Alexander Zverev: ଭେରେଭ୍‌ ବିଶ୍ବର ନୂଆ ୧ନଂ ଟେନିସ୍‌ ଖେଳାଳି

Oct 30, 2026 - 17:03
Alexander Zverev: ଭେରେଭ୍‌ ବିଶ୍ବର ନୂଆ ୧ନଂ ଟେନିସ୍‌ ଖେଳାଳି

ଭିଏନା: ଜର୍ମାନୀ ର ଆଲେକ୍‌ଜାଣ୍ଡର ଭେରେଭ ବିଶ୍ବର ନୂଆ ୧ ନମ୍ବର ଟେନିସ୍‌ ଖେଳାଳି ହୋଇଛନ୍ତି।

ଆସନ୍ତା ସପ୍ତାହର ଘୋଷିତ ହେବାକୁ ଥିବା ଏଟିପି ମାନ୍ୟତାରେ ସେ ଇଟାଲି ର ଜାନିକ ସିନ୍ନରଙ୍କୁ ପଛରେ ପକାଇବେ।

ଗୁରୁବାର ଭିଏନା ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ରାଉଣ୍ଡ-୧୬ରେ ଟାଲନ ଗ୍ରିକସ୍ପୁରଙ୍କୁ ହରାଇ ଏହା ନିଶ୍ଚିତ କରିଛନ୍ତି।

ଚଳିତ ବର୍ଷ ଫ୍ରେଞ୍ଚ ଓ ୟୁଏସ୍‌ ଓପନ୍‌ ଜିତିଥିବା ଭେରେଭ ଶୀର୍ଷରେ ଥିବା ପ୍ରଥମ ଥର ଲାଗି ଏହି ସଫଳତା ପାଇବେ।

Advertisment ଆଲେକ୍‌ଜାଣ୍ଡର ଭେରେଭ ବିଶ୍ବର ୧ ନମ୍ବର ଟେନିସ୍‌ ଖେଳାଳି ବୋରିସ ବେକରଙ୍କ ପରେ ଦ୍ବିତୀୟ ଜର୍ମାନୀ ଖେଳାଳି ଭାବେ ୨୯ ବର୍ଷୀୟ ଭେରେଭ ଏହି ଗୌରବ ଅର୍ଜନ କରିବେ।

ବେକର ୧୯୯୧ରେ ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ହୋଇଥିଲେ।

୧୯୭୩ରେ ପୁରୁଷ ଟେନିସ୍‌ ମାନ୍ୟତା ଆରମ୍ଭ ହେବା ପରଠୁ ସେ ୩୦ତମ ବ୍ୟକ୍ତି ଭାବେ ଶୀର୍ଷ ସ୍ଥାନ ଦଖଲ କରିବେ।

ଗତ ଦୁଇ ଋତୁ (୨୦୨୪, ୨୦୨୫)ରେ ସମସ୍ତ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ହାତେଇଥିବା ସିନ୍ନର ଓ କାର୍ଲୋସ ଅଲ୍‌କାରାଜ ଆହତ ହେବା ଭେରେଭଙ୍କ ପାଇଁ ବରଦାନ ହୋଇଥିଲା।

୨୦୨୨ ଫ୍ରେଞ୍ଚ ଓପନ୍‌ ବେଳେ ଭେରେଭ ଶୀର୍ଷର ନିକଟତର ହୋଇଥିଲେ।

ହେଲେ ରାଫେଲ ନାଦାଲଙ୍କ ବିପକ୍ଷ ସେମିଫାଇନାଲ୍‌ରେ ତାଙ୍କ ଲିଗାମେଣ୍ଟ ଛିଣ୍ଡିଯିବାରୁ ସେ ଆଉ ଏହି ଋତୁରେ ଖେଳିପାରି ନଥିଲେ।

ଏବେ ତାଙ୍କର ୧ ନମ୍ବର ସ୍ବପ୍ନ ପୂରଣ ହୋଇଛି।

ଧନୀଙ୍କ ଆୟ ଗରିବଙ୍କଠାରୁ ୧୩ ଗୁଣ ଅଧିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)