Protest: ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ
"ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ବାରିଣୀପୁଟ ଅଞ୍ଚଳରେ ଗତକାଲି ଛୁରି ଭୁସି ଜଣେ ଯୁବକଙ୍କୁ ହତ୍ୟାକାଣ୍ଡକୁ ନେଇ ଶନିବାର ଉତ୍ତେଜନା ଦେଖାଦେଇଛି।
ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ମୃତଦେହକୁ ବାରିଣୀପୁଟ ଫାଣ୍ଡି ସମ୍ମୁଖରେ ରଖି ଜାତୀୟ ରାଜପଥ-୨୬ ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।
ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ବୋରିଗୁମ୍ମା ବ୍ଲକର ମର୍ଦ୍ଦାମାଲ ଅଞ୍ଚଳରୁ ପୁଲିସ କାବୁ କରିଥିବା କୁହାଯାଉଛି।
ତେବେ ପରିବାରବର୍ଗ ଓ ଗ୍ରାମବାସୀ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।Advertisment ଆହୁରି ପଢନ୍ତୁ: Lord Jagannath: "ଜଗନ୍ନାଥ ସଂସ୍କୃତି ବିଶ୍ୱବନ୍ଧୁତ୍ୱର ଏକ ସମ୍ପୂର୍ଣ୍ଣ ଜୀବନଦର୍ଶନ" ପ୍ରକୃତରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି କି ନା ପୁଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରି ସେମାନେ ରାସ୍ତାରୋକ କରିଛନ୍ତି।
ଟାୟାର ଜାଳି ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥ-୨୬ରେ ଶହ ଶହ ଯାନବାହନ ଅଟକି ରହିଥିଲା।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜୟପୁର ତହସିଲଦାର ସବ୍ୟସାଚୀ ଜେନା, ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ସଦର ଓ ବାରିଣୀପୁଟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।