Amitabh Bachchan's Cryptic Post: ସୁପରଷ୍ଟାରଙ୍କ ଘରେ ଫାୟାରିଂ ପ୍ଲାନ୍ ଫେଲ୍! ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ଲେଖିଲେ ‘ବଞ୍ଚିଗଲି’
ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି।
ନିଜ ପ୍ରଶଂସକଙ୍କ ସହ ସେ ପ୍ରାୟତଃ ନିଜର ଭାବନା ଓ ମତାମତ ସେୟାର କରିଥାନ୍ତି।
ତାଙ୍କର ପ୍ରତ୍ୟେକ ପୋଷ୍ଟ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ।
ତେବେ ନଭେମ୍ବର ୧୫ ତାରିଖ ରାତିରେ ତାଙ୍କର ଏକ ସସପେନ୍ସ ଭରା ପୋଷ୍ଟ ଇଣ୍ଟରନେଟ୍ରେ ଚର୍ଚ୍ଚା ସୃଷ୍ଟି କରିଛି।
Advertisment ଅମିତାଭ ବଚ୍ଚନ ନିଜର ଏକ୍ସ ଆକାଉଣ୍ଟରେ ମାତ୍ର ଦୁଇଟି ଶବ୍ଦ ଲେଖି ଏକ ପୋଷ୍ଟ କରିଥିଲେ।
ସେ ଲେଖିଥିଲେ, 'ବଚ୍ ଗଏ' ଅର୍ଥାତ୍ 'ବଞ୍ଚିଗଲି'।
ତାଙ୍କର ଏହି ଛୋଟ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।
କେଉଁ ପରିସ୍ଥିତିରେ ଏବଂ କାହାକୁ ଉଦ୍ଦେଶ୍ୟ କରି ସେ ଏଭଳି ଲେଖିଛନ୍ତି, ତାହା ଜାଣିବାକୁ ଫ୍ୟାନ୍ସ ଉତ୍ସୁକ ହୋଇପଡ଼ିଛନ୍ତି।
ଏହି ପୋଷ୍ଟ ପରେ ଅନେକ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଛନ୍ତି।
ତେବେ ଏହାକୁ ନେଇ ଅମିତାଭଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ଏହି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଦୁଇ ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଥିବା ଖବର ସାମ୍ନାକୁ ଆସିଛି।
ଏମାନଙ୍କ ମଧ୍ୟରୁ ଜଣେ ଜଣେ ବଡ଼ ବଲିଉଡ୍ ଅଭିନେତାଙ୍କ ଘର ବାହାରେ ଗୁଳିମାଡ଼ କରିବାକୁ ଯୋଜନା କରୁଥିବା ପୋଲିସ ସନ୍ଦେହ କରୁଛି।
ତେବେ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଛି।
Advertisment ଦିଲ୍ଲୀ ପୋଲିସ ପଞ୍ଜାବର ଦୁଇ ଜଣ ଶାର୍ପ ସୁଟର ବିକାଶ ଠାକୁର ଓରଫ ବିକି ଏବଂ ଦୀପକ ସିଂହ ଓରଫ ଦୀପଙ୍କୁ ଗିରଫ କରିଛି।
ଦୀପକଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ବେଳେ ସେ ପଞ୍ଜାବର ତରନତାରନ ଅଞ୍ଚଳର ବାସିନ୍ଦା।
ଅନ୍ୟପଟେ ବିକାଶ ଠାକୁରଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।
ସେ ଜଳନ୍ଧରର ବାସିନ୍ଦା ବୋଲି ଜଣାପଡ଼ିଛି।
ପୋଲିସର ସନ୍ଦେହ ଯେ, ଦୀପକଙ୍କୁ ଜଣେ ବଡ଼ ସୁପରଷ୍ଟାରଙ୍କ ଘର ବାହାରେ ଗୁଳିମାଡ଼ କରିବାର ଦାୟିତ୍ୱ ଦିଆଯାଇଥିଲା।
୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ସମ୍ପର୍କରେ ଜଣେ ସୁପରଷ୍ଟାର ଦେଇଥିବା ବୟାନକୁ ନେଇ ତାଙ୍କୁ ଟାର୍ଗେଟ୍ କରିବାର ଷଡ଼ଯନ୍ତ୍ର ହୋଇଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି।
ବିକାଶଙ୍କୁ ପଚରାଉଚରା ପରେ ମୁମ୍ବାଇରେ ଥିବା ଦୀପକଙ୍କ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା।
ଅନ୍ୟପଟେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ କରିବା ଦାୟିତ୍ୱ ମଧ୍ୟ ଦୀପକଙ୍କୁ ଦିଆଯାଇଥିବା ଜଣାପଡ଼ିଛି।
ଅମୃତସରରେ କିଛି ଦିନ ପୂର୍ବରୁ ଘଟିଥିବା ଇନ୍ଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁ ହତ୍ୟାକାଣ୍ଡରେ ମଧ୍ୟ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ମୁମ୍ବାଇସ୍ଥିତ ଅମିତାଭଙ୍କ ବାସଭବନ 'ଜଲସା'କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା।
ଏହି ଧମକ ପରେ ମଧ୍ୟ ନଭେମ୍ବର ୧୫ ତାରିଖ ରବିବାର ଦିନ ସେ ପୂର୍ବପରି ନିଜ ପ୍ରଶଂସକଙ୍କୁ ଭେଟିଥିଲେ।
ଏଥର ଅମିତାଭ ବୁଲେଟ୍ପ୍ରୁଫ୍ ଗ୍ଲାସ୍ର ସୁରକ୍ଷା ବିନା ଫ୍ୟାନ୍ସଙ୍କ ସାମ୍ନାକୁ ଆସିଥିଲେ।
ହାତ ହଲାଇ ସେ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ।
ଏହି ସମୟରେ ଅମିତାଭଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
