Man Found Hanging Inside Auto: ଅଟୋ ଭିତରେ ଯୁବକଙ୍କ ମୃତ୍ୟୁ; ଆତ୍ମହତ୍ୟା ନା ହତ୍ୟା, ଘଟଣାକୁ ନେଇ ସସ୍ପେନ୍ସ

Jul 10, 2026 - 13:49
Man Found Hanging Inside Auto:  ଅଟୋ ଭିତରେ ଯୁବକଙ୍କ ମୃତ୍ୟୁ; ଆତ୍ମହତ୍ୟା ନା ହତ୍ୟା, ଘଟଣାକୁ ନେଇ ସସ୍ପେନ୍ସ

ମୁମ୍ବାଇରୁ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଅଟୋ ରିକ୍ସା ଭିତରେ ଫାସି ଲଗାଇ ଯୁବକ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିବା କରିବା କଥା ପତ୍ନୀଙ୍କୁ ପୂର୍ବରୁ କହିଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ମୁମ୍ବାଇ ସହରର ବିକ୍ରୋଲି ପାର୍କ ସାଇଟ୍ ପୋଲିସ ଥାନା ଅଞ୍ଚଳରେ ୩୫ ବର୍ଷୀୟ ଜଣେ ବ୍ୟକ୍ତି ଅଟୋରିକ୍ସା ଭିତରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ଗତ ତିନି ମାସ ଧରି ନିଜ ପରିବାର ଠାରୁ ଅଲଗା ରହୁଥିଲେ। ସେ ଦୀର୍ଘଦିନ ଧରି ମଦ୍ୟପାନ କରୁଥିବା ସୂଚନା ମିଳିଛି।

ପରିବାର ସଦସ୍ୟଙ୍କ ଠାରୁ ପୋଲିସ ଜାଣିବାକୁ ପାଇଛି ଯେ, ପ୍ରାୟ ପାଞ୍ଚ ଦିନ ପୂର୍ବରୁ ମୃତକ ନିଜ ପତ୍ନୀଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବା କଥା କହିଥିଲେ। ତେବେ ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ ପତ୍ନୀ।

ମୃତକ ଜଣଙ୍କ ହେଲେ ମୁମ୍ବାଇ ଘାଟକୋପର ଅଞ୍ଚଳର ବାସିନ୍ଦା ୩୫ ବର୍ଷୀୟ ଅଦନାନ୍ ଅହମ୍ମଦ ୱାଲିୟାପ୍ପା। ଘଟଣା ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜାୱାଡ଼ି ହସ୍ପିଟାଲକୁ ପଠାଇଛି। ଏହି ଘଟଣାକୁ ନେଇ ପାର୍କ ସାଇଟ୍ ପୋଲିସ ଥାନାରେ ମୃତ୍ୟୁ ମାମଲା ରୁଜୁ କରିଛି। ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।