Village: ଉଛୁଳିଲା କାଂଶବାଂଶ, ୧୪ଗାଁ ପ୍ରଭାବିତ: ୭ ସ୍କୁଲ୍, ୭ ଅଙ୍ଗନବାଡ଼ିରେ ପଶିଲା ପାଣି
"ସୋର: ବାଲେଶ୍ବର ଜିଲ୍ଲାର ସୋର ଦେଇ ପ୍ରବାହିତ କାଂଶବାଂଶ ନଦୀରେ ବନ୍ୟା ଆସିଛି।
ଫଳରେ ତଳନଗର ପଞ୍ଚାୟତ ଅଧୀନ ୧୪ ଗାଁର ୨୫ ଶହ ଲୋକ ପ୍ରଭାବିତ ହୋଇଛନ୍ତି।
ଚାରି ଦିନ ହେଲା ବାଲେଶ୍ବରରେ ବର୍ଷା ଲାଗି ରହିଛି।
ଫଳରେ ସୋର ବ୍ଲକ୍ ଦେଇ ପ୍ରବାହିତ କାଂଶବାଂଶ ନଦୀ ଉଛୁଳୁଛି।
ବନ୍ୟାଜଳ ତଳନଗର ପଞ୍ଚାୟତର ସୁନାରୀ, ବ୍ରାହ୍ମଣ ସବିରା, ଚାଉଳି ଓ ସାଲମପୁର ସମେତ ୧୪ଟି ଗାଁରେ ପଶିଛି।
ପାଣି ନିଷ୍କାସନ ହେଉ ନ ଥିବାରୁ ୨୫ ଶହରୁ ଅଧିକ ଲୋକ ତିନିଦିନ ହେବ ଜଳବନ୍ଦି ଅବସ୍ଥାରେ ଅଛନ୍ତି।
ଘରେ ଚୁଲି ଜଳୁ ନ ଥିବାରୁ ଶୁଖିଲା ଖାଦ୍ୟ ଖାଇ ଦିନ ବିତାଉଛନ୍ତି।Advertisment Maoists: ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର; ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ ୭ ସ୍କୁଲ୍, ୭ ଅଙ୍ଗନବାଡ଼ିରେ ପଶିଲା ପାଣିବନ୍ୟାଜଳ ନିଷ୍କାସନ ହେଉ ନ ଥିବାରୁ ସମସ୍ୟା ଜଟିଳପ୍ରଭାବିତଙ୍କ ପାଖରେ ପହଞ୍ଚିନି ପ୍ରଶାସନ ଗୃହପାଳିତ ପଶୁଗୁଡ଼ିକ ଦୟନୀୟ ଅବସ୍ଥାରେ ଅଛନ୍ତି।
ସେହିପରି, ୭ଟି ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ପଶିଛି।
ଫଳରେ, ପିଲାଙ୍କ ପାଠପଢ଼ା ଠପ୍ ହୋଇଯାଇଛି।
ପାଣି ଜମି ରହି ଶହଶହ ଏକରର ଧାନଚାଷ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି।
ଏଯାଏଁ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ନ ଥିବା ତ୍ରିଲୋଚନ ମହାପାତ୍ର, ଚିତ୍ତରଞ୍ଜନ ମୁଦୁଲି, ପ୍ରଶାନ୍ତ ମହାପାତ୍ର, ନରେନ୍ଦ୍ର ଦାଶ, ନାରାୟଣ ଦଳେଇ, ମଧୁସୂଦନ ବେହେରା, ଅନନ୍ତ ସାହୁ, ରଞ୍ଜିତ ମାଝୀ, କରୁଣାକର ମାଝୀ, ଗୌରାଙ୍ଗ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତିି।
ଆଜି ଅପରାହ୍ଣରେ ସୋର ବିଧାୟକ ମାଧବ ଧଡ଼ା ବନ୍ୟା ପ୍ରଭାବିତଙ୍କ ନିକଟରେ ପହଞ୍ଚି ସ୍ଥିତି ପରଖିବା ସହ ତୁରନ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ୱିମ୍ବଲଡନ୍ରେ ସଚିନଙ୍କ ସହ ନଜର ଆସିଲେ ଶୁଭମନ ଗିଲ୍, ଚର୍ଚ୍ଚାରେ ୯୯ ଲକ୍ଷର ଘଡ଼ି ଉଲ୍ଲେଖଥାଉକି, ପ୍ରତିବର୍ଷ କାଂଶବାଂଶରେ ଏକାଧିକ ଥର ବନ୍ୟା ଆସୁଛି।
ଫଳରେ ସୋର ବ୍ଲକ୍ର ଏକାଧିକ ପଞ୍ଚାୟତ, ବିଶେଷ କରି ତଳନଗର ପଞ୍ଚାୟତର ଲୋକମାନେ ପ୍ରଭାବିତ ହେଉଛନ୍ତି।
ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସମସ୍ୟା ଜଟିଳ ହେଉଛି।
ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।