Araghchi: ଆମେରିକା ସହ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ୟୁରାନିୟମ ଦେବୁ ନାହିଁ: ଆରାଘଚି

Nov 21, 2026 - 09:45
Araghchi: ଆମେରିକା ସହ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ୟୁରାନିୟମ ଦେବୁ ନାହିଁ: ଆରାଘଚି

ତେହେରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ, ତାଙ୍କ ଦେଶ ଆମେରିକା ସହିତ ଏକ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି।

କିନ୍ତୁ ସେ ଆଲୋଚନାରେ ଲକ୍ଷ୍ମଣ ରେଖା ଟାଣି କହିଛନ୍ତି ଯେ, ତେହେରାନ ସମୃଦ୍ଧ ୟୁରାନିୟମକୁ ଦେଶ ବାହାରକୁ ଛାଡିବ ନାହିଁ।

ଏକ ଇରାନୀ ଖବରକାଗଜ ସହିତ କଥାବାର୍ତ୍ତା କରି ଆରାଘଚି କହିଛନ୍ତି , ଆମେ ଆମର ପରମାଣୁ ଦାବି ସହିତ କୌଣସି ସାଲିସ୍ କରିବୁ ନାହିଁ।ଆରାଘଚି କହିଛନ୍ତି ଯେ, ଇରାନ ଆଲୋଚନା ଚାହୁଁଛି କିନ୍ତୁ ଆଗକୁ ବଢ଼ିବା ପୂର୍ବରୁ ଆମେରିକା ଆଲୋଚନା ପ୍ରତି ଗମ୍ଭୀର ଥିବା ଗ୍ୟାରେଣ୍ଟିର ଆବଶ୍ୟକତା ରହିଛି।

ମଧ୍ୟସ୍ଥତା ମାଧ୍ୟମରେ ତେହେରାନ ଏବଂ ୱାସିଂଟନ ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନ କରାଯାଉଛି।

ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଦୁଇପକ୍ଷଙ୍କ ମଧ୍ୟରେ ମତଭେଦ ସତ୍ତ୍ୱେ ଏକ ନିରପେକ୍ଷ ସମାଧାନ ହୋଇପାରିବ।

Advertisment ଇରାନରୁ ୬୦ ପ୍ରତିଶତ ଶୁଦ୍ଧତାଯୁକ୍ତ ସମୃଦ୍ଧ ୟୁରାନିୟମ ବାହାରକୁ ପଠାଯିବା ଦାବିକୁ ଆରାଘଚି ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି।

ସେ କହିଛନ୍ତି ଆମର କିଛି ସର୍ତ୍ତ ରହିଛି।

ଆମେ ସମୃଦ୍ଧ ୟୁରାନିୟମ ନେଇ ଏକ ଲାଲ୍ ରେଖା ଟାଣିଛୁ।

ଇରାନର ପରମାଣୁ ସିଦ୍ଧାନ୍ତରେ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ନେଇ ଆରାଘଚି କହିଛନ୍ତି ଯେ, ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ବିତର୍କ କରିବା ଯଥାର୍ଥ।

ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ, ପରମାଣୁ ଅସ୍ତ୍ର ଉପରେ ଇରାନର ମତ ପୂର୍ବପରି ସମାନ ରହିଛି।

୪୮ ଘଣ୍ଟିଆ ପ୍ରସ୍ତାବ ବଳବତ୍ତର ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଆରାଘଚି କହିଛନ୍ତି, ଏହି ଅନ୍ତର୍ଜାତୀୟ ଜଳପଥକୁ ପୁଣି ଖୋଲିବା ପାଇଁ ତେହରାନର ୪୮ ଘଣ୍ଟିଆ ପ୍ରସ୍ତାବ ବଳବତ୍ତର ରହିଛି।

ଯୋଜନାଟି ମୂଳତଃ ସାତ ଦିନ ପାଇଁ ଡିଜାଇନ୍ କରାଯାଇଥିଲା କିନ୍ତୁ ଆମେରିକାର ନିର୍ବାଚନ ଯୋଗୁଁ ଏହାକୁ ସଂକ୍ଷିପ୍ତ କରାଯାଇ ଦୁଇ ଦିନିଆ କରାଯାଇଥିଲା।

ଆରାଘଚି କହିଛନ୍ତି, ଦୁଇ ଦିନିଆ ଯୋଜନା ଏବେ ବି ବିଚାରାଧୀନ ଅଛି।

ପ୍ରଥମ ଦିନ ଆମେରିକା ନିଜର ପ୍ରତିଶ୍ରୁତି ପୂରଣ କଲେ ଏହାର ପରଦିନ, ଆମେ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିଦେବୁ।

ଏହା ପରେ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଆରମ୍ଭ ହେବ।

Earthquake: ପେରୁରେ ୬.୮ ତୀବ୍ରତାଯୁକ୍ତ ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଶଙ୍କା ନାହିଁ ଆମର ଦାବି ପୂରଣ ହେବା ଆବଶ୍ୟକ: ଆରାଘଚି ଯଦି ଆମେରିକା ଦାବି ପୂରଣ କରିବାକୁ ରାଜି ହୁଏ ତେବେ ସମୟସୀମାକୁ ହ୍ରାସ କରାଯାଇପାରିବ।

ଯଦି ସେମାନେ ଦୁଇ ଦିନିଆ ସମୟସୀମାକୁ ଗୋଟିଏ ଦିନ କିମ୍ବା ଦୁଇ ଘଣ୍ଟା ପର୍ଯ୍ୟନ୍ତ କମାଇବାକୁ ଚାହାନ୍ତି, ତେବେ ଆମର କୌଣସି ଅସୁବିଧା ନାହିଁ।

ମୁଖ୍ୟ କଥା ହେଉଛି ଆମର ଦାବି ପୂରଣ ହେବା ଆବଶ୍ୟକ।

ଆରାଘଚି ଜୋର ଦେଇ କହିଛନ୍ତି ଯେ, ତେହେରାନ ଏକ ସ୍ଥାୟୀ ଚୁକ୍ତି ଚାହୁଁଛି।

ଯଦି ଦୁଇ ମାସ ପରେ ଏହା ଉଲ୍ଲଂଘନ ହୋଇ ପୁଣି ଯୁଦ୍ଧ ଆରମ୍ଭ ହେବ ତେବେ ଚୁକ୍ତିରେ ପହଞ୍ଚିବାର କ'ଣ ଲାଭ ହେବ।

ଚୁକ୍ତିରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଛନ୍ତି ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)