Aishwarya Ray Bacchan: ଐଶ୍ୱର୍ଯ୍ୟାଙ୍କ ପ୍ରଥମ ଫିଲ୍ମ ହୋଇଥାନ୍ତା 'ରାଜା ହିନ୍ଦୁସ୍ତାନୀ': କେଉଁଠାରେ ହେଲା ସମସ୍ୟା ଜାଣନ୍ତୁ
ମୁମ୍ବାଇ: ବଲିଉଡ ର 'ବ୍ୟୁଟି କୁଇନ୍' ତଥା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ତାଙ୍କର ଅଭିନୟ, ସୌନ୍ଦର୍ଯ୍ୟ ଏବଂ ଚମତ୍କାର ବ୍ୟକ୍ତିତ୍ୱ ସବୁବେଳେ ଚର୍ଚ୍ଚାରେ ରହିଥାଏ।
ଆଜି ଆମେ ଆପଣଙ୍କୁ ଐଶ୍ୱର୍ଯ୍ୟାଙ୍କ ଜୀବନ ଓ କ୍ୟାରିୟର ସମ୍ପର୍କିତ କିଛି ରୋଚକ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାବଦରେ ଜଣାଇବୁ | Advertisment ୧.
ପ୍ରଥମ ପସନ୍ଦ ଥିଲା 'ରାଜା ହିନ୍ଦୁସ୍ତାନୀ' ଅଭିନେତ୍ରୀ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ଅନେକ ଚଳଚ୍ଚିତ୍ରରୁ ଅଫର ମିଳିଥିଲା।
ଏକ ସାକ୍ଷାତକାରରେ ସେ ଜଣାଇଥିଲେ ଯେ, ଯଦି ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥା'ନ୍ତେ,ତେବେ ୧୯୯୬ ମସିହାର ବ୍ଲକବ୍ଲଷ୍ଟର ଫିଲ୍ମ 'ରାଜା ହିନ୍ଦୁସ୍ତାନୀ' ତାଙ୍କର ପ୍ରଥମ ଫିଲ୍ମ ହୋଇଥା'ନ୍ତା।
କିନ୍ତୁ ମଡେଲିଂ ଏବଂ ପରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିବା ପରେ ସେ ସିନେମା ଜଗତରେ ପାଦ ଦେଇଥିଲେ।
୨.
ଡାକ୍ତର କିମ୍ବା ଆର୍କିଟେକ୍ଟ ହେବାକୁ ଚାହୁଁଥିଲେ ପାଠପଢ଼ାରେ ଅତ୍ୟନ୍ତ ମେଧାବୀ ଥିବା ଐଶ୍ୱର୍ଯ୍ୟାଙ୍କର ଜୁଲୋଜି (ପ୍ରାଣୀ ବିଜ୍ଞାନ) ପ୍ରତି ବେଶୀ ଆଗ୍ରହ ଥିଲା।
ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ଡାକ୍ତରୀ ପାଠ ପଢ଼ିବାକୁ ଚାହୁଁଥିଲେ ଏବଂ ମେରିଟ୍ ଆଧାରରେ କିଛି କଲେଜରେ ମଧ୍ୟ ସ୍ଥାନ ପାଇଥିଲେ।
ଏହାସହ ଆର୍କିଟେକ୍ଚର ପ୍ରତି ମଧ୍ୟ ତାଙ୍କର ରୁଚି ଥିଲା।
ଐଶ୍ୱର୍ଯ୍ୟା ନବମ ଶ୍ରେଣୀରେ ପଢ଼ିବା ସମୟରେ ପ୍ରଥମଥର ପାଇଁ ଏକ ଟିଭି କମର୍ସିଆଲ୍ (ବ୍ଲାକବୋର୍ଡ ପେନ୍ସିଲ୍) ପାଇଁ କ୍ୟାମେରା ସାମ୍ନା କରିଥିଲେ।
ପରେ ଏକ କୋଲ୍ଡ ଡ୍ରିଙ୍କ୍ (Pepsi) ବିଜ୍ଞାପନ ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲେ, ଯେଉଁଥିରେ ତାଙ୍କର "Hi, I'm Sanjana" ଡାଇଲଗଟି ବେଶ୍ ଭାଇରାଲ୍ ହୋଇଥିଲା।
ଆହୁରି ପଢନ୍ତୁ: Piyush Tripathy: ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ୩.
ସିନେମା ଜଗତରେ ପଦାର୍ପଣ ୧୯୯୪ ମସିହାରେ 'ମିସ୍ ୱାର୍ଲ୍ଡ' (ବିଶ୍ୱ ସୁନ୍ଦରୀ) ମୁକୁଟ ପିନ୍ଧିବା ପରେ ସେ ୧୯୯୭ ମସିହାରେ ମଣିରତ୍ନମଙ୍କ ତାମିଲ ଚଳଚ୍ଚିତ୍ର 'ଇରୁଭର୍' ଜରିଆରେ ଅଭିନୟ ଆରମ୍ଭ କରିଥିଲେ।
ସେହି ବର୍ଷ ବବି ଦେଓଲଙ୍କ ବିପକ୍ଷରେ 'ଓ୍ର୍ ପ୍ୟାର୍ ହୋ ଗୟା' ଫିଲ୍ମ ଜରିଆରେ ସେ ବଲିଉଡରେ ପାଦ ରଖିଥିଲେ।
ପିଲାଦିନରୁ ଭାରତନାଟ୍ୟମ ପରି ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତରେ ପ୍ରଶିକ୍ଷଣ ନେଇଥିବା ଐଶ୍ୱର୍ଯ୍ୟାଙ୍କ ନୃତ୍ୟଶୈଳୀ ଚଳଚ୍ଚିତ୍ରମାନଙ୍କରେେ ବେଶ୍ ପ୍ରଶଂସିତ ହୋଇଛି।
ଆହୁରି ପଢନ୍ତୁ: Accident: କାର୍ ଦୁର୍ଘଟଣାରେ ରାପଷ୍ଟାର୍ ହନି ସିଂହଙ୍କ ଭଣଜା ବିଦିତଙ୍କ ଅକାଳ ମୃତ୍ୟୁ, ପରିବାରରେ ଶୋକର ଛାୟା ୪.
ଅନ୍ତର୍ଜାତୀୟ ସ୍ତରରେ ଗୌରବ ଐଶ୍ୱର୍ଯ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏକି 'କାନ୍ ଫିଲ୍ମ ଫେଷ୍ଟିଭାଲ୍'ର ଜୁରୀ ସଦସ୍ୟ ଭାବେ ଯୋଗଦେଇଥିଲେ।
ଏହା ଛଡା ୨୦୦୯ରେ ଭାରତ ସରକାରଙ୍କ ଦ୍ୱାରା 'ପଦ୍ମଶ୍ରୀ' ଏବଂ ୨୦୧୨ରେ ଫ୍ରାନ୍ସ ସରକାରଙ୍କ ଦ୍ୱାରା ସେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଲଣ୍ଡନର ପ୍ରସିଦ୍ଧ ମ୍ୟାଡାମ୍ ତୁସାଦ ମହମୁଦ୍ଦ ସଂଗ୍ରହାଳୟରେ ମହମ ପ୍ରତିମୂର୍ତ୍ତି ସ୍ଥାନିତ ହେବାରେ ସେ ପ୍ରଥମ ବଲିଉଡ ଅଭିନେତ୍ରୀ।।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
