India Handed Another Series Defeat: ପୁଣି ସିରିଜ୍ ହାରିଲା ଭାରତ, ଶ୍ରେୟସଙ୍କ ଲଢ଼େଇ ବେକାର୍

Jul 10, 2026 - 13:29
India Handed Another Series Defeat: ପୁଣି ସିରିଜ୍ ହାରିଲା ଭାରତ, ଶ୍ରେୟସଙ୍କ ଲଢ଼େଇ ବେକାର୍

ଟିମ୍ ଇଣ୍ଡିଆର ଲଗାତାର ସିରିଜ ପରାଜୟ। ଆୟର୍ଲାଣ୍ଡ ପରେ ଇଂଲଣ୍ଡ ମାଟିରେ ବି ସିରିଜ୍ ହାରିଲା ଭାରତ। ଚତୁର୍ଥ T-20ରେ ଇଂଲଣ୍ଡଠାରୁ ୯ ୱିକେଟରେ ହାରିବା ସହ ଭାରତ ସିରିଜ୍ ମଧ୍ୟ ହାତଛଡ଼ା କରିଛି। ଗତକାଲି ମ୍ୟାଚରେ ଶ୍ରେୟସ ଆୟରଙ୍କ ୮୦ ରନର ଲଢ଼ୁଆ ଇନିଂସକୁ ଛାଡ଼ିଦେଲେ, ବାକି ସମସ୍ତ ଖେଳାଳି ପୁଣିଥରେ ଆତ୍ମସମର୍ପଣ କରିଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କୁହାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଫ୍ଲପ୍ ହୋଇଥିଲେ । ସେ ମାତ୍ର ୧୫ ରନ କରିଥିବାବେଳେ ଅଭିଷେକ ଶର୍ମା ୧୬ ରନ କରି ଆଉଟ୍ ହୋଇଥିଲେ ।

ସେହିପରି ଇଶାନ କିଷାନ ମାତ୍ର ୪ ରନ୍ କରି ପାଭିଲିୟନ୍ ଫେରିଥିଲେ । ଶ୍ରେୟସ ଆୟରଙ୍କ ୮୦ ରନ୍ ଲଢ଼େଇକୁ ବାଦ୍ ଦେଲେ ଭାରତୀୟ ଦଳ ସମ୍ପୂର୍ଣ୍ଣ ରୂପେ ଫ୍ଲପ୍ ହୋଇଥିଲା । ୨୦ ଓଭରରେ ଦଳ ୭ ୱିକେଟ୍ ହରାଇ ୧୫୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୩.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା ଇଂଲଣ୍ଡ। ଫଳରେ ୫ ଟିକିଆ ସିରିଜକୁ ଇଂଲଣ୍ଡ ୩-୦ରେ ଜିତିନେଇଛି ।

ଏଥିସହିତ ଗୋଟିଏ ମ୍ୟାଚ୍ ବର୍ଷା ପାଇଁ ଫଳାଫଳ ବାହାରିପାରିନଥିଲା। ୨୦୨୩ ଅଗଷ୍ଟ ପରଠାରୁ ଭାରତ ଲଗାତାର ୧୪ଟି ଟି-ଟ୍ବେଣ୍ଟି ସିରିଜ୍ ଅପରାଜେୟ ରହିଥିଲା । ଏହି ସମୟ ମଧ୍ୟରେ ଭାରତୀୟ ଦଳ କ୍ରମାଗତ ଦୁଇ ଦୁଇଟି ଟି-୨୦ ବିଶ୍ୱକପ୍ ଟ୍ରଫି ମଧ୍ୟ ନିଜ ନାମରେ କରିଥିଲା। ତେବେ ଚଳିତ ବର୍ଷ ପ୍ରଥମେ ଆୟର୍ଲାଣ୍ଡ ଏବଂ ଏବେ ଇଂଲଣ୍ଡ ବିପକ୍ଷରେ ଭାରତକୁ ପୁଣି ସିରିଜ୍ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଟି-ଟ୍ବେଣ୍ଟି ଖେଳାଯିବ । ଏହି ମ୍ୟାଚ୍ ଜିତି ଭାରତ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ ।

ବିଶ୍ୱକପ୍ ବିଜେତାଙ୍କୁ କାହାର ନଜର ଲାଗିଲା ?
ଲଗାତାର ଦ୍ୱିତୀୟ T-20 ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
ଆୟର୍ଲାଣ୍ଡ ପରେ ଇଂଲଣ୍ଡରେ T-20 ସିରିଜ୍ ହାରିଲା
ଆତ୍ମସମର୍ପଣ କଲେ ଭାରତୀୟ ବ୍ୟାଟ୍ସମ୍ୟାନ୍
ଏକାକୀ ଲଢି ୮୦ ରନ କଲେ କ୍ୟାପଟେନ୍ ଶ୍ରେୟସ୍
ଯୁବ ବ୍ରିଗେଡ୍ ଫ୍ଲପ୍, ୩-୦ରେ ଇଂଲଣ୍ଡ ବିଜୟୀ
ଆସନ୍ତାକାଲି ସମ୍ମାନ ବଞ୍ଚାଇବାକୁ ଲଢିବ ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।