Authorities Demolish Murder Accused's House: ହତ୍ୟା ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର, ଜୁନ ୧୬ରେ ଘଟାଇଥିଲେ ହତ୍ୟାକାଣ୍ଡ

Jul 09, 2026 - 15:18
Authorities Demolish Murder Accused's House: ହତ୍ୟା ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର, ଜୁନ ୧୬ରେ ଘଟାଇଥିଲେ ହତ୍ୟାକାଣ୍ଡ

ହତ୍ୟା ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର। ରାଉରକେଲା ସେକ୍ଟର  ୭ ଥାନା ନାରାୟଣୀ ବସ୍ତିରେ ୪ ହତ୍ୟା ଅଭିଯୁକ୍ତ ଚିନୁ ହରିପା, କାଳିଆ ନାୟକ, ଛୋଟୁ ନାୟକ , ବାବୁ ଲଣ୍ଡା ଓରଫ ସନ୍ତୋଷ ନାୟକ ସହ ରୋହିତ୍ ହରିପା ଘର ଭଙ୍ଗା ଚାଲିଛି । ବସ୍ତିରେ ବେଆଇନ ଭାବେ ଘର କରି ବ୍ରାଉନସୁଗାର ବେପାର ଚଳାଇଥିଲେ। ଏହାକୁ ବିରୋଧ କରିବାରୁ ୨ ଯୁବକଙ୍କୁ ଆକ୍ରମଣ କରିଥିଲେ ନିଶା ବେପାରୀ।

ଏଥିରେ ରାମେଶ୍ବର ବସ୍ତିର ତୋଫାନ ବିନ୍ଧାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁଭେନ୍ଦୁ ସେଠୀ ଗୁରୁତର ଆହତ ହୋଇଥିଲେ। ଜୁନ ୧୬ ତାରିଖରେ ହତ୍ୟାକାଣ୍ଡ ଘଟିଥିଲା। ଜୁନ୍ ୨୦ ତାରିଖରେ ଦୁଇ ହତ୍ୟା ଅଭିଯୁକ୍ତ ଚିନୁ ହରିପା ଓ ସନ୍ତୋଷ ନାୟକକୁ ରାଉରକେଲା ପୋଲିସ ଏନକାଉଣ୍ଟର କରି ଗିରଫ କରିଥିଲା। ପରେ ଆଉ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଗିରଫ ହୋଇଥିବା ୬ ହତ୍ୟା ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର ।

ରାଉରକେଲା ସେକ୍ଟର ୭ ନାରାୟଣୀ ବସ୍ତି ଉଚ୍ଛେଦ
ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ପୋଲିସ
ନିଶା କାରବାରକୁ ବିରୋଧ କରିବାରୁ ଜୁନ ୧୬ରେ ହୋଇଥିଲା ହତ୍ୟାକାଣ୍ଡ
ହତ୍ୟା ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ପୋଲିସ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।