକ୍ଷ୍ମଣ ପଟେଲ (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ, କୁଚିଣ୍ଡା ଥାନା ଅନ୍ତର୍ଗତ ଲିଙ୍ଗାପାଲି ମୂଳ ବାସିନ୍ଦା ଲକ୍ଷ୍ମଣ ପଟେଲ୍ ଦୀର୍ଘ ବର୍ଷ ହେଲା ଜମନକିରା ଥାନା ଅଂଚଳ କଟଙ୍ଗପାଣି ଗାଁ ରେ ଘର ଜୋଇଁ ଭାବରେ  ରହୁଛନ୍ତି।

Advertisment ଗତ ୯ ତାରିଖ ରାତି ପ୍ରାୟ ୯ଟା ସମୟରେ ଅଭିଯୁକ୍ତ ଲକ୍ଷ୍ମଣ ପଟେଲ କଟଙ୍ଗପାଣି ଗ୍ରାମର ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପିନ୍ଧିଥିବା ପୋଷାକ ଟାଣିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ମହିଳା ଜଣକ ଏହାର ପ୍ରତିରୋଧ କରି ଚିତ୍କାର କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଫେରାର ହେବା ସମୟରେ ସେ ମହିଳାଙ୍କୁ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

False rape allegation: ପୁଲିସ ତଣ୍ଟିରେ ମିଛ ଦୁଷ୍କର୍ମ କଣ୍ଟା!

ଦେଢ଼ବର୍ଷରେ ୨୦ ମିଥ୍ୟା ଦୁଷ୍କର୍ମ ମାମଲା ତିନିଥର ମହିଳାଙ୍କୁ ପ୍ରେମ ନିବେଦନ!ଏଥିସହ ଅଭିଯୁକ୍ତ ପୂର୍ବରୁ ଦୁଇରୁ ତିନିଥର ମହିଳାଙ୍କୁ ପ୍ରେମ ନିବେଦନ କରିଥିବା ବେଳେ ସେ ଏହାକୁ ଏଡ଼ାଇ ଆସୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଜମନକିରା ଥାନା କେସ୍ ନମ୍ବର ୧୭୩, ତାରିଖ ୧୨.୧୦.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୬୪(୧), ୬୨, ୭୪, ୭୬, ୭୯ ଓ ୩୫୧(୩) ଅନୁଯାୟୀ ମାମଲା ରୁଜୁ ହୋଇଛି।

ମଙ୍ଗଳବାର ପୁଲିସ ଅଭିଯୁକ୍ତ ଲକ୍ଷ୍ମଣ ପଟେଲଙ୍କୁ ଗିରଫ କରି କୋର୍ଟକୁ ପଠାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)