Arjun Rampal: ୫୩ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଅର୍ଜୁନ ରାମପାଲ, ଗାବ୍ରିଏଲାଙ୍କ ସହ ଗୁପ୍ତରେ କଲେ କୋର୍ଟ ମ୍ୟାରେଜ
"ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ।
୫୩ ବର୍ଷ ବୟସରେ ଅଭିନେତା ତାଙ୍କ ଦୀର୍ଘଦିନର ପ୍ରେମିକା ଗାବ୍ରିଏଲା ଡେମେଟ୍ରିଆଡେସଙ୍କୁ ବିବାହ କରିଥିବା ଖବର ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ, ଦୁହେଁ ଗୋଆରେ ଗୁପ୍ତ ଭାବେ କୋର୍ଟ ମ୍ୟାରେଜ କରିଛନ୍ତି।
ସୂଚନା ଅନୁସାରେ, ୨୦୧୮ ମସିହାରୁ ଅର୍ଜୁନ ଓ ଗାବ୍ରିଏଲା ପରସ୍ପରକୁ ଡେଟ୍ କରୁଥିଲେ।
ଅଗଷ୍ଟ ୨୧, ୨୦୨୬ରେ ଗୋଆର ବର୍ଦେଜ୍ ସବ୍-ରେଜିଷ୍ଟ୍ରାର ଅଫିସରେ ଦୁହେଁ ନିଜ ବିବାହ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
ଏହାପରେ ଉଭୟ ଆଇନଗତ ଭାବେ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି।
ତେବେ ଅର୍ଜୁନ କିମ୍ବା ଗାବ୍ରିଏଲା ଏପର୍ଯ୍ୟନ୍ତ ନିଜ ବିବାହ ସମ୍ପର୍କରେ ସାର୍ବଜନୀନ ଭାବେ କିଛି କହିନାହାନ୍ତି।Advertisment ୮ ବର୍ଷର ପ୍ରେମ ସମ୍ପର୍କ ପରେ ନୂଆ ଜୀବନ ଆରମ୍ଭ କଲେ "ଧୁରନ୍ଧର ୨"ଅଭିନେତା କିଛି ସମୟ ପୂର୍ବରୁ ରିୟା ଚକ୍ରବର୍ତ୍ତୀଙ୍କ ପଡ୍କାଷ୍ଟରେ ଅର୍ଜୁନ ଓ ଗାବ୍ରିଏଲା ଏକାଠି ନଜର ଆସିଥିଲେ।
ସେଠାରେ ଗାବ୍ରିଏଲା କହିଥିଲେ ଯେ ସେମାନେ ବିବାହ କରିନାହାନ୍ତି, କିନ୍ତୁ ଭବିଷ୍ୟତରେ କେବେ ବିବାହ ହୋଇପାରେ।
ଏହି ସମୟରେ ଅର୍ଜୁନ ଦୁହିଁଙ୍କର ନିର୍ବନ୍ଧ ହୋଇସାରିଥିବା କଥା ପ୍ରକାଶ କରିଥିଲେ।
ଏବେ ବିବାହ ପଞ୍ଜୀକରଣ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ଅର୍ଜୁନ ରାମପାଲଙ୍କ ପାଇଁ ଏହା ଦ୍ୱିତୀୟ ବିବାହ।
୧୯୯୮ରେ ସେ ସୁପରମଡେଲ ଓ ବ୍ୟବସାୟୀ ମେହର ଜେସିଆଙ୍କୁ ବିବାହ କରିଥିଲେ।
ଏହି ବିବାହରୁ ତାଙ୍କର ଦୁଇ ଝିଅ ମାହିକା ଓ ମାୟରା ଅଛନ୍ତି।
୨୦୧୮ରେ ଅର୍ଜୁନ ଓ ମେହର ଅଲଗା ହେବା ନେଇ ଘୋଷଣା କରିଥିଲେ।
ପରେ ଅର୍ଜୁନଙ୍କ ଜୀବନରେ ଗାବ୍ରିଏଲାଙ୍କ ପ୍ରବେଶ ହୋଇଥିଲା।
ଅର୍ଜୁନ ଓ ଗାବ୍ରିଏଲାଙ୍କ ସମ୍ପର୍କରୁ ଦୁଇ ପୁଅ ମଧ୍ୟ ଅଛନ୍ତି।
ଦୀର୍ଘ ୮ ବର୍ଷର ସମ୍ପର୍କ ପରେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଖବର ଆସିଛି।
ଅନ୍ୟପକ୍ଷରେ, "ଧୁରନ୍ଧର ୨"ରେ ଅର୍ଜୁନଙ୍କ ଦମଦାର ଅଭିନୟ ପାଇଁ ସେ ଚର୍ଚ୍ଚାରେ ଥିବାବେଳେ ବ୍ୟକ୍ତିଗତ ଜୀବନର ଏହି ଖବର ତାଙ୍କୁ ପୁଣି ଲାଇମଲାଇଟ୍କୁ ଆଣିଛି।
Imran: ଆବେଗର ନାମ ଇମରାନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

