Anu Garg Reviews Cyclone Preparedness: ଅକୱାନ ମୁକାବିଲା ପାଇଁ ସବୁ ବିଭାଗ ସଜାଗ, ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର

Nov 19, 2026 - 11:43
Anu Garg Reviews Cyclone Preparedness: ଅକୱାନ ମୁକାବିଲା ପାଇଁ ସବୁ ବିଭାଗ ସଜାଗ, ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି।

ବାତ୍ୟା ଅକୱାନ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି।

ରେଳ ଚଳାଚଳ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରହିଛି।

ରେଳୱେ କୋଅର୍ଡିନେସନ୍ ସେଲ୍ ଜରିଆରେ ଇଷ୍ଟ କୋଷ୍ଟ ରେଳୱେ ସମେତ ଅନ୍ୟ ରେଳୱେ ଜୋନ୍ ଓ ରେଳ ମନ୍ତ୍ରଣାଳୟ ସହ ନିୟମିତ ସମନ୍ୱୟ ରଖାଯାଇଛି।

ଆବଶ୍ୟକତା ଅନୁସାରେ ଅନେକ ଟ୍ରେନ୍ ର ସମୟ ପରିବର୍ତ୍ତନ, ବିଳମ୍ବ ଏବଂ କିଛି ଟ୍ରେନ୍ ବାତିଲ୍ କରାଯାଇଛି।

Advertisment ସେହିପରି ଗୋପାଳପୁର ବନ୍ଦର ସହ ମଧ୍ୟ ଆଲୋଚନା ହୋଇଛି।

ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, କ୍ରେନ୍ ଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଯାବତ ୭୨ ହଜାର ଓ ୯ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି।

ଭୂସ୍ଖଳନ ପାଇଁ କନ୍ଧମାଳରେ ୧୬ ହଜାର ଏଵଂ ଗଜପତିରେ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ବିଭିନ୍ନ ଡ୍ୟାମର ୨୩ଟି ଗେଟ୍ ଖୋଲାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)