Arrest: ଭ୍ୟାନିଟି ଛିନ୍ତାଇ ଘଟଣାରୁ ମୋବାଇଲ୍ ଲୁଟ୍ର ପର୍ଦ୍ଦାଫାସ
"ରାଉରକେଲା (ପଙ୍କଜ ମହାନ୍ତି): କଥାରେ ଅଛି ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା।
ସେମିତି ଏକ ଭ୍ୟାନିଟି ଛିନ୍ତାଇ ଘଟଣାର ତଦନ୍ତ କରୁକରୁ ଏକ ବଡ଼ ମୋବାଇଲ୍ ଲୁଟ୍ ରାକେଟ୍ର ପର୍ଦ୍ଦାଫାସ କରିଛି ରାଉରକେଲା ପୁଲିସ।
ଭ୍ୟାନିଟି ଖୋଜୁଖୋଜୁ ୮ଟି ମୋବାଇଲ୍ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତହେଲେ ସେକ୍ଟର-୧ କଲ୍ୟାଣୀ ବସ୍ତିର ସୁରଜ ଚୌଧୁରୀ ଓରଫ ଚିଣ୍ଟୁ(୨୬)।
ତାଙ୍କଠାରୁ ଗୋଟିଏ ପାଉଁଜି, ଗୋଟିଏ ରୁପା ଟଙ୍କା, ଗୋଟିଏ ଟାଇଟନ ଘଣ୍ଟା, ନଗଦ ୧୫ ହଜାର ୯୦୦ ଟଙ୍କା ସହ ୮ଟି ମୋବାଇଲ୍ ଓ ଗୋଟିଏ ବାଇକ୍ (ଓଆର୍-୧୪ଏକ୍ସ-୩୨୮୮) ଜବତ କରାଯାଇଛି।
ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।Advertisment ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ କାବୁ କରି ସୁରକ୍ଷିତ ଆଶ୍ରୟ କେନ୍ଦ୍ରକୁ ପଠାଯାଇଛି।
ଏନେଇ ସେକ୍ଟର-୧୯ ଥାନାରେ ଆୟୋଜିତ ପ୍ରେସ୍ମିଟ୍ରେ ଡିଏସ୍ପି ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ବିଶ୍ରା ଖୁଣ୍ଟୁଗାଁ ଅଞ୍ଚଳର ସୁକୋ ଓରାମ(୫୦) ସେକ୍ଟର-୧୯ସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ରାଞ୍ଚକୁ ଯାଇଥିଲେ।
ଦିନ ପ୍ରାୟ ୨ଟାବେଳେ ୪ ହଜାର ଟଙ୍କା ଉଠାଇ ଭ୍ୟାନିଟିରେ ରଖୁଥିବାବେଳେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଛିନ୍ତାଇ କରି ଚମ୍ପଟ୍ ମାରିଥିଲେ।
Rahul Gandhi: ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ସୁପ୍ରିମ୍ କୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ ଏନେଇ ସେକ୍ଟର-୧୯ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା।
ପୁଲିସ ତନାଘନା କରି ଅଭିଯୁକ୍ତଙ୍କୁ ଠାବ କରିଥିଲା।
ଏହାପରେ ସେକ୍ଟର-୧୯ ଥାନା ଅଧିକାରୀ ବୈଦ୍ୟନାଥ ସାହୁ, ଝିରପାଣି ଥାନାଧିକାରୀ ପ୍ରତିଭା ସାହୁ, ଗୋପବନ୍ଧୁପାଲି ଫାଣ୍ଡି ଅଧିକାରୀ ଏସ୍ଆଇ ସିନ୍ମୟ ବଳ, ଏସ୍ଆଇ ଆର୍.କେ ଭୋଇ, ଏସ୍ଆଇ ରାଜେଶ ବେହେରାଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା।
ଅଭିଯୁକ୍ତ ସୁଜର ଘରେ ଶୋଇଥିବାବେଳେ ପୁଲିସ ତାଙ୍କୁ ଚାରିପଟୁ ଘେରି ଉଠାଇ ଆଣିଥିଲା।
ପଚରାଉଚରା କରିବାରୁ ଜଣାପଡ଼ିଲା ଯେ, ସୂରଜ ଅନ୍ୟ ୨ ସହଯୋଗୀଙ୍କ ସହ ମିଶି ବ୍ୟାଙ୍କ ସମ୍ମୁଖରୁ ଛିନ୍ତାଇ କରିବା ସହ ସେକ୍ଟର-୧୯, ସେକ୍ଟର-୧୫, ସେକ୍ଟର-୭, ସେକ୍ଟର-୩ ଓ ଝିରପାଣି ଥାନା ଅଞ୍ଚଳରୁ ୮ଟି ମୋବାଇଲ୍ ଛିନ୍ତାଇ କରିଛି।
ପୁଲିସ ସମସ୍ତ ମୋବାଇଲ୍ ଜବତ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି।
ନାବାଳକଙ୍କୁ କୋର୍ଟରେ ହାଜର କରିବା ପରେ ସୁରକ୍ଷିତ ଆଶ୍ରୟ କେନ୍ଦ୍ରକୁ ପଠାଇ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।