Airlines: ୩୮ ହଜାର କୋଟିର କ୍ଷତି ସହିବେ ଏୟାରଲାଇନ୍ସ
"ନୂଆଦିଲ୍ଲୀ: ଭାରତରେ ବିମାନସେବା କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତି ଚଳିତ ଆର୍ଥିକବର୍ଷ ଖରାପ ରହିବ।
ସେମାନଙ୍କ ନିଟ୍ କ୍ଷତି ୩୬ ହଜାରରୁ ୩୮ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ରହିପାରେ ବୋଲି ଇକ୍ରା ପକ୍ଷରୁ ଆକଳନ କରାଯାଇଛି।
ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା, ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଅଶୋଧିତ ତେଲ ଦର ଉଚ୍ଚା ରହିବା, ବିମାନ ଭଡ଼ା ଅଧିକ ରହିବା ସହିତ ଯାତ୍ରୀ ସଂଖ୍ୟା ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିବ।
ଗୋଟିଏ ପଟେ ଏୟାରଲାଇନ୍ସଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିଥିବାବେଳେ ଅନ୍ୟପଟେ ସେମାନେ ଗ୍ରାହକଙ୍କ ଠାରୁ ତଦନୁପାତିକ ବର୍ଦ୍ଧିତ ଭଡ଼ା ଆଦାୟ କରିବାରେ ସମର୍ଥ ନହେବା କାରଣରୁ କ୍ଷତି ବଢ଼ିବ।
ଚଳିତ ଆର୍ଥିକବର୍ଷରେ ଏୟାରଲାଇନ୍ସଗୁଡ଼ିକର କ୍ଷତି ୧୧ ହଜାରରୁ ୧୨ ହଜାର କୋଟି ଟଙ୍କା ମଧ୍ୟର ରହିବ ବୋଲି ଇକ୍ରା ପୂର୍ବରୁ ଆକଳନ କରିଥିଲା।Advertisment Airlines:ବିମାନ ସେବା ଉପରେ ଯୁଦ୍ଧ ପ୍ରଭାବ:ଦିନକୁ ଯାତ୍ରା କରୁଛନ୍ତି ୪.୭୯ ଲକ୍ଷ ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ୨୦୨୬-୨୭ରେ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ସମ୍ଭାବନା ରହିଛି ବୋଲି ଇକ୍ରା କହିଛି।
କେବଳ ସେତିକି ନୁହେଁ, ଏୟାରଲାଇନ୍ସଗୁଡ଼ିକର ୨୦୨୫-୨୬ ଆର୍ଥିକବର୍ଷର କ୍ଷତି ମଧ୍ୟ ୩୨ ହଜାରରୁ ୩୪ ହଜାର କୋଟି ଟଙ୍କାକୁ ବଢ଼ିଯିବ।
ପୂର୍ବରୁ ୨୦୨୫-୨୬ର କ୍ଷତି ୧୭ହଜାରରୁ ୧୮ ହଜାର କୋଟି ଟଙ୍କା ମଧ୍ୟରେ ରହିବ ବୋଲି ଆକଳନ ହୋଇଥିଲା।
ଚଳିତ ଆର୍ଥିକବର୍ଷରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଯାତ୍ରା ଦୃଶ୍ୟପଟ ଭଲ ରହିବ ନାହିଁ।
ଚଳିତବର୍ଷ ମେ ମାସରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୧୧.୩% ବୃଦ୍ଧି ଘଟି ୧.୫୬ କୋଟି ରହିଛି।
ଗତବର୍ଷ ମେ ମାସରେ ଯାତ୍ରୀଙ୍କ ସଂଖ୍ୟା କମ୍ ଥିବା କାରଣରୁ ଚଳିତବର୍ଷ ମେ ମାସରେ ଯାତ୍ରୀ ଅଭିବୃଦ୍ଧି ୧୧.୩ ପ୍ରତିଶତ ହୋଇପାରିଛି।
କିନ୍ତୁ ଚଳିତ ଆର୍ଥିକବର୍ଷରେ ଯାତ୍ରୀ ସଂଖ୍ୟା ବୃଦ୍ଧି ୩ରୁ ୬ ପ୍ରତିଶତ ମଧ୍ୟରେ ରହିବ ବୋଲି ଇକ୍ରା ଏହାର ନୂଆ ଆକଳନରେ ଦର୍ଶାଇଛି।
ପୂର୍ବରୁ ଯାତ୍ରୀ ଅଭିବୃଦ୍ଧି ୬ରୁ ୮% ରହିବ ବୋଲି ଅନୁମାନ କରାଯାଇଥିଲା।
2 new airlines: ଆରମ୍ଭ ହେବ ୨ଟି ନୂଆ ଏୟାରଲାଇନ୍ସ ସେହିଭଳି ଅନ୍ତର୍ଜାତୀୟ ଯାତ୍ରୀ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବ।
ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ଏପ୍ରିଲରେ ଭାରତୀୟ ଏୟାରଲାଇନ୍ସଗୁଡ଼ିକର ଅନ୍ତର୍ଜାତୀୟ ଯାତ୍ରୀଙ୍କ ସଂଖ୍ୟା ୩୯% ହ୍ରାସ ପାଇଛି।
ଚଳିତ ଆର୍ଥିକବର୍ଷରେ ଭାରତୀୟ ଏୟାରଲାଇନ୍ସଗୁଡ଼ିକର ଅନ୍ତର୍ଜାତୀୟ ଯାତ୍ରୀ ବୃଦ୍ଧିହାର ଶୂନରୁ ୩ % ମଧ୍ୟରେ ରହିବ ବୋଲି ନୂଆ ଆକଳନରେ ଦର୍ଶାଯାଇଛି।
ପୂର୍ବରୁ ଏହା ୮ରୁ ୧୦% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା।
୨୦୨୫-୨୬ରେ ଭାରତୀୟ ଏୟାରଲାଇନ୍ସଗୁଡ଼ିକର ଯାତ୍ରୀ ପରିବହନ ସଂଖ୍ୟା ୩.୯% ବୃଦ୍ଧି ଘଟି ସାଢ଼େ ୩ କୋଟିରେ ରହିଥିଲା।"