Crackdown on Unfit Vehicles: ଜବତ ହେଉଛି ବିନା ଫିଟନେସରେ ଚାଲୁଥିବା ଗାଡି଼, ଗାଡି ଚେକିଂ ଜୋରଦାର

Jul 09, 2026 - 17:33
Crackdown on Unfit Vehicles: ଜବତ ହେଉଛି ବିନା ଫିଟନେସରେ ଚାଲୁଥିବା ଗାଡି଼, ଗାଡି ଚେକିଂ ଜୋରଦାର

କଟକରେ ଗାଡି ଚେକିଂ ଜୋରଦାର। ବିନା ଫିଟନେସର ଗାଡି ,ବୀମା ଓ ବିନା ପରମିଟରେ ଚାଲୁଥିବା ଗାଡିକୁ ଜବତ କରିବାକୁ ଏସଟିଏ ନିର୍ଦ୍ଦେଶ ପରେ କଡାକଡି ଚେକିଂ। ଏ ପର୍ଯ୍ୟନ୍ତ ୫୬ ଗାଡି ଜବତ କରିଛି କଟକ ଆରଟିଓ। ଅଟୋ, ଟ୍ରାକ୍ଟର, ବାଇକ, ମାଲବୁହା ଗାଡି ଜବତ କରାଯାଇଛି। ଉଭୟ କମର୍ସିଆଲ ଓ ଘରୋଇ ଗାଡିକୁ ଚେକିଂ କରାଯାଉଛି।

ଯେଉଁ ଗାଡ଼ି ଫିଟନେସ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ଗାଡି କୁ ଜବତ କରାଯାଉଛି । ଅଭ୍ୟାସଗତ ଉଲଙ୍ଘନକାରୀଙ୍କ ବିରୋଧ ରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏସଟିଏ। ଏକାଧିକଥର ଏହି ନିୟମ ଉଲଂଘନ କରିଥିବା ଗାଡି ଗୁଡିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । 

କଟକରେ ଗାଡି ଚେକିଂ ଜୋରଦାର
ଜବତ ହେଉଛି ବିନା ଫିଟନେସରେ ଚାଲୁଥିବା ଗାଡି଼
କଟକରେ ଏସଟିଏର ସ୍ପେଶାଲ ଡ୍ରାଇଭ
ଜବତ ହେଲାଣି ୫୬ ଗାଡି
ଉଭୟ କମର୍ସିଆଲ ଓ ଘରୋଇ ଗାଡିକୁ କରାଯାଉଛି ଚେକିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।