Alligations: କ’ଣ କଲେ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ? ସଂଗୀନ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ରୀ

Nov 27, 2026 - 21:53
Alligations: କ’ଣ କଲେ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ? ସଂଗୀନ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ରୀ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲାରେ ଥିବା ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଙ୍କୁ ଅସଦାଚାରଣ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ରାୟଗଡା ସହର ଉପକଣ୍ଠରେ ଥିବା‌ ଏକ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ଛାତ୍ରୀ ତାଙ୍କୁ ଅସଦାଚରଣ ହୋଇଥିବା ନେଇ ପରିବାରକୁ ଜଣାଇବା ପରେ ଆଜି ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment ଥାନାରେ ଅଭିଯୋଗ ହେବା ପରେ ସଂପୃକ୍ତ ସ୍କୁଲର ଅଧ୍ୟକ୍ଷଙ୍କୁ ଥାନାରେ ଅଟକ ରଖାଯାଇଛି।

୯ମ ଶ୍ରେଣୀର ଛାତ୍ରୀ ଏତଲାରେ ଦର୍ଶାଇଛନ୍ତି ଯେ ଗତ ଏକ ବର୍ଷ ଧରି ତାଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଅସଦାଚରଣ କରୁଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରୀ ଜଣଙ୍କୁ ନିଜ କ୍ବାର୍ଟର ଏବଂ ଅଧ୍ୟକ୍ଷଙ୍କ ଚାମ୍ବରକୁ ଡାକୁଥିଲେ।

ସେ କେବେ ଏକୁଟିଆ ତାଙ୍କ କ୍ବାର୍ଟରକୁ ଯାଇନଥିବା ବେଳେ କିନ୍ତୁ ଅଧ୍ୟକ୍ଷଙ୍କ ପାଇଁ ଉଦ୍ଦିଷ୍ଟ କୋଠୀକୁ ସେ ଯାଇଛନ୍ତି।

ସେହି ସମୟରେ ଅଧ୍ୟକ୍ଷ ସିସିଟିଭିକୁ ବନ୍ଦ କରିବା ପରେ ତାଙ୍କ ତାଙ୍କୁ କୁଣ୍ଢାଇ ଧରୁଥିଲେ।

ଏନେଇ କାହାକୁ ପ୍ରକାଶ ନକରିବାକୁ ତାଗିଦ କରୁଥିଲେ।

ଏପରିକି ତୁମେ ଆଦିବାସୀ ସଂପ୍ରଦାୟର ଲୋକ, ତୁମ ପରିବାର ଗରିବ ଏଣୁ ମୋ କଥା ଶୁଣ ମୁଁ ତୁମକୁ ପଢ଼ାପଢ଼ି ପାଇଁ ଆର୍ଥିକ ସହାୟତା ଯୋଗାଇଦେବି ଏବଂ ଚାକିରି ପାଇଁ ମଧ୍ୟ ସାହାଯ୍ୟ କରିବି ବୋଲି କହୁଥିବା ଛାତ୍ରୀ ଜଣଙ୍କ ଲିଖିତ ଭାବେ ଥାନାରେ ଅଭିଯୋଗ କରିଛନ୍ତି।

୨ଥର ୫୦୦ ଟଙ୍କା ଦେବା ପାଇଁ ପ୍ରସ୍ତାବ!

ଛାତ୍ରୀ ଜଣକ ଅଭିଯୋ କରିଛନ୍ତି, ଅଧ୍ୟକ୍ଷ ମୋତେ ୨ଥର ୫୦୦ ଟଙ୍କା ଦେବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ମୋବାଇଲ ଫୋନ୍‌ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ତୁମର ଭବି‌ଷ୍ୟତ ପାଇଁ ଏହି ଘଟଣା କାହାରିକୁ ଜଣାଇବ ନାହିଁ ବୋଲି ମୋତେ ତାଗିଦ କରୁଥିଲେ।

ମଁ ୧ବର୍ଷ ହେଲା ଅଧ୍ୟକ୍ଷଙ୍କ ଦ୍ବାରା ଅସଦାଚରଣ ଶିକାର ହୋଇଥିଲେ ମଧ୍ୟ ଭୟରେ କାହାକୁ ପ୍ରକାଶ କରୁନଥିଲି।

ଭୟରେ ରହୁଥିବା ହେତୁ ମୋତେ ଭଲ ଲାଗୁନଥିଲା ଏଣୁ ବାଧ୍ୟ ହୋଇ ଗତ ୨୪ ତାରିଖ ଦିନ ମୁଁ ଘଟଣା ସମ୍ପର୍କରେ ପରିବାରଙ୍କୁ ଜଣାଇଥିଲି ଏବଂ ସେହି ଦିନହିଁ ମୋତେ ମୋ ବାପା ବିଦ୍ୟାଳୟରୁ ଘରକୁ ନେଇଆସିଥିଲେ।

ପୁଲିସର ତଦନ୍ତ ଜାରି ଆଜି ରାୟଗଡା ଥାନାରେ ଅଭିଯୋଗ ପରେ ଘଟଣାକୁ ଅତି ଗୁରୁତର ଭାବେ ନେଇ ପୁଲିସ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଅଧକ୍ଷ୍ଯଙ୍କୁ ପଚରାଉଚରା କରିଥିଲା।

ପରେ ଅଧିକ ତଦନ୍ତ ପାଇଁ ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି।

ପୁଲିସ ଏନେଇ ତଦନ୍ତ ଚାଲୁରହିଛି।

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଗଣମାଧ୍ୟମକୁ ଦେଇଛି।

ପ୍ରଥମ ଥର ନୁହେଁ, ପୂର୍ବରୁ ବି ଘଟିଥିଲା ସୂଚନାଯୋଗ୍ୟ, ନିକଟରେ ରାୟଗଡ଼ାର ଏକ ଉଚ୍ଚ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟରାତ୍ରୀରେ ଛାତ୍ରୀମାନଙ୍କୁ ଏକ କ୍ଷମା ପ୍ରାର୍ଥନା କାଗଜରେ ଯୋରଜବରଦସ୍ତି ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)