Alligation: ପ୍ରିୟାଗୋଲ୍ଡ ବିସ୍କୁଟ୍‌ରେ ଗୋଖାଦ୍ୟ ଭୁଷି ବ୍ୟବହାର ଅଭିଯୋଗ

Oct 17, 2026 - 19:33
Alligation: ପ୍ରିୟାଗୋଲ୍ଡ ବିସ୍କୁଟ୍‌ରେ ଗୋଖାଦ୍ୟ ଭୁଷି ବ୍ୟବହାର ଅଭିଯୋଗ

"ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ତିନିଟି କମ୍ପାନି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଏହି କମ୍ପାନିଗୁଡ଼ିକ ହେଉଛନ୍ତି ପ୍ରିୟାଗୋଲ୍ଡ ବିସ୍କୁଟ୍‌ ପ୍ରସ୍ତୁତକର୍ତ୍ତା ସୂର୍ଯ୍ୟ ଫୁଡ୍‌ ଆଣ୍ଡ୍‌ ଆଗ୍ରୋ, ଡୋଡ୍‌ଲା ଡାଏରି ଏବଂ ୟୁଇଆଇଆର୍‌ ଅର୍ଗାନିକ୍‌ ଫୁଡ୍‌ସ।

ଖାଦ୍ୟ ପଦାର୍ଥର ନମୁନା ପରୀକ୍ଷା ଓ ଯାଞ୍ଚ ପରେ ଏହି ପଦକ୍ଷେପ ନିଆଯାଇଛି।Advertisment ପ୍ରିୟାଗୋଲ୍ଡ ବିସ୍କୁଟ୍‌ ତିଆରିରେ ମଣିଷ ଖାଇବା ପାଇଁ ଉଦ୍ଦିଷ୍ଟ ନଥିବା ଗୋଖାଦ୍ୟ ଭୁଷିକୁ ତନ୍ତୁଯୁକ୍ତ ଉପାଦାନ ଭାବେ ବ୍ୟବହାର କରାଯାଉଥିବା ଏଫ୍‌ଏସ୍‌ଏସ୍‌ଏଆଇ ଯାଞ୍ଚରେ ଜଣାପଡ଼ିଛି।

ଜଣେ ଗ୍ରାହକଙ୍କ ଅଭିଯୋଗ ପରେ କମ୍ପାନିର କାରଖାନା ଯାଞ୍ଚ କରାଯାଇଥିଲା।

ସେଠାରେ ପରିଷ୍କାର ପରିଚ୍ଛନ୍ନତା, କୀଟ ନିୟନ୍ତ୍ରଣ, କଞ୍ଚାମାଲ ସଂରକ୍ଷଣ ଓ କର୍ମଚାରୀଙ୍କ ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟ ତ୍ରୁଟି ଦେଖାଯାଇଥିଲା।

ଏହା ପୂର୍ବରୁ କମ୍ପାନିର ଲାଇସେନ୍ସ ନିଲମ୍ବନ କରାଯାଇଥିଲା।

ଏବେ ଅଭିଯୋଗ ନେଇ ଅଦାଲତରେ ମାମଲା ଚଳାଇବା ପାଇଁ ପଦକ୍ଷେପ ନିଆଯାଇଛି।

Chicken-flavored biscuits: କିମାଶ୍ଚର୍ଯ୍ୟମ୍‌: ଚିକେନ୍‌ ସ୍ବାଦଯୁକ୍ତ ବିସ୍କୁଟ୍‌ ସେହିପରି ଡୋଡ୍‌ଲା ଡାଏରିର ଫୁଲ୍‌ କ୍ରିମ୍‌ କ୍ଷୀର ନମୁନାରେ ନିର୍ଦ୍ଧାରିତ ସୀମାଠାରୁ କମ୍‌ ଚର୍ବି ଥିବା ଜଣାପଡ଼ିଥିଲା।

କମ୍ପାନିର ଆବେଦନ ପରେ ନମୁନାକୁ ଅଧିକ ପରୀକ୍ଷା ପାଇଁ ପଠାଯାଇଥିଲା।

ସେଠାରେ କ୍ଷୀରରେ ଡିଟରଜେଣ୍ଟ୍‌ କିମ୍ବା କଷ୍ଟିକ୍‌ ସୋଡ଼ା ଥିବା ଏବଂ ଚର୍ବିର ମାତ୍ରା କମ୍‌ ଥିବା ନିଶ୍ଚିତ ହୋଇଥିବା ଏଫ୍‌ଏସ୍‌ଏସ୍‌ଏଆଇ କହିଛି।

ଅନ୍ୟପକ୍ଷରେ, ୟୁଇଆଇଆର୍‌ ଅର୍ଗାନିକ୍‌ ଫୁଡ୍‌ସ ବିକ୍ରି କରୁଥିବା ହଳଦିଆ କିସମିସ୍‌ର ନମୁନାରେ କୀଟନାଶକ ଅବଶେଷ ମିଳିଥିବାରୁ ଏହି କମ୍ପାନି ବିରୋଧରେ ମଧ୍ୟ ଆଇନଗତ ପଦକ୍ଷେପ ନିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)