ରାଜଧାନୀ ବସ୍ତିବାସିନ୍ଦାଙ୍କୁ ଦଶହରା ଭେଟି, ମିଳିଲା ପକ୍କା ଘର

Oct 13, 2026 - 20:13
ରାଜଧାନୀ ବସ୍ତିବାସିନ୍ଦାଙ୍କୁ ଦଶହରା ଭେଟି, ମିଳିଲା ପକ୍କା ଘର

ନନ୍ଦିଘୋଷ ବ୍ୟୁରୋ: ପୂରଣ ହେଲା ରାଜଧାନୀ ବସ୍ତି ବାସିନ୍ଦାଙ୍କ ସ୍ବପ୍ନ । ମିଳିଲା ପକ୍କା ଘର। ନବୀନ ସରକାର ଅମଳରୁ ଆରମ୍ଭ ହୋଇଥିବା ଦୁଇଟି ଆବାସ ପ୍ରକଳ୍ପ ସରିବା ପରେ ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗାଡ଼କଣର ମୁକ୍ତେଶ୍ୱର ରେସିଡେନ୍ସି ସୁଲଭ ଆବାସିକ ହାଉସିଂ ପ୍ରକଳ୍ପରେ ୬୮୦ ଘର ରହିଛି । ୬.୩୬ ଏକର ଜମି ଉପରେ ଥିବା ୧୭ଟି ବ୍ଲକ୍ ଚାରି ମହଲା ବିଶିଷ୍ଟ। ସେହିପରି ଘାଟିକିଆର ନୀଳକଣ୍ଠେଶ୍ୱର ନିବାସ ସୁଲଭ ଆବାସିକ ପ୍ରକଳ୍ପରେ ମୋଟ ୯୨୮ଟି ଘର ଓ ୩୨ଟି ଦୋକାନ ତିଆରି ହୋଇଛି। ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି। ଏହାସହ ଭୁବନେଶ୍ବରରେ ଗରିବ ଲୋକଙ୍କୁ ଭଡ଼ା ଘର ଯୋଗାଇବାକୁ ପଡ଼ିଛି ମୂଳଦୂଆ। ପିଏମ୍ଓ୍ବାଇ ଅର୍ବାନ ବନ୍ଧୁ ଯୋଜନାରେ ୩ଶହ ଘର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୬ ମାସରେ ପ୍ରସ୍ତୁତ ହେବ ଏହି ୩ ଶହ ଭଡ଼ା ଘର ।

ବସ୍ତି ବାସିନ୍ଦାଙ୍କୁ ଦଶହରା ଭେଟି। କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରର ସର୍ବନିମ୍ନ ଆବଶ୍ୟକତା ପୂରଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ପ୍ରାୟ ୫ ଲକ୍ଷ ଘର ଯୋଗାଇ ଦିଆଯିବ। କେବଳ ଆବାସ ନୁହେଁ, ପିଲାଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡିଏ ପକ୍ଷରୁ କରାଯାଇଥିବା ୧୨ଟି ଅତ୍ୟାଧୁନିକ ଖେଳ ପଡ଼ିଆକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମସ୍ତ ପଦକ୍ଷେପ ଭୁବନେଶ୍ୱରକୁ ଏକ ସୁରକ୍ଷିତ ଓ ସନ୍ତୁଳିତ ସହର ଭାବେ ଗଢ଼ିବା ତୋଳିବାରେ ସହାୟକ ହେବ ବୋଲି କହିଛନ୍ତି ମେୟର।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)