Ama Bus Runs Over Motorcycle Rider: ବାଇକ୍ ଆରୋହୀଙ୍କ ଉପରେ ଚଢିଗଲା ଆମ ବସ୍, ଘଟଣାସ୍ଥଳରୁ ଡ୍ରାଇଭର ଫେରାର
ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’। କଟକରେ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଯାଇଛି ‘ଆମ ବସ୍'। ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ବାଇକ୍ ଆରୋହୀଙ୍କୁ ପ୍ରାୟ ୧୦ ମିଟର ଯାଏଁ ଘୋଷାଡି ନେଇଥିଲା ଆମ ବସ୍। ଦୁର୍ଘଟଣାରେ ଗୁରୁତର ବାଇକ୍ ଆରୋହୀଙ୍କୁ ତୁରନ୍ତ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରୁ ଆମ ବସ୍ ଡ୍ରାଇଭର ଫେରାର୍ ମାରିଛି। ଅନ୍ୟପଟେ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।