Angul: ବର୍ଷାରେ ବେହାଲ ଅନୁଗୋଳ: ଦିନକରେ ରେକର୍ଡ ୨୦୦ ମିମି ବର୍ଷା, ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ
"ଅନୁଗୋଳ: ପ୍ରବଳ ବର୍ଷାରେ ବେହାଲ ହୋଇଛି ଅନୁଗୋଳ ଜିଲ୍ଲା।
ଗତକାଲିଠାରୁ ଲଗାଣ ବର୍ଷା ପାଇଁ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି।
୫୫ ନମ୍ବର ଜାତୀୟ ରାଜପଥ ଉପରେ ବର୍ଷା ପାଣି ପ୍ରବାହିତ ହେବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ତଳିଆ ଅଞ୍ଚଳରେ ପାଣି ପଶିବାରୁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
Advertisment NEET: ପ୍ରକାଶ ପାଇଲା ନିଟ ୨୦୨୬ ପରୀକ୍ଷାଫଳ, ଏମିତି ଜାଣନ୍ତୁ ରେଜଲ୍ଟ ଅନୁଗୋଳ ଜିଲ୍ଲାରେ ବୁଧବାର ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଥିଲା।
ରାତି ସାରା ବର୍ଷା ଲାଗି ରହିଥିଲା।
ଆଉ ସକାଳୁ ପୁଣି ବର୍ଷା ଢାଳିଲା।
ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଅନୁଗୋଳରେ ସର୍ବାଧିକ ୨୦୦.୬ ମିମି ବର୍ଷା ହୋଇଛି।
ବଅଁରପାଳରେ ୭୩.୭ ମିମି, ଛେଣ୍ଡିପଦାରେ ୬୭.୪ ମିମି, ତାଳଚେରରେ ୧୯୫ ମିମି, କଣିହାଁରେ ୮୭.୪ ମିମି, ଆଠମଲ୍ଲିକରେ ୧୦୬.୨ ମିମି, କିଶୋରନଗର ୮୨.୮ ମିମି ଓ ପାଳଲହଡ଼ାରେ ୨୯.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ପ୍ରବଳ ବର୍ଷା ପାଇଁ ଆଜି ସକାଳୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିଲା।
ଅନୁଗୋଳ ସହରର ଗାନ୍ଧୀମାର୍ଗ ରାସ୍ତାରେ ୨ ଫୁଟ ପାଣି ଚାଲିବାରୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।
ସେହିପରି ଶଙ୍କର ସିନେମାରୋଡ୍, ବଣିଆବାହାଳ ରାସ୍ତାରେ ପାଣି ଜମି ରହିଥିଲା।
ତୁବେ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ପାଣି ଚାଲିଥିଲା।
ଏପଟେ ଜିନ୍ଦଲ ରୋଡ୍ରେ ଓଭରବ୍ରିଜ୍ ତଳେ ପାଣି ଜମି ଏକାଧିକ ଟ୍ରକ ପାଣିରେ ବୁଡ଼ି ଯାଇଥିଲା।
ତାଳଚେର ଅଞ୍ଚଳରେ ଏକାଧିକ ରାସ୍ତା ଜଳମଗ୍ନ ହୋଇଥିଲା।
ଦିନକରେ ରେକର୍ଡ ୨୦୦ ମିମି ବର୍ଷାଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତତଳିଆ ଅଞ୍ଚଳ ଜଳମଗ୍ନ ବାଘୁଆବୋଲରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର କିଛି ଅଂଶ ବୁଡ଼ିଯିବାରୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।
ତାଳଚେର ବ୍ଲକ୍ ଟେଣ୍ଟୋଲୋଇ ପଞ୍ଚାୟତର ଭଞ୍ଜ କଲୋନିରେ ପାଣି ପଶିବାରୁ ୨୦ଟି ପରିବାର ଜଳବନ୍ଦି ହୋଇଛନ୍ତି।
ବାଘୁଆବୋଲର ପେଟ୍ରୋଲ୍ ଟାଙ୍କି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।
ସେହିପରି ହାଣ୍ଡିଧୁଆ ରେଳ ଅଣ୍ଡରପାସ୍ ଠାରେ ମଧ୍ୟ ୩ ଫୁଟ ପାଣି ଚାଲୁଛି।
ଚମ୍ପାପଶି ରାସ୍ତାରେ ୨ ଫୁଟ ଉପରେ ପାଣି ଯାଉଛି।
୧୪୯ ନମ୍ବର ଜାତୀୟ ରାଜପଥରେ ମଧ୍ୟ ପାଣି ଜମି ରହିଥିଲା।
କଣିହାଁ-ଗୋପାଳପ୍ରସାଦ ପୂର୍ତ୍ତ ବିଭାଗ ରାସ୍ତାର ସାନତ୍ରିବିଡ଼ା ଗାଁ ରାସ୍ତାରେ ଆଜି ସକାଳେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା।
ଲଗାଣ ବର୍ଷାରେ ମହୀଧରପୁର ହାଟ ଛକ, ଉପର ଛକ, ବଜାର ଛକ ଅଞ୍ଚଳର ପାଣି ନିଷ୍କାସିତ ନହୋଇ ଲୋକଙ୍କ ଘର ଭିତରେ ପଶିଛି।
ମଧ୍ୟାହ୍ନରେ ବର୍ଷା କମିବା ପରେ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଇଥିଲା।
ଅପରାହ୍ଣରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ୱିମ୍ବଲଡନ୍ରେ ସଚିନଙ୍କ ସହ ନଜର ଆସିଲେ ଶୁଭମନ ଗିଲ୍, ଚର୍ଚ୍ଚାରେ ୯୯ ଲକ୍ଷର ଘଡ଼ି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।