Air India flight: ରାୟପୁରରେ ଏୟାର ଇଣ୍ଡିଆ ବିମାନ ସହ ପକ୍ଷୀ ଧକ୍କା: ବଡ଼ ବିପଦରୁ ବର୍ତ୍ତିଲେ ଯାତ୍ରୀ
ରାୟପୁର: ଦିଲ୍ଲୀରୁ ଯାତ୍ରୀମାନଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନବୁଧବାର ସକାଳେ ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା, କିନ୍ତୁ ଭାଗ୍ୟବସତଃ ବିମାନଟି ପ୍ରୋଟୋକଲ୍ ଅନୁଯାୟୀ ସୁରକ୍ଷିତ ଅବତରଣ କରିଛି ଏବଂ ବିମାନର ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ସ୍ପଷ୍ଟ
ରାୟପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଏୟାରଲାଇନ୍ସ ପକ୍ଷରୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସିଡ୍ୟୁର (ଏସଓପି) ଆଧାରରେ ବିମାନର ସମସ୍ତ ବୈଷୟିକଯାଞ୍ଚକରାଯାଇଥିଲା। ବିମାନର କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ସ୍ପଷ୍ଟ ହେବା ଏବଂ ଏୟାରୱର୍ଦ୍ଦିନେସ୍ ପ୍ରମାଣପତ୍ର ମିଳିବା ପରେ ବିମାନଟିକୁ ପରବର୍ତ୍ତୀ ଉଡ଼ାଣ ପାଇଁ ଅନୁମତିଦିଆଯାଇଥିଲା ଓ ଏହା ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି।