Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ

Aug 02, 2026 - 04:36
Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ

"ଗ୍ଲାସଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ସ୍ବର୍ଣ୍ଣିମ ସଫଳତା ଆଣିଛନ୍ତି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା।

୧୦ ଜଣ ଭାରତୀୟ ମୁଷ୍ଟିଯୋଦ୍ଧା ଫାଇନାଲ୍‌ରେ ପହଞ୍ଚିଥିବାବେଳେ ୭ ଜଣ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

୫ ମହିଳା ଓ ୨ ପୁରୁଷ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ମହିଳା ୫୪ କିଲୋଗ୍ରାମରେ ପ୍ରୀତି ପାୱାର, ୫୭ କିଲୋଗ୍ରାମରେ ଜସ୍ମିନ୍ ଲାମ୍ବୋରିଆ, ୫୧ କିଲୋଗ୍ରାମରେରେ ସାକ୍ଷୀ ଚୌଧୁରୀ, ୬୦ କିଲୋଗ୍ରାମରେ ପ୍ରିୟା ଘନଘାସ୍‌, ୭୦ କିଲୋଗ୍ରାମରେ ଅରୁନ୍ଧତୀ ଚୌଧୁରୀ, ସଚିନ ସିୱାଚ ପୁରୁଷ ୬୦ କିଲୋଗ୍ରାମରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ  ସଫଳତା ଆଣିଛନ୍ତି।

ତେବେ ମହିଳା ୭୫ କିଲୋଗ୍ରାମରେ ଲଭ୍‌ଲୀନା ବର୍ଗୋହାଇଁ ଅଷ୍ଟ୍ରେଲିଆର ଏମା ଗ୍ରିନଟ୍ରିଙ୍କଠାରୁ, ପୁରୁଷ ୫୫ କିଲୋଗ୍ରାମ ଫାଇନାଲ୍‌ରେ ଯଦୁମଣି ସିଂହ, ପୁରୁଷ ୯୦ କିଲୋଗ୍ରାମ ବର୍ଗରେ।

ଭାରତର ନରେନ୍ଦର ବନୱାଲ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି।

ଏଥି ସହିତ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ଦୁଇ ଅଙ୍କ ଅତିକ୍ରମ କରିବା ସହ ମୋଟ ପଦକ ୩୭ ଟପିଛି।

ଏଥି ସହିତ ଭାରତ ପଦକ ତାଲିକାରେ ନବମ/ଦଶମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଛି।

୧୩ ସ୍ବର୍ଣ୍ଣ ସହ ୩୮ ପଦକ ଜିତି ନେଇଛି।Advertisment Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ ମହିଳା ୫୪ କିଲୋଗ୍ରାମ ଫାଇନାଲରେ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ପ୍ରୀତି ପାୱାର କାନାଡାର ସ୍କାର୍ଲେଟ୍ ଡେଲଗାଡୋଙ୍କୁ ୫-୦ ବ୍ୟବଧାନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ପ୍ରୀତି ପ୍ରଥମ ରାଉଣ୍ଡରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ।

ପାଞ୍ଚଜଣ ବିଚାରକ ପ୍ରଥମ ରାଉଣ୍ଡରେ ତାଙ୍କ ସପକ୍ଷରେ ୧୦-୮ ସ୍କୋର ଦେଇଥିଲେ।

ପରବର୍ତ୍ତୀ ରାଉଣ୍ଡରେ ମଧ୍ୟ ସେ ସମାନ ଆଧିପତ୍ୟ ଜାରି ରଖି ଭାରତ ପାଇଁ ଦିନର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହାପୂର୍ବରୁ ସେମିଫାଇନାଲରେ ପ୍ରୀତି ଜାମ୍ବିଆର କ୍ୟାଥରିନ୍ ମ୍ୱାପେଙ୍କୁ ମଧ୍ୟ ୫-୦ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ।

ସେହିଭଳି ମହିଳା ୫୭ କିଲୋଗ୍ରାମ ବର୍ଗ ଫାଇନାଲରେ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଜସ୍ମିନ୍ ଲାମ୍ବୋରିଆ ଉତ୍ତର ଆୟରଲ୍ୟାଣ୍ଡ ଚାମ୍ପିଅନ୍ ମାଇକେଲା ୱାଲସ୍‌ଙ୍କୁ ୫-୦ ବ୍ୟବଧାନରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଜସ୍ମିନ୍ ଓ ୱାଲସ୍‌ଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡ ରୋମାଞ୍ଚକର ଥିଲା।

ବିଭାଜିତ ନିଷ୍ପତ୍ତିରେ ଜସ୍ମିନ୍ ଏହି ରାଉଣ୍ଡ ଜିତିଥିଲେ।

ତେବେ ଦ୍ୱିତୀୟ ରାଉଣ୍ଡରେ ସେ ଜୋରଦାର ପଞ୍ଚ୍ ମାରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାପରେ ରଖିଥିଲେ ଏବଂ ସର୍ବସମ୍ମତ ନିଷ୍ପତ୍ତିରେ ରାଉଣ୍ଡ ଜିତି ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।୫୧ କିଲୋଗ୍ରାମ ଫାଇନାଲ୍‌ରେ ସାକ୍ଷୀ ଚୌଧୁରୀ ଇଂଲଣ୍ଡର ରୁବି ହ୍ବାଇଟ୍‌ଙ୍କୁ ପରାସ୍ତ କରିଥିବାବେଳେ ୬୦ କିଲୋଗ୍ରାମ ବର୍ଗରେ ପ୍ରିୟା ଘନଘାସ୍‌ କାନାଡାର ମାରି ବାଉଥୁଲ ଅଲ୍‌-ଅହମଦିଏଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି।

ସେହିପରି ୭୦ କିଲୋଗ୍ରାମରେ ଅରୁନ୍ଧତୀ ଚୌଧୁରୀ ଇଂଲଣ୍ଡର ଚାଣ୍ଟେଲ୍‌ ରେଡ୍‌ଙ୍କୁ ପରାସ୍ତ କରିଥିଲେ।ଭାରତର ସଚିନ ସିୱାଚ ପୁରୁଷ ୬୦ କିଲୋଗ୍ରାମ ଫାଇନାଲ୍‌ରେ ନାମ୍ବିୟାର ଟ୍ରାଏଗେନ୍‌ ମର୍ଣ୍ଣିଂ ଏନଡେଭେଲୋଙ୍କୁ ପରାସ୍ତ କରିଥିଲେ।

ଚଳିତ ସଂସ୍କରଣରେ ପ୍ରଥମ ଭାରତୀୟ ମୁଷ୍ଟିଯୋଦ୍ଧା ଭାବେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ପ୍ରଥମ ରାଉଣ୍ଡ୍‌ରେ ପଛରେ ପଡ଼ିଯିବା ପରେ ସଚିନ ଚମତ୍କାର ପ୍ରତ୍ୟାବର୍ତନ କରି ବାଉଟ୍‌କୁ ଜିତି ନେଇଥିଲେ।

Narendra Modi: ଆଜି ନଶା ମୁକ୍ତ ଯୁବ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ପାଇଁ ମୁଷ୍ଟିଯୁଦ୍ଧରୁ ସପ୍ତମ ସ୍ବର୍ଣ୍ଣ ପଦକଟି ଜିତିଥିଲେ ଅଙ୍କୁଶ ପଙ୍ଗଲ୍‌।

ପୁରୁଷ ୮୦ କିଲୋଗ୍ରାମ ଓଜନ ବର୍ଗରେ ଅଙ୍କୁଶ ଇଂଲଣ୍ଡର ଡିମେଜୀ ଶିଟୁଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ।

ପ୍ରଥମ ଦୁଇଟି ରାଉଣ୍ଡ୍‌କୁ ଅଙ୍କୁଶ ୩-୨, ୩-୨ରେ ଜିତିବା ପରେ ତୃତୀୟଟିରେ ୪-୧ ବାଜି ମାରିଥିଲେ।

ଏହା ପରେ ଅନ୍ତିମ ତଥା ଶେଷ ବାଉଟ୍‌ ଥିଲା ପୁରୁଷ ୯୦ କିଲୋଗ୍ରାମ ବର୍ଗରେ।

ଭାରତର ନରେନ୍ଦର ବନୱାଲ ୦-୫ରେ ଇଂଲଣ୍ଡର ଡାମର ଥମାସଙ୍କଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।

ଜୁଡ଼ୋରୁ ଆଉ ଏକ ପଦକଶୁକ୍ରବାର ଜୁଡ଼ୋରୁ ଯୁଗଳ ସ୍ବର୍ଣ୍ଣ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଶନିବାର ଆଉ ଏକ ପଦକ ଜିତିଛି।

ମହିଳା ୬୩ କିଲୋଗ୍ରାମ ବର୍ଗରେ ଦକ୍ଷିଣ ଆଫ୍ରିକାର ସ୍କାଏ ନୋଷ୍ଟରଙ୍କୁ ଇପ୍ପନ୍‌ (୧୦୦-୦) ବ୍ୟବଧାନରେ ହରାଇ କାଂସ୍ୟ ଜିତିଛନ୍ତି ଉନ୍ନତି ଶର୍ମା।

ଏହା ପୂର୍ବରୁ ପୁରୁଷ ୮୧ କିଲୋଗ୍ରାମରେ ରିପିଚେଜ୍‌ରୁ ସୁଯୋଗ ପାଇଥିବା ହର୍ଷ ଟୋକା କାଂସ୍ୟ ମୁକାବିଲାରେ ଇପ୍ପନ୍‌ରେ (୦-୧୦୦)ରେ ଅଷ୍ଟ୍ରେଲିଆର କେଇସିନ୍‌ ଓଚିଙ୍କଠାରୁ ହାରିଯିବାରୁ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି।

ଜୁଡ଼ୋରୁ କିନ୍ତୁ ଏଥର ଭାରତ ୨ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ ସହ ୪ ପଦକ ଜିତି ବଡ଼ ସଫଳତା ପାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।