Angul closure: ଅନୁଗୋଳ ବନ୍ଦ: ଜୀବନଯାତ୍ରା ପ୍ରଭାବିତ, ଖୋଲିଲାନି ଶିକ୍ଷାନୁଷ୍ଠାନ, ଦୋକାନବଜାର
"ଅନୁଗୋଳ: ପ୍ରଦୂଷଣ ରୋକିବା ସହ ବେଆଇନ କୋଇଲା ଓ ପାଉଁଶ ପରିବହନ ବିରୋଧରେ ପଦକ୍ଷେପ ନେବା ଦାବିରେ ବୁଧବାର କଂଗ୍ରେସ ପକ୍ଷରୁ ଅନୁଗୋଳ ଜିଲ୍ଲା ବନ୍ଦ କରାଯାଇଛି।
ଏହାର ପ୍ରଭାବ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିଛି।
ବନ୍ଦ ପାଇଁ ଜିଲ୍ଲାରେ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଥିଲା ବେଳେ ଅପରାହ୍ଣ ପରେ ସ୍ଥିତି ସ୍ବାଭାବିକ ହୋଇଛି।Advertisment Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦିଆଯାଇଥିଲା।
କୋଇଲା ପରିବହନ ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ସହିତ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିବା କୋଶଳାର ୫ ଆନ୍ଦୋଳନକାରୀଙ୍କ ମାମଲା ପ୍ରତ୍ୟାହାର ଦାବିକୁ ଲୋକଙ୍କ ସମର୍ଥନ ମିଳିଥିଲା।
ଏଥିପାଇଁ ଆଜି ସକାଳୁ ଅନୁଗୋଳ ସହରରେ ଦୋକାନ ବଜାର ଖୋଲିନଥିଲା।
ବିଭିନ୍ନ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଥିଲା।
କଂଗ୍ରେସ କର୍ମୀମାନେ ହୁଲୁରିସିଂହା, ରାଜ୍ ହୋଟେଲଛକ, ହେମସୁରପଡ଼ା, ହାଟଛକ ଆଦି ସ୍ଥାନରେ ରାସ୍ତାରୋକ କରିଥିଲେ।
ଦିନ ପ୍ରାୟ ୧୦ଟା ପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲିଥିଲେ ମଧ୍ୟ କଂଗ୍ରେସ ନେତା ଓ କର୍ମୀ ପିକେଟିଂ କରି ଏସବୁ ବନ୍ଦ କରିଦେଇଥିଲେ।
ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ବେଳେ କିଛି ସରକାରୀ ବସ୍ ଗନ୍ତବ୍ୟସ୍ଥଳକୁ ଯାଇଥିଲା।
କିନ୍ତୁ, ଯାତ୍ରୀ ନ ଥିଲେ।
ସହର ଖାଁ ଖାଁ ଲାଗୁଥିଲା।
କେବଳ ଔଷଧ ଦୋକାନ ଖୋଲା ରହିଥିଲା।
ଦୁଇଚକିଆ ଗାଡ଼ି ଯିବାଆସିବା କରୁଥିଲେ ମଧ୍ୟ ୪ ଚକିଆ ଗାଡ଼ି ପ୍ରାୟ ନ ଥିଲା।
ତେବେ, ଜିଲ୍ଲା ଦେଇ ରେଳ ଚଳାଚଳ ସ୍ବାଭାବିକ ରହିଥିଲା।
ଖୋଲିଲାନି ଶିକ୍ଷାନୁଷ୍ଠାନ, ଦୋକାନବଜାରରେଳ ଚଳାଚଳ ସ୍ବାଭାବିକବନ୍ଦ ସଫଳ ଦାବି କଲା କଂଗ୍ରେସ ଅନୁଗୋଳ ସହର ସମେତ ତାଳଚେର, ପାଳଲହଡ଼ା, ଆଠମଲ୍ଳିକ, ଛେଣ୍ଡିପଦା, ବଅଁରପାଳ ଆଦି ସ୍ଥାନରେ ବନ୍ଦ ଯୋଗୁଁ ଏହାର ପ୍ରଭାବ ସାରା ଜିଲ୍ଲା ଉପରେ ପଡ଼ିଥିଲା।
ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
ସେହିପରି ୧୪୯ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା।
ବନ୍ଦ ପାଳନ ସମୟରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ।
ଏପରିକି ପୁଲିସ ବହୁ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା।
ଅପରାହ୍ଣ ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା ବେଳେ କିଛି ଦୋକାନ ଖୋଲିଥିଲା।
ତେବେ, ବଜାରରେ ଗହଳିଚହଳି ନ ଥିଲା।
Uttarakhand: ୧.୫ ଲକ୍ଷ ଟଙ୍କା ଯୋଗାଡ଼ ନ ହେବାରୁ ରୋମାନିଆ ଯାଇପାରି ନ ଥିଲେ ଛାତ୍ରୀ, ଧାମୀଙ୍କ ସାମ୍ନାରେ ଭାବପ୍ରବଣ ହୋଇ କହିଲେ ଜିଲ୍ଲା କଂଗ୍ରେସ ସଭାପତି ସୁନିଲ ପ୍ରଧାନ କହିଛନ୍ତି, ପ୍ରଦୂଷଣରେ ଅଣନିଃଶ୍ବାସୀ ହୋଇପଡ଼ିଥିଲା ଅନୁଗୋଳ ଜିଲ୍ଲାବାସୀ ଏହି ବନ୍ଦକୁ ନିଜଆଡ଼ୁ ସମର୍ଥନ ଦେଇଛନ୍ତି।
ବିଭିନ୍ନ ସଂଘ, ସଂଗଠନ ଓ ଅନୁଷ୍ଠାନ ମଧ୍ୟ ବନ୍ଦରେ ସାମିଲ ହୋଇଛନ୍ତି।
ଅନୁଗୋଳ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିଲା ବେଳେ ଏହା ପ୍ରଶାସନ ଓ ସରକାରଙ୍କ ପ୍ରତି ଏକ ଚେତାବନୀ।
କୋଇଲା ପରିବହନ ଓ ପାଉଁଶ ଚାଲାଣ ପାଇଁ ହେଉଥିବା ପ୍ରଦୂଷଣକୁ ରୋକିବା ଦିଗରେ ପଦକ୍ଷେପ ନିଆନଗଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
