Andhra elections: ଆନ୍ଧ୍ର ନିର୍ବାଚନ ଭଣ୍ଡୁର ଯୋଜନା
ପଟାଙ୍ଗି/କୋରାପୁଟ: ଡିସେମ୍ବର ୨ରେ କୋଟିଆରେ ଆନ୍ଧ୍ର କରିବ ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ।
ନିର୍ବାଚନ ଲାଗି କୋଟିଆରୁ ଯେପରି କେହି ପ୍ରାର୍ଥିପତ୍ର ଦାଖଲ ନ କରନ୍ତି ତା' ଉପରେ କଡ଼ା ନଜର ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ।
ଜିଲ୍ଲା ପରିଷଦ ଭଳି ଚଳିତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ପଦକ୍ଷେପ ନେଇଛି।
ଆନ୍ଧ୍ର ସୀମାନ୍ତର ନେରେଡିୱାଲସା, ଫାଟୁସିନେରୀ, ତଳସେମ୍ବି ୩ଟି ସ୍ଥାନରେ ନାକାବନ୍ଦୀ ଲଗାଇ ଯାନବାହନ ଯାଞ୍ଚ ଓ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ପୁଲିସ।
ପ୍ରତି ଚେକ୍ପୋଷ୍ଟରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ଓ ଦୁଇଜଣ ଅଫିସରଙ୍କୁ ମୁତୟନ କରାଯାଇଛି।
Advertisment Accident: ଉତ୍ତରପ୍ରଦେଶରୁ ତାମିଲନାଡୁ ଯାଏଁ ଦୁର୍ଘଟଣା; ଭିନ୍ନ ସ୍ଥାନରେ ୪୮ ଜଣଙ୍କର ମୃତ୍ୟୁ କୋଟିଆବାସୀଙ୍କୁ ଆନ୍ଧ୍ର ମତଦାନରୁ ଦୂରେଇ ରଖିବା ଲାଗି ସ୍ବତନ୍ତ୍ର ଯୋଜନା ହୋଇଛି।
ଡିସେମ୍ବର ୧ ଏବଂ ୨ରେ କୋଟିଆରେ ହେବ 'ପରବ' ମହୋତ୍ସବ।
ଗୋଟିଏ ଦିନ ନେରେଡିୱାଲସା ଓ ଗୋଟିଏ ଦିନ ଫାଟୁସିନେରୀରେ କାର୍ଯ୍ୟକ୍ରମ ହେବ।
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ କୋଟିଆକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଜିଲ୍ଲାପାଳ ଶ୍ରୀ ମହାଜନ କହିଛନ୍ତି, କୋଟିଆ ଓଡ଼ିଶାର।
ବେଆଇନ ଭାବେ ଆନ୍ଧ୍ର ନିର୍ବାଚନ କରୁଛି।
ଗୋଟିଏ ଜାଗାରେ ୨ଟି ନିର୍ବାଚନ ହୋଇପାରିବ ନାହିଁ।
ଓଡ଼ିଶାରେ ବୁଥ୍ କରିବାକୁ ଦେବୁନି।
ଶନିବାର ଗଞ୍ଜେଇପଦର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ଚୋଦିପେଲି ବିର୍ସୁ ଓ ଖରା ସିଂଦେରି ନାମାଙ୍କନ ଦାଖଲ କରିଛନ୍ତି।
ତେବେ ପ୍ରାର୍ଥିପତ୍ର ଦାଖଲ କରୁଥିବା ବ୍ୟକ୍ତି ଆନ୍ଧ୍ର ନା ଓଡ଼ିଶାର, ତାହାର ଯାଞ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
କୋଟିଆରେ ଆଇନଶୃଙ୍ଖଳା ଭଙ୍ଗ କିମ୍ବା ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ରୋହିତ ବର୍ମା କହିଛନ୍ତି।
କୋଟିଆରେ ସୁରକ୍ଷା ଓ ନାକାବନ୍ଦୀ କଡ଼ାକଡ଼ି ଡିସେମ୍ବର ୧ରୁ ଦୁଇଦିନିଆ 'ପରବ' ମହୋତ୍ସବ କଠୋର ପଦକ୍ଷେପକୁ ନିନ୍ଦା କଲେ ସାଲୁର ବିଧାୟିକା Climate Change: ଜଳବାୟୁ ପରିବର୍ତ୍ତନରେ ବିଶ୍ୱର ୧୦ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କୋଟିଆରେ 'ପରବ' ମହୋତ୍ସବ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ଖେଳକୁଦଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସ୍ଥାନୀୟ ଲୋକଙ୍କୁ ସାମିଲ କରାଯିବ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପରିଷଦ ସଭାପତି ସସ୍ମିତା ମେଲେକା, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଲଇଛନ ଖରା, ପଟାଙ୍ଗି ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି, କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ, ସର୍ବଦଳୀୟ ନେତା ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଓଡ଼ିଶାର ଏହି କଠୋର ପଦକ୍ଷେପକୁ ନେଇ ଆନ୍ଧ୍ରର ସାଲୁର ବିଧାୟିକା ଜି.
ସନ୍ଧ୍ୟାରାଣୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ସମାଲୋଚନା କରିବା ସହ କୋଟିଆର ଆଦିବାସୀଙ୍କୁ ଓଡ଼ିଶା ସରକାର ପଶୁ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।
ଓଡ଼ିଶା ଓ ଆନ୍ଧ୍ରରେ ଗୋଟିଏ ସରକାର ଥିବାରୁ କୋଟିଆ ବିବାଦ ଆଉ ହେବ ନାହିଁ ବୋଲି ଆମେ ଭାବୁଥିଲୁ।
ମାତ୍ର ଏବେ ଦୁଇ ରାଜ୍ୟ ମଧ୍ୟରେ ଭାରତ-ପାକିସ୍ତାନ ଭଳି ବିବାଦ ସୃଷ୍ଟି ହେଉଥିବା କହି ସେ ଏହାକୁ ଅନୁଚିତ ବୋଲି ମତ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
