Allahabad High Court: ଆହ୍ଲାବାଦ ହାଇକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଆସନ ଆଡ଼କୁ ଚେୟାର  ଫିଙ୍ଗିଲେ ଓକିଲ

Oct 28, 2026 - 18:10
Allahabad High Court: ଆହ୍ଲାବାଦ ହାଇକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଆସନ ଆଡ଼କୁ ଚେୟାର  ଫିଙ୍ଗିଲେ ଓକିଲ

ନୂଆଦିଲ୍ଲୀ: ଜଣେ ଓକିଲ ଙ୍କ ସହ କଥିତ ଦୁର୍ବ୍ୟବହାରକୁ ନେଇ ଆହ୍ଲାବାଦ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ବିଚାରପତି ଜଷ୍ଟିସ୍‌ ଅଜୟ ଭନୋଟଙ୍କ ଅଦାଲତକୁ ବର୍ଜନ କରିବାକୁ ଧମକ ଦେବାର ଦିନକ ପରେ, ବୁଧବାର (ଅକ୍ଟୋବର ୨୮) ତାଙ୍କ କୋର୍ଟ ରୁମ୍‌ରେ ଓକିଲମାନେ ଜୋରଦାର ହଙ୍ଗାମା କରିଛନ୍ତି।

ଦେଖୁ ଦେଖୁ କୋର୍ଟ ରୁମ୍‌ରେ ଅରାଜକତା ସୃଷ୍ଟି ହୋଇଥିଲା ଏବଂ ଓକିଲଙ୍କ ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା।

ଉତ୍ତ୍ୟକ୍ତ ଓକିଲମାନେ ବିରୋଧ ପ୍ରଦର୍ଶନ ସମୟରେ ବିଚାରପତିଙ୍କ ଆସନ ଆଡ଼କୁ ଚେୟାର ଓ ଅନ୍ୟ ଆସବାବପତ୍ର ଫିଙ୍ଗିଥିବା ଅଭି‌ଯୋଗ ହୋଇଛି।

Advertisment କ'ଣ ଥିଲା ପୂରା ଘଟଣା?

ବାର୍‌ ଆସୋସିଏସନ୍‌ ମଙ୍ଗଳବାର ଅଭିଯୋଗ କରିଥିଲା ଯେ ଜଷ୍ଟିସ୍‌ ଭନୋଟ ଜଣେ ଓକିଲଙ୍କୁ ପୁଲିସ ଅଧୀକ୍ଷକ (ଏସ୍‌ପି)ଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ।

ସାଧାରଣତଃ ଓକିଲମାନଙ୍କ ପାଇଁ ସଂରକ୍ଷିତ ଧାଡ଼ିରେ ଏସ୍‌ପି ବସିଥିବାରୁ ସମ୍ପୃକ୍ତ ଓକିଲ ଏହାକୁ ବିରୋଧ କରିଥିଲେ।

ବାର୍‌ ଆସୋସିଏସନ୍‌ ଅନୁସାରେ, ଜଷ୍ଟିସ୍‌ ଭନୋଟଙ୍କ କୋର୍ଟ ରୁମ୍‌ରେ ପୁଲିସ ଅଧିକାରୀ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ଅଲଗା ଚେୟାର ବ୍ୟବସ୍ଥା କରାଯାଇଥିଲା।

ଏହି ସମୟରେ ଓକିଲ ଜଣକ ଏସ୍‌ପିଙ୍କୁ ପଛ ଧାଡ଼ିରେ ବସିବାକୁ କହିଥିଲେ।

ଗତକାଲି ଚେତାବନୀ ଦେଇଥିଲେ ଓକିଲ 'ବାର୍‌ ଆଣ୍ଡ୍‌ ବେଞ୍ଚ୍‌'ର ରିପୋର୍ଟ ଅନୁସାରେ, ଜଷ୍ଟିସ୍‌ ଭନୋଟ ସମ୍ପୃକ୍ତ ଓକିଲଙ୍କୁ ଜେଲ୍‌ ପଠାଇବାକୁ ଧମକ ଦେଇଥିବା ଏବଂ ଅନ୍ୟ ଜଣେ ବରିଷ୍ଠ ଓକିଲଙ୍କୁ ପରିହାସ କରିଥିବା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଅଭିଯୋଗ କରିଛି।

ଏହାପରେ ଓକିଲଙ୍କ ସହ ହୋଇଥିବା କଥିତ ଦୁର୍ବ୍ୟବହାର ଘଟଣାରେ ହସ୍ତକ୍ଷେପ କରିବାକୁ ଆସୋସିଏସନ୍‌ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲା।

ଏଥିସହ ଘଟଣାରେ କୌଣସି ପଦକ୍ଷେପ ନିଆ ନଗଲେ ଜଷ୍ଟିସ୍‌ ଭନୋଟଙ୍କ ଅଦାଲତକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଥିଲା।

ବିଚାରପତିଙ୍କ ଆସନ ଆଡ଼କୁ ଫିଙ୍ଗିଲେ ଆସବାବପତ୍ର ବୁଧବାର ଅଦାଲତର କାର୍ଯ୍ୟ ଆରମ୍ଭ ହେବା ସମୟରେ ଅନେକ ଓକିଲ ଜଷ୍ଟିସ୍‌ ଭନୋଟଙ୍କ କୋର୍ଟ ରୁମ୍‌ ବାହାରେ ଏକାଠି ହୋଇଥିଲେ।

ସେହି ସମୟରେ ଜଷ୍ଟିସ୍‌ ଭନୋଟ ଅନ୍ୟ ଜଣେ ବିଚାରପତି ଜଷ୍ଟିସ୍‌ ଦିବେଶ ଚନ୍ଦ୍ର ସାମନ୍ତଙ୍କ ସହ କୋର୍ଟ ରୁମ୍‌ରେ ବସିଥିଲେ।

ଏହାପରେ ଓକିଲମାନେ ନାରାବାଜି ଆରମ୍ଭ କରିଥିଲେ।

ଅଭିଯୋଗ ହୋଇଛି ଯେ ଏହି ସମୟରେ ସେମାନେ ବିଚାରପତିଙ୍କ ଆସନ ଆଡ଼କୁ ଆସବାବପତ୍ର ଏବଂ ଅନ୍ୟ ସାମଗ୍ରୀ ଫିଙ୍ଗିଥିଲେ।

ତେବେ ଏହା ପୂର୍ବରୁ ବିଚାରପତି ନିଜ ଆସନ ଛାଡ଼ି ଚାଲିଯାଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିଲା।

କେତେକ ରିପୋର୍ଟରେ ଜଷ୍ଟିସ୍‌ ଭନୋଟଙ୍କ ଆଡ଼କୁ ଜୋତା ଫିଙ୍ଗାଯାଇଥିବା ମଧ୍ୟ ଦାବି କରାଯାଇଛି।

ତେବେ ଏହି ଦାବିର ସ୍ୱତନ୍ତ୍ର ଭାବେ ସତ୍ୟତା ଯାଞ୍ଚ କରିନାହିଁ ।

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)