Canada US Trade: କାନାଡ଼ା ସାମଗ୍ରୀ ଉପରେ ୫୦% ସୀମା ଶୁଳ୍କ ଲଗାଇଲା ଆମେରିକା: କଡ଼ା ଜବାବ ଦେବାକୁ କାର୍ନିଙ୍କ ଚେତାବନୀ

Aug 22, 2026 - 11:10
Canada US Trade: କାନାଡ଼ା ସାମଗ୍ରୀ ଉପରେ ୫୦% ସୀମା ଶୁଳ୍କ ଲଗାଇଲା ଆମେରିକା: କଡ଼ା ଜବାବ ଦେବାକୁ କାର୍ନିଙ୍କ ଚେତାବନୀ

"ୱାଶିଂଟନ: ଦୀର୍ଘ ଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ଅତ୍ୟଧିକ ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି।

ଏହାଦ୍ବାରା ଆମେରିକାକୁ କାନାଡ଼ାର ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ ଏବଂ ଏହା ଉପରେ ୫୦ ପ୍ରତିଶତ ନୂଆ କର ଲାଗୁ କରାଯାଇଛି।

ଆମେରିକାର ଏହି ପଦକ୍ଷେପ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଦୃଢ଼ ଚେତାବନୀ ଦେଇଛନ୍ତି।

ନିଜ ଦେଶର ଶ୍ରମିକ ଓ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ କାନାଡ଼ା ମଧ୍ୟ ଆମେରିକାକୁ ସମାନ ପରିମାଣର କର ଲଗାଇ ଉଚିତ ଜବାବ ଦେବ ବୋଲି ସେ କହିଛନ୍ତି।Advertisment ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ମନା ଆମେରିକା ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀଅର କହିଛନ୍ତି ଯେ, ଆମେରିକା ପକ୍ଷରୁ ଇସ୍ପାତ, ଆଲୁମିନିୟମ୍, ଅଟୋମୋବାଇଲ୍ ଏବଂ କାଠ ସାମଗ୍ରୀ ଉପରୁ କର ହ୍ରାସ କରିବାର ପ୍ରସ୍ତାବ ଦିଆଯାଇଥିଲା।

କିନ୍ତୁ କାନାଡ଼ା ଶେଷ ମୁହୂର୍ତ୍ତରେ ଏହି ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ମନା କରିଦେଇଥିଲା।

ଅପରପକ୍ଷରେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେରିକା ଶେଷ ମୁହୂର୍ତ୍ତରେ ରଖିଥିବା ସର୍ତ୍ତଗୁଡ଼ିକ ଅନ୍ୟାୟୀ ଏବଂ ଅପ୍ରାସଙ୍ଗିକ ଥିଲା।

ଏହି କାରଣରୁ ଦୁଇ ଦେଶ ମଧ୍ୟରେ କୌଣସି ସମ୍ମତି ହୋଇପାରିନାହିଁ।

ଆମେରିକାର ମଦ ଓ ଆଲକୋହଲକୁ କାନାଡ଼ା ବଜାରରୁ ହଟାଇ ଦିଆଯାଇଥିବାରୁ ଟ୍ରମ୍ପ ପ୍ରଶାସନ ଅସନ୍ତୋଷ ପ୍ରକାଶ କରିଥିଲା।

ଏହି ଆଲୋଚନା ବିଫଳ ହେବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଅଧିକ ତିକ୍ତ ହୋଇପଡ଼ିଛି।

Russia Ukraine War: ୟୁକ୍ରେନର ସପିଂ ମଲ୍ ଉପରେ ରୁଷର ଡ୍ରୋନ୍ ଆକ୍ରମଣ: ୧୬ ମୃତ, ଶତାଧିକ ଆହାତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)