Ama Bus Accidents ପୂର୍ବବର୍ଷ ତୁଳନାରେ ‘ଆମ ବସ୍‌’ ଦୁର୍ଘଟଣା ୫୨ ପ୍ରତିଶତ କମିଛି

Aug 11, 2026 - 20:05
Ama Bus Accidents ପୂର୍ବବର୍ଷ ତୁଳନାରେ ‘ଆମ ବସ୍‌’ ଦୁର୍ଘଟଣା ୫୨ ପ୍ରତିଶତ କମିଛି

"ଭୁବନେଶ୍ୱର: କମ୍ପ୍ରେହେନ୍‌ସିଭ୍‌ ରିଜିଓନାଲ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ (ସିଆର୍‌ୟୁଟି) କାର୍ଯ୍ୟକଳାପ ଓ ପରିଚାଳନା ସମ୍ପର୍କରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁ‌ଷ୍ଠିତ ହୋଇଯାଇଛି।

ପୂର୍ବବର୍ଷର ସମାନ ସମୟ ତୁଳନାରେ କ୍ରୁଟ୍‌ର ବସ୍ ଦୁର୍ଘଟଣାରେ ୫୨ ପ୍ରତିଶତ ହ୍ରାସ ଘଟିଛି ।

ଏହାସହ ଆମବସ୍‌ର କାର୍ଯ୍ୟକଳାପ ଉପରେ ବିଭାଗର ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି।

Advertisment Aam Bus: "ଆମ ବସ୍‌" ଦେଖିଲେ ଡର ଲାଗୁଛି: ୨ ବର୍ଷରେ ୬ ଶହ ଦୁର୍ଘଟଣା, ନେଲାଣି ୨୧ ମୁଣ୍ଡଆଜି (ମଙ୍ଗଳବାର)ହୋଇଥିବା ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ।

କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ  ମହମ୍ମଦ ସାଦିକ୍ ଆଲମ୍, ଅତିରିକ୍ତ ସଚିବ- ତଥା -ଜିଏମ୍  ସହଦେବ ସମାଧିଆ, ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ମମତାରାଣୀ ନାଏକ, କ୍ରୁଟ୍‌ର ଆର୍ଥିକ ପରାମର୍ଶଦାତା, ଓଏସଡି, ମ୍ୟାନେଜର (ଅପରେସନ)ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ ସିଆର୍‌ୟୁଟିର ସାମଗ୍ରିକ ପରିଚାଳନା କାର୍ଯ୍ୟଦକ୍ଷତା, ବସ୍ ଓ ରୁଟ୍ ପରିଚାଳନା, ସଡ଼କ ସୁରକ୍ଷା, ଯାତ୍ରୀ ସେବା, ପରିଚାଳନା, ଡିଜିଟାଲ୍ ବ୍ୟବସ୍ଥା, ଆର୍ଥିକ ସ୍ଥାୟିତ୍ୱ, ଭିତ୍ତିଭୂମି ଏବଂ ଭବିଷ୍ୟତ ସମ୍ପ୍ରସାରଣ ଯୋଜନା ଆଦିର ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ସେବା ପ୍ରଦାନ ବ୍ୟବସ୍ଥାର ନିରନ୍ତର ନିରୀକ୍ଷଣ କରି ଯେଉଁଠାରେ ଅଭାବ ବା ତ୍ରୁଟି ପରିଲକ୍ଷିତ ହେଉଛି, ସେଠାରେ ତୁରନ୍ତ ସୁଧାରମୂଳକ ପଦକ୍ଷେପ ନେବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ ।

ନିରାପଦ, ବିଶ୍ୱସନୀୟ, ଦକ୍ଷ ଓ ଯାତ୍ରୀ-ଅନୁକୂଳ ସାଧାରଣ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ପ୍ରାଥମିକତା ଦେଇଥିଲେ ।

Bloodthirsty: ରକ୍ତମୁଖା "ଆମ ବସ୍‌" ବୈଠକରୁ ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ କ୍ରୁଟ୍ ପକ୍ଷରୁ ସାତଟି ସହରରେ ୭୭୦ଟି ବସ୍ ଚଳାଚଳ କରୁଛି।

ଏଥିରେ ୩୯୦ଟି ଇଲେକ୍ଟ୍ରିକ୍ ବସ୍ ରହିଛି ।

୧୩୮ଟି ରୁଟ୍‌ରେ ଏହି ବସ୍‌ଗୁଡ଼ିକ ଚଳାଚଳ କରି ପ୍ରତିଦିନ ପ୍ରାୟ ୩.୫ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଛି ।

ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ ,  ଜି ପି ଏସ୍ ଆଧାରିତ ଯାନ ଟ୍ରାକିଂ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ମନିଟରିଂ, ସି ସି ଟି ଭି , ଯାତ୍ରୀ ସୂଚନା ବ୍ୟବସ୍ଥା ଏବଂ ଅପରେସନାଲ୍ ଡ୍ୟାସବୋର୍ଡ ଭଳି ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ କ୍ରୁଟ୍‌ର ପରିଚାଳନାକୁ ଆହୁରି ସୁଦୃଢ଼ କରାଯାଉଛି । "ସାରଥୀ" ସେବା ଏବଂ ଇଲେକ୍ଟ୍ରିକ୍ ଫିଡର୍ ବସ୍ ସେବା ମାଧ୍ୟମରେ କ୍ରୁଟ୍ ଶେଷ ମାଇଲ୍ ସଂଯୋଗକୁ ମଧ୍ୟ ସୁଦୃଢ଼ କରୁଛି ।

ଫିଡର୍ ସେବାର ପାଇଲଟ୍ ପ୍ରକଳ୍ପରେ ବର୍ତ୍ତମାନ ଦୈନିକ ହାରାହାରି ପ୍ରାୟ ୪,୦୦୦ ଯାତ୍ରୀ ଯାତାୟାତ କରୁଛନ୍ତି ।

ସୁଲଭ ଭଡ଼ା ଏବଂ ଜନସେବା ଦାୟିତ୍ୱ ସତ୍ତ୍ୱେ କ୍ରୁଟ୍‌ର ଖର୍ଚ୍ଚ ଆଦାୟ ଅନୁପାତରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ଏହା ପ୍ରାୟ ୬୫ ପ୍ରତିଶତ ରହିଛି।

ଚାଳକମାନଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ, ବାଧ୍ୟତାମୂଳକ ମଦ୍ୟପାନ ପରୀକ୍ଷା, ବେଗ ନିରୀକ୍ଷଣ, ନିୟମିତ ସୁରକ୍ଷା ପ୍ରଶିକ୍ଷଣ ଏବଂ କେପିଆଇ ଆଧାରିତ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ପାଞ୍ଚ ଦିନିଆ "ସୁବାହକ" ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ସୁଦୃଢ଼ କରାଯାଇ ଇଲେକ୍ଟ୍ରିକ୍ ବସ୍ ପରିଚାଳନା ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଡ୍ୟୁଲ୍ ସାମିଲ କରାଯାଇଛି ।

ବର୍ତ୍ତମାନ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍  ଏବଂ ଡ୍ରାଇଭର୍ ଫାଟିଗ୍ ମନିଟରିଂ ସିଷ୍ଟମ୍  ପ୍ରଚଳନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। 'Aam Bus' service in Odisha: ଓଡ଼ିଶାରେ "ଆମ ବସ୍‌" ସେବାରେ ଇଭିକୁ ଗୁରୁତ୍ବ: ୩୮୦ ଅଛି, ଆଉ ୪୦୦ ଆସିବ ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ପ୍ରଯୁକ୍ତି ଓ ଭିତ୍ତିଭୂମିର ବିକାଶର ଶେଷ ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା । "ଆମ ବସ୍" ସେବା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ, ପରିଚାଳନାଗତ ସମସ୍ୟାର ତ୍ୱରିତ ସମାଧାନ ଏବଂ ଯାତ୍ରୀଙ୍କ ମତାମତର ନିୟମିତ ମୂଲ୍ୟାୟନ ଅତ୍ୟନ୍ତ ଆବଶ୍ୟକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media