Arnab: ‘ଅର୍ଣ୍ଣବ’ର ମୁକାବିଲା ପାଇଁ ବିଏମ୍‌ସି ର ପ୍ରସ୍ତୁତି: ଜଳବନ୍ଦୀ, କଳାବଜାରୀ ଉପରେ ନଜର

Oct 27, 2026 - 06:46
Arnab: ‘ଅର୍ଣ୍ଣବ’ର ମୁକାବିଲା ପାଇଁ ବିଏମ୍‌ସି ର ପ୍ରସ୍ତୁତି: ଜଳବନ୍ଦୀ, କଳାବଜାରୀ ଉପରେ ନଜର

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ ଖୋଲାଯିବା ସହ ଜଳବନ୍ଦି ଅଞ୍ଚଳରେ ତତ୍କାଳ ସହାୟତା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

ଯୋଗାଣ ବିଭାଗ ପକ୍ଷରୁ ୧୬୪ କ୍ବିଣ୍ଟାଲ ଚୁଡ଼ା ସହ ଆବଶ୍ୟକ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି।

ଖାଦ୍ୟ ସାମଗ୍ରୀର କଳବଜାରୀ କରୁଥିବା ‌ବ୍ୟବସାୟୀ, ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦରଦାମ ବୃଦ୍ଧି ରୋକିବାକୁ ଚଢ଼ଉ ଆରମ୍ଭ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ ବାତ୍ୟାକୁ ଆଖି ଆଗରେ ରଖି ବିଏମ୍‌ସିର ସମସ୍ତ କର୍ମଚାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ୍‌ ସହ ବଦଳି କର୍ମଚାରୀଙ୍କୁ ବର୍ତ୍ତମାନ ଦାୟିତ୍ୱରୁ ଅବ୍ୟାହତି ନଦେବାକୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି।

ଜରୁରୀ ଯୋଗାଯୋଗ ପାଇଁ କର୍ପୋରେଟର ଓ ଜୋନ୍‌ ଅଧିକାରୀଙ୍କ ଫୋନ୍‌ ନମ୍ବର ସେୟାର୍‌ କରିବାକୁ କୁହାଯାଇଛି।

ସମସ୍ତ ବିଭାଗ ସମନ୍ୱୟ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସ୍ୱାଭାବିକ ରଖିବାକୁ ମେୟର କହିଛନ୍ତି।

ମେୟର ଶ୍ରୀମତୀ ଦାସଙ୍କ ଅଧ୍ୟକ୍ଷତାରେ ଆଜି ବାତ୍ୟା 'ଅର୍ଣ୍ଣବ' ପାଇଁ ଏକ ପ୍ରସ୍ତୁତି ବୈଠକ ମହାନଗର ନିଗମ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣା, ଅତିରିକ୍ତ କମିସନର ସସ୍ମିତା ସାହୁ, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ, ଅତିରିକ୍ତ କମିସନର ଜୟଶ୍ରୀ ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଞ୍ଜନ ବେହେରା, ସିଟି ଇଞ୍ଜିନିୟର ପ୍ରଫୁଲ୍ଲ କୁମାର ରଇତଙ୍କ ସମେତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, କର୍ପୋରେଟର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ 'ଅର୍ଣ୍ଣବ'ର ଗତିପଥ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଡ୍ରେନେଜ୍‌, ବିଦ୍ୟୁତ୍‌ ଓ ପରିବେଶ ଉପବିଭାଗକୁ ଆବଶ୍ୟକ ଯନ୍ତ୍ରପାତି, ଯାନବାହନ, ଇନ୍ଧନ ଓ ମାନବସମ୍ବଳ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଆଜି ସନ୍ଧ୍ୟା ସୁଦ୍ଧା ସହରରୁ ସମସ୍ତ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ଦେଖି ହାଇମାଷ୍ଟ ଲାଇଟ୍‌ଗୁଡ଼ିକୁ ତଳକୁ ଖସାଇ ରଖିବା ଓ ପ୍ରମୁଖ ରାସ୍ତାର ଆଲୋକ ବ୍ୟବସ୍ଥା ସଚଳ ରଖିବାକୁ କୁହାଯାଇଛି।

୩୦ ଯାଏଁ କର୍ମଚାରୀଙ୍କ ଛୁଟି ବାତିଲ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ତଳକୁ ଖସିବ ହାଇମାଷ୍ଟ ଲାଇଟ୍‌ ୬ ବୋଟ୍‌ ଓ ୬୯ଟି କଟର୍‌ ପ୍ରସ୍ତୁତ ଅପରପକ୍ଷେ ସହରର ଜଳବନ୍ଦୀ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ଆଗୁଆ ପାଣିପମ୍ପ ରଖିବାକୁ କୁହାଯାଇଛି।

ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଇଞ୍ଜିନିୟରମାନେ ସମସ୍ତ ଡ୍ରେନ୍‌ର ସ୍ଥିତି ଯାଞ୍ଚ କରି ଆବଶ୍ୟକ ସ୍ଥାନରେ ବ୍ୟାରିକେଡିଂ ଓ ଅବରୋଧ ସଫା କରିବେ।

ବିପଦସଂକୁଳ ଗଛଗୁଡ଼ିକୁ ହଟାଯିବ।

ବାତ୍ୟା ସମୟରେ ଗଛ ପଡ଼ି ରାସ୍ତା ଅବରୋଧ ହେଲେ, ତୁରନ୍ତ ସଫା ପାଇଁ ପ୍ରତି ଜୋନ୍‌ ଓ ମୁଖ୍ୟାଳୟରେ ସ୍ୱତନ୍ତ୍ର ଟିମ୍‌ ରହିଛନ୍ତି।

ବିଦ୍ୟୁତ୍‌ ବିଭ୍ରାଟର ମୁକାବିଲା ପାଇଁ ବିଏମ୍‌ସି ଓ ଟିପିସିଡିଓଏଲ୍‌ ଆବଶ୍ୟକ ଯନ୍ତ୍ରପାତି ଓ ଗାଡ଼ି ସହ ପ୍ରସ୍ତୁତ ରହିବ।

ଦୁର୍ବଳ ବିଦ୍ୟୁତ୍‌ ଖୁଣ୍ଟ ଓ ଓହଳି ରହିଥିବା ତାରର ମରାମତି ସହ ବିଭିନ୍ନ ଡିଭିଜନ୍‌ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି।

ବିଦ୍ୟୁତ୍‌ ସମ୍ବନ୍ଧୀୟ ଅଭିଯୋଗ ପାଇଁ ୧୯୧୨ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ଗେଲ୍‌ ଇଣ୍ଡିଆ ପକ୍ଷରୁ ଗ୍ୟାସ୍‌ ମହଜୁଦ ରଖିବା ସହ ଖୋଳାଯାଇଥିବା ଗାତଗୁଡ଼ିକୁ ପୋତିବା କିମ୍ବା ବ୍ୟାରିକେଡିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ୱାଟ୍‌କୋ ପକ୍ଷରୁ ୱାର୍ଡ ଅନୁଯାୟୀ ମାନବସମ୍ବଳ, ଗାଡ଼ି ଓ ଇନ୍ଧନ ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ବ୍ୟବସ୍ଥା କରାଯାଇଛି।

Tribal worker: ରାମ୍‌କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ ଅଗ୍ନିଶମ ବିଭାଗ ପକ୍ଷରୁ ୬ଟି ବୋଟ୍‌ ଓ ୬୯ଟି କଟର୍‌ ରଖାଯାଇଛି।

ବିଏମ୍‌ସି ଅଧୀନ ଡାକ୍ତରଖାନାଗୁଡ଼ିକରେ ଡିଜି ସେଟ୍‌, ସାପ କାମୁଡ଼ା, ତରଳ ଝାଡ଼ା ଓ ଜ୍ୱର ପାଇଁ ଔଷଧ ମହଜୁଦ ରଖାଯାଇଛି।

ବାତ୍ୟା ସମୟରେ ପ୍ରସବ ପାଇଁ ୪ଟି ଡାକ୍ତରଖାନାରେ ଆବଶ୍ୟକ ଶଯ୍ୟା ବ୍ୟବସ୍ଥା ସହ ବ୍ଲିଚିଂ ପାଉଡର୍‌ ଓ ଫଗିଂ ମେସିନ୍‌ ପ୍ରସ୍ତୁତ ରଖାଯାଇଛି।

ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ପ୍ରସ୍ତୁତ ରଖାଯାଇଛି।

ସେଠାରେ ଆଲୋକ, ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

ପ୍ରଧାନଶିକ୍ଷକମାନେ ଉପସ୍ଥିତ ରହିବା ସହ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ଆଶ୍ରୟସ୍ଥଳଗୁଡ଼ିକର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)