Seized: ଗୋଦାମ ସିଲ କଲା ଏନ୍‌ଫୋରସ୍‌ମେଂଟ ଟିମ୍‌; ୩୦୦୦ବସ୍ତା ସାରର ହିସାବ ନାହିଁ

Aug 01, 2026 - 19:09
Seized: ଗୋଦାମ ସିଲ କଲା ଏନ୍‌ଫୋରସ୍‌ମେଂଟ ଟିମ୍‌; ୩୦୦୦ବସ୍ତା ସାରର ହିସାବ ନାହିଁ

"ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ସାରର କଳାବଜାରୀ ପ୍ରଚୁର ପରିମାଣରେ ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ଏକ ଏନ୍‌ଫୋରସ୍‌ମେଂଟ ଟିମ୍ ଗଠନ କରିଛନ୍ତି।

ଏହି ଟିମ୍ ବିଷମ କଟକ ତହସିଲ ଅଧିନରେ ରହିଥିବା ବିଭିନ୍ନ ଲାଇସେନ୍‌ସ୍ ପ୍ରାପ୍ତ ସାର ଦୋକାନ ଗୁଡିକ ର ଷ୍ଟକ ଯାଂଚ କରିବା ସହ ବିନା ଲାଇସେନ୍‌ସ୍‌ରେ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ଗୋଦାମ ଉପରେ ଚଢାଉ କରୁଛନ୍ତି।

Advertisment ଏହି ମର୍ମମରେ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ବିଷମ କଟକ ସଦର ସ୍ଥ ରତାଟିକ୍ରି ଠାରେ ରହିଥିବା ପ୍ରଗତି କୋପୋରେଟିମ୍ ସୋସାଇଟିର ସାର ଦୋକନ ଉପରେ ଉକ୍ତ ଯାଂଚ ଟିମ୍ ଚଢାଉ କରି ଦୋକାନ ଏବଂ ଗୋଦାମରେ ଗଛିତ ରହିଥିବା ସାର ପରିମାଣ ଦେଖିବା ସହ କ୍ରୟ ଏବଂ ବିକ୍ରୟ ନଥିପତ୍ର ଯାଂଚ କରିଥିଲେ।

ଅନ୍‌ଲାଇନ୍‌ରେ ଗୋଦାମ ରେ ୪ହଜାର ବସ୍ତା ବିଭିନ୍ନ କିଶମ ର ସାର ଗଛିତ ରହିଥିବା ଜଣାଯାଇଥିବା ବେଳେ ଗୋଦାମରେ ୧୦୦୦ବସ୍ତା ସାର ଗଛିତ ରହିଥିବା ଦେଖିଥିଲେ।

LPG Blackmarket ଏଲ୍‌ପିଜି କଳାବଜାରୀ: ୩୦ ଜିଲ୍ଲାରେ ୧୯୧୫ ଯାଞ୍ଚ, ୩୪୩୫ ସିଲିଣ୍ଡର ଜବତ ତେବେ ବଳକା ୩ହଜାର ବସ୍ତା ସାର କାହାକୁ ବିକ୍ରିହେଲା ତାର କୌଣସି ତଥ୍ୟ ସୋସାଇଟି ନିକଟରେ ନଥିଲା।

ସାର ବିକ୍ରିରେ ଅନିୟମିତତା ଦର୍ଶଇ ଏନ୍‌ଫୋରସ୍‌ମେଂଟ ଦଳ ସୋସାଇଟି ର ଦୋକାନ ଏବଂ ଗୋଦାଦ କୁ ସିଲ କରିବା ସହ ସୋସାଇଟି ସଭାପତି ଙ୍କୁ କାରଣ ଦର୍ଶଅ ନୋଟିସ୍ ଜାରି କରାଯାଇଛି।

ଏନ୍‌ଫୋରସ୍‌ମେଂଟ ଟିମ୍‌ରେ ଅତିରିକ୍ତ ତହସିଲଦାର ଦିଲେଶ୍ୱରୀ ଦଳେଇ, ଜିଲ୍ଲା କୃଷି ଅଧିକାରୀ ନକ୍ଷେତ୍ର ମୋହନ ରାହୁଲ୍ ,ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ହାଇବୃ ଙ୍କ ସମେତ ପୁଲସ୍‌ର ଏକ ଟିମ୍ ଉପସ୍ଥିତ ଥିଲେ।

ଏ ନେଇ ବିଷମକଟକ ତହସିଲଦାର ତଥା ନୋଡାଲ ଅଧିକାରୀ କେ.ଭେଙ୍କେଟେଶ୍ୱର ରେଡ୍ଡି ଙ୍କ ସହ ଯୋଗାଯୋଗ କରିଥିବା ବେଳେ ପ୍ରଗତି କୋପରେଟିଭ୍ ସୋସାଇଟି ର ଦୋକନ୍ ଯାଂଚ ସମୟରେ କ୍ରୟ ବିକ୍ରୟ ନଥି ସାଙ୍ଗକୁ ଗୋଦାମ ର ସାର ସଂଖ୍ୟା ମେଳ ଖାଇନଥିବାରୁ ଗୋଦାମ୍ ରେ କମ୍ ରହିଥିବା ସାର କାହାକୁ ବିକ୍ରି କରାଯାଇଛି ସେ ନେଇ ସୋସାଇଟିକୁ କାରଣ ଦର୍ଶାଅ ନୋଟସ୍ ଜାରି କରାଯାଇଛି।

ନୋଟିସ୍‌ର ଉତ୍ତର ପାଇବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।