All-India Junior Badminton: ସର୍ବଭାରତୀୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍ ଉଦ୍ଯାପିତ: ପାରୁଲ୍ ଚୌଧୁରୀ, ନିଶ୍ଚଳ ଚାନ୍ଦଙ୍କୁ ଏକକ ଟ୍ରଫି
"ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟଡିୟମ୍ ଡାଲମିଆ ଭାରତ ଗୋପୀଚାନ୍ଦବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ର "ସଟଲ୍" ପରିସରରେ ଚାଲିଥିବା ୟୋନେକ୍ସ ସନ୍ରାଇଜ୍ କନିଷ୍ଠ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଶନିବାର ଶେଷ ହୋଇଛି।
ଉତ୍ତରାଖଣ୍ଡର ୩ ଜଣ ଟ୍ରଫି ଜିତିଥିବାବେଳେ ଛତିଶଗଡ଼, ଦିଲ୍ଲୀ, ତାମିଲନାଡୁ, କେରଳରୁ ଜଣେ ଲେଖାଏଁ ଟ୍ରଫି ବିଜୟରେ ସକ୍ଷମ ହୋଇଛନ୍ତି।
କର୍ଣ୍ଣାଟକ ଖେଳାଳି ଉଭୟ ବାଳକ ଓ ବାଳିକା ଫାଇନାଲ୍ରେ ଲଢ଼ିଥିଲେ ମଧ୍ୟ ଉପ ବିଜେତାରେ ସନ୍ତୁଷ୍ଟ ହୋଇଛନ୍ତି।Advertisment Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ ବାଳିକା ଏକକ ଫାଇନାଲରେ ରାଜସ୍ଥାନର ପାରୁଲ୍ ଚୌଧୁରୀ ୨୦-୧୮, ୧୫-୭ରେ ତାମିଲନାଡୁର ଦୀକ୍ଷା ଏସଆରଙ୍କୁ ପରାସ୍ତ କରିଥିବାବେଳେ ବାଳକ ଫାଇନାଲ୍ରେ ଉତ୍ତରାଖଣ୍ଡର ନିଶ୍ଚଳ ଚାନ୍ଦ ଏକ ତିନି ଗେମ୍ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ଲଢ଼େଇ କରି ୧୨-୧୫, ୧୫-୧୧, ୧୭-୧୫ରେ ରେ ତେଲେଙ୍ଗାନା ଖେଳାଳି ଟି.
ଜ୍ଞାନଦତ୍ତୁଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ।
ମିଶ୍ରିତ ଯୁଗଳ ଫାଇନାଲରେ ଛତିଶଗଡ-ତାମିଲନାଡୁ ଯୋଡ଼ି ଦିବ୍ୟାନସ ଅଗ୍ରୱାଲ ଓ ଭାମା ପ୍ରଭୁଆନନ୍ଦ ୧୪-୧୬, ୧୫-୧୩, ୧୬-୧୪ରେ ଦିଲ୍ଲୀ ଉତ୍ତରାଖଣ୍ଡ ଯୋଡି ଯୋଗାଂଶ ସିଂହ ଓ ଆନ୍ୟା ବିସ୍ତଙ୍କୁ ପରାସ୍ତ କରିଥିଲେ।
ପୁରୁଷ ଓ ମହିଳା ଯୁଗଳ ଫାଇନାଲ୍ ବି ସଂଘର୍ଷପୂର୍ଣ୍ଣ ହୋଇଥିଲା।
ବାଳିକା ବିଭାଗ ଫାଇନାଲରେ ଉତ୍ତରାଖଣ୍ଡର ଆନ୍ୟା ବିସ୍ତ ଓ ଆଞ୍ଜେଲ ପୁନେରା ସିଧାସଳଖ ଭାବେ ୧୫-୯, ୧୫-୯ରେ କର୍ଣ୍ଣାଟକ ଯୋଡି ଦୀପକ ରାଜ ଅଦିତି ଓ ପୋନ୍ନାମ୍ମା ବିଭି ବୃଦ୍ଧିଙ୍କୁ ମାତ ଦେଇଥିଲେ।
ବାଳକ ବିଭାଗ ଫାଇନାଲ୍ରେ କେରଳ-ଦିଲ୍ଲୀ ଯୋଡି ଆଥିସ ଶ୍ରୀନିବାସ ପିଭି ଓ ଯୋଗଂଶ ସିଂହ ୧୨-୧୫, ୧୫-୧୧, ୧୭-୧୫ରେ କର୍ଣ୍ଣାଟକ ଯୋଡ଼ି ତଥା ଯାଆଁଳା ଭାଇ ପବନ ସୁରେଶ ଓ ପୁନିଥ୍ ସୁରେଶଙ୍କୁ ମାତ ଦେଇଥିଲେ।
ଯାଆଁଳା ଭାଇଙ୍କ ଦୁଃଖ ପ୍ରତିଯୋଗିତାର ଫାଇନାଲ୍ ଖେଳିଥିବା ଯାଆଁଳା ଭାଇ କର୍ଣ୍ଣାଟକ ଯୋଡ଼ି ପବନ ସୁରେଶ ଓ ପୁନିତ ସୁରେଶଙ୍କ ଖେଳ ପ୍ରଶଂସକମାନଙ୍କୁ ଯେତିକି ଉଲ୍ଲସିତ କରିଥିଲା ସେତିକି ଦୁଃଖରେ ଶେଷ ହୋଇଥିଲା।
ବେଙ୍ଗାଲୁରୁର ଶିବନଗର ନିବାସୀ ପବନ ଓ ପୁନିତ୍ ପ୍ରଥମ ଗେମ୍ରେ ଅଗ୍ରଣୀ ଥାଇ ହାରିଯିବା ପରେ ଦ୍ବିତୀୟଟିକୁ ଜିତି ନେଇଥିଲେ।
ତୃତୀୟଟିରେ ମଧ୍ୟ ଟାଇବ୍ରେକର ପର୍ଯ୍ୟନ୍ତ ଯାଇଥିଲା।
କିନ୍ତୁ କର୍ଣ୍ଣାଟକର ମହିଳା ଯୋଡ଼ିଙ୍କ ଭଳି ବାଳକ ଯୋଡ଼ି ଶେଷରେ ଉପ ବିଜେତାରେ ସନ୍ତୁଷ୍ଟ ହୋଇନଥିଲେ।
ମ୍ୟାଚ୍ ପରଠାରୁ ପୁରସ୍କାର ବିତରଣ ଉତ୍ସବ ପର୍ଯ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ି ଅନେକ ସମୟ "ସଟଲ୍" ପରିସରରେ ବସି ରହିଥିଲେ।
କେରଳ-ଦିଲ୍ଲୀ ଯୋଡି ଆଥିସ ଶ୍ରୀନିବାସ ପିଭି ଓ ଯୋଗାଂଶ ସିଂହ ୧୨-୧୫, ୧୫-୧୧, ୧୭-୧୫ରେ ବାଜି ମାରିନେଇଥିଲେ।
ବିଜୟୀ ହେବା ପରେ କିନ୍ତୁ ଏହି ଯୋଡ଼ି ଜର୍ସି ଖୋଲି କୋର୍ଟରେ ଉଡ଼ାଇବା କାରଣରୁ ରେଫରିଙ୍କଠାରୁ ଚେତାବନୀ ପାଇଥିଲେ।
ସୂଚନାଯୋଗ୍ୟ, ଶିବନଗରର ସୁରେଶ ଓ ଶକୁନ୍ତଳାଙ୍କ ଏହି ଯାଆଁଳା ପୁଅ ୨୦୦୯ ଅକ୍ଟୋବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ।
ଦୀର୍ଘ ୭ ବର୍ଷ ହେବ ବ୍ୟାଡ୍ମିଣ୍ଟନ୍ ଖେଳି ଆସି ଜାତୀୟ ସ୍ତରରେ ନିଜ ଉପିସ୍ଥିତି ଜାହିର କରିଛନ୍ତି।
୧୭ ବର୍ଷରୁ କମ୍ ବର୍ଗରେ ବିଜେତା ବି ହୋଇ ସାରିଛନ୍ତି।
ୱାଇପିବିଏରେ ତାଲିମ ନେଇ ଆଗକୁ ବଢ଼ିଛନ୍ତି।
ବଡ଼ ଭାଇ ପବନ କନିଷ୍ଠ ବର୍ଗରେ ଏବେ ଏକ ନମ୍ବର ମାନ୍ୟତା ବି ପାଇଛନ୍ତି।
ଉଭୟ ଏସୀୟ କନିଷ୍ଠ ସ୍ତରରେ ବି ଖେଳିସାରିଛନ୍ତି।
ଭୁବନେଶ୍ବରରେ ଫାଇନାଲ୍ ପରାଜୟ ପରେ ଉଭୟ କିନ୍ତୁ ଦୁଃଖରେ ଏତେ ଭାଙ୍ଗିପଡ଼ିଥିଲେ ଯେ "ସମ୍ବାଦ" ସହ କଥା ହେବାକୁ ମୁହଁ ଖୋଲିପାରିନଥିଲେ।
Narendra Modi: ଆଜି ନଶା ମୁକ୍ତ ଯୁବ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଯୁବସେବା ବିଭାଗ ନିର୍ଦେଶକ ଡ଼.
ୟେଦୁଲ୍ଲା ବିଜୟ, ସ୍ୱତନ୍ତ୍ର ସଚିବ ଅଶୋକ କୁମାର ପଣ୍ଡା, ଉପସଚିବ ଅମିତ କୁମାର ନାୟକ, ଅତିରିକ୍ତ ସଚିବ ସୁଧାକର ନାୟକ, ଉପସଚିବ ବିଭୁଦା ଗଡ଼ନାୟକ, ଓସ୍ବା ସମ୍ପାଦକ ନିଲିନ କୁମାର ଯୋଗ ଦେଇ ଟ୍ରଫି, ପଦକ, ମାନପତ୍ର ଓ ଅର୍ଥରାଶି ପ୍ରଦାନ କରିଥିଲେ।
ଏକକ ବିଜେତାଙ୍କୁ ୭୮,୦୦୦ ଟଙ୍କା ଏବଂ ଯୁଗଳ ବିଜେତା ଦଳକୁ ୮୨,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।
ପ୍ରତି ବର୍ଗର ଉପବିଜେତାଙ୍କୁ ସମାନ ୪୦,୦୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା।
୮ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ଉପସଭାପତି ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ଚୌଧୁରୀ, ଜୟପ୍ରକାଶ ସିଂ, କମଲ ଦାସ, ସୁରୁଲାଲ ମଟାରୀ, ମନୋରଞ୍ଜନ ପଣ୍ଡା, ଜୟପ୍ରକାଶ ଜେନା, ଅଭିଷେକ ବିଶ୍ୱାସ, ଚନ୍ଦନ ମହାରଣା, ଦୀପକ ମହାନ୍ତି, ପ୍ରୀତପାଲ ସିଂ, ଅବଦୁଲ ହାକିମ, ଶୁଭମ ନାୟକ, ସନ୍ଦୀପ ମିଶ୍ର, ମନୋରଞ୍ଜନ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।