Review Meeting: ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସଜାଗ ଓ ସୁଦୃଢ଼ ରଖିବାକୁ ନିର୍ଦ୍ଦେଶ

Aug 01, 2026 - 21:27
Review Meeting: ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସଜାଗ ଓ ସୁଦୃଢ଼ ରଖିବାକୁ ନିର୍ଦ୍ଦେଶ

"ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼.

ମୁକେଶ ମହାଲିଙ୍ଗ ଆଜି ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ଜିଲ୍ଲାମାନଙ୍କର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଖାରବେଳ ଭବନ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି।Advertisment ବୈଠକରେ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହ ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ତ୍ଵରିତ ପ୍ରତିକ୍ରିୟା ଟିମ୍ ଓ ମୋବାଇଲ୍ ହେଲ୍ଥ ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ଡାଇରିଆ, ହଇଜା, ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଜଳବାହିତ ଏବଂ ଭେକ୍ଟରଜନିତ ରୋଗର ନିରନ୍ତର ନଜର ରଖିବା ଓ ଆବଶ୍ୟକ ସ୍ଥଳେ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Maharastra: ମୃତଦେହ ସହିତ ଛାତ ଉପରେ ଘଣ୍ଟାଘଣ୍ଟା ବିତାଇଲେ ପାଲଘର ବନ୍ୟା ପ୍ରଭାବିତ ପରିବାର ରିଲିଫ କେନ୍ଦ୍ରଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ପାନୀୟ ଜଳ, ସ୍ୱଚ୍ଛତା ବ୍ୟବସ୍ଥା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର CDM&PHOମାନେ ବନ୍ୟା ପରିସ୍ଥିତି, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ମନ୍ତ୍ରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନ ଓ ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହି ଦାୟିତ୍ୱ ସମ୍ପାଦନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନ୍, ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍ ଡେଙ୍ଗୁ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ସ୍ୱାସ୍ଥ୍ୟ କଲ୍ୟାଣ ବିଷୟରେ ସମୀକ୍ଷା କରାଯାଇ ଆଗାମୀ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି।

ସୂଚନା ଅନୁସାରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲାଗୁଡିକରେ ଆଜି ୩୬୭ ଜଣଙ୍କୁ ସାଧାରଣ ରୋଗ ନିମନ୍ତେ ଚିକିତ୍ସା ଯୋଗାଇ ଦିଆ ଯାଇଥିବା ବେଳେ ସମୁଦାୟ ୯୦୨୫ ଜଣଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।

ଆଜି ୧୨ ଟି ସାପ କାମୁଡା କେସ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ୫୮ଟି କେସରେ ପୀଡ଼ିତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।

ଡାଇରିଆ ଜନିତ ରୋଗରେ ୧୧୪ ଜଣଙ୍କୁ ଚିକିତ୍ସିତ ହେଉଛନ୍ତି।

ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ଵତୀ ଏସ., ବରିଷ୍ଠ ଅଧିକାରୀ ଏବଂ ଅଭାଷୀ ମାଧ୍ୟମରେ ମେଡ଼ିକାଲ କଲେଜ ଡିନ ଏବଂ ପ୍ରିନ୍ସପାଲ ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର CDM&PHO ମାନେ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।