Pakistan: ଫେସ୍ବୁକ୍ ପ୍ରେମ ମହଙ୍ଗା ପଡ଼ିଲା: ପ୍ରେମିକାକୁ ଭେଟିବାକୁ ଭିସା ବିନା ପାକିସ୍ତାନ ଯାଇ ୟୁପି ଯୁବକ ଜେଲ୍ରେ
"ଲକ୍ଷ୍ନୌ: ଫେସ୍ବୁକ୍ରେ ପରିଚୟ ହୋଇଥିବା ଜଣେ ପାକିସ୍ତାନୀ ଯୁବତୀଙ୍କୁ ଭେଟିବା ପାଇଁ ଭିସା ବିନା ସୀମା ପାର କରି ପାକିସ୍ତାନ ଯାଇଥିବା ଉତ୍ତରପ୍ରଦେଶ ଅଲିଗଡ଼ ଜିଲ୍ଲାର ଯୁବକ ବାଦଲ ବାବୁ ଏବେ ସେଠାର ଜେଲ୍ରେ ଅଛନ୍ତି।
ପ୍ରାୟ ୨୦ ମାସ ଧରି ସେ କାରାଗାରରେ ରହିଥିବାବେଳେ ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେବା ପରେ ପରିବାର ତାଙ୍କ ସ୍ଥିତି ସମ୍ପର୍କରେ ଜାଣିପାରିଛନ୍ତି।Advertisment ଆହୁରି ପଢନ୍ତୁ:Rath Yatra: ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ରଥଯାତ୍ରା ବାଦଲ ବାବୁ ଦିଲ୍ଲୀରେ ଦରଜି ଭାବେ କାମ କରୁଥିଲେ।
ସେହି ସମୟରେ ପାକିସ୍ତାନର ସାନା ନାମ୍ନୀ ଯୁବତୀ ସହ ଫେସବୁକ୍ରେ ତାଙ୍କର ପରିଚୟ ହୋଇଥିଲା।
ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା ଏବଂ ପରେ ଏହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା।
ସାନାଙ୍କୁ ସାକ୍ଷାତ୍କରିବା ପାଇଁ ବାଦଲ ପାକିସ୍ତାନ ଯିବାକୁ ନିଷ୍ପତ୍ତି ନେଇଥିଲେ।
ଆହୁରି ପଢନ୍ତୁ:Rath Yatra: କଟକର ୮ରୁ ଅଧିକ ସ୍ଥାନରେ ଗଡ଼ିଲା ରଥ ଖବର ଅନୁସାରେ, ବାଦଲ ପ୍ରଥମେ ଅଗଷ୍ଟ ୨୦୨୪ରେ ପାକିସ୍ତାନ ଯିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସେହି ଚେଷ୍ଟା ସଫଳ ହୋଇନଥିଲା।
ପରେ ୧୫ ଅକ୍ଟୋବର ୨୦୨୪ରେ ସେ କୌଣସି ଭିସା କିମ୍ବା ବୈଧ କାଗଜପତ୍ର ବିନା ସୀମା ଅତିକ୍ରମ କରି ପାକିସ୍ତାନରେ ପହଞ୍ଚିଥିଲେ।
ସେଠାରେ ସାନାଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା।
ତେବେ ବିବାହ ପ୍ରସ୍ତାବରେ ସାନା ରାଜି ନ ହେବାରୁ ବାଦଲ ସେଠାରେ ରହି ଛୋଟମୋଟ କାମ କରି ଜୀବିକା ନିର୍ବାହ କରୁଥିଲେ।
ଆହୁରି ପଢନ୍ତୁ:Russia: କିବ୍ ଉପରେ ରୁଷ୍ର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ ପରିବାର ଲୋକଙ୍କ କହିବା ଅନୁସାରେ, ୩୦ ଅକ୍ଟୋବର ୨୦୨୪ରେ ବାଦଲଙ୍କ ସହ ସେମାନଙ୍କର ଶେଷ ଥର ପାଇଁ କଥା ହୋଇଥିଲା।
ଏହାପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇନଥିଲା।
୨୭ ଡିସେମ୍ବର ୨୦୨୪ରେ ସେ ଛେଳି ଚରାଉଥିବା ବେଳେ ତାଙ୍କ ଭାଷା ଓ ଚାଲିଚଳନକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା।
ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ପଚରାଉଚରା ପରେ ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଅଦାଲତଙ୍କ ନିର୍ଦ୍ଦେଶରେ ଜେଲ୍କୁ ପଠାଯାଇଥିଲା।
ଆହୁରି ପଢନ୍ତୁ:Supreme Court: ମରଣାନ୍ତକ ରୋଗରେ ପୀଡ଼ିତ କଏଦୀଙ୍କ ଶୀଘ୍ର ମୁକ୍ତି ପାଇଁ ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ନିକଟରେ ସୋସିଆଲ ମିଡିଆରେ ବାଦଲଙ୍କ ଏକ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ପରିବାର ଜାଣିପାରିଥିଲେ ଯେ ସେ ଲାହୋରର କୋଟ୍ ଲଖପତ୍ ଜେଲ୍ରେ ଅଛନ୍ତି।
ପରିବାରର ଦାବି, ତାଙ୍କ ଜେଲଦଣ୍ଡ ସମାପ୍ତ ହୋଇଥିଲେ ମଧ୍ୟ ଭାରତକୁ ଫେରାଇ ଆଣିବା ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ସେ ଏପର୍ଯ୍ୟନ୍ତ ଜେଲ୍ରେ ଅଛନ୍ତି।
ସେମାନେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି, ଯାହାଫଳରେ ବାଦଲ ଶୀଘ୍ର ଭାରତକୁ ଫେରିପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।