Air India drug test: ଏୟାର୍ ଇଣ୍ଡିଆ ସବୁ ପାଇଲଟଙ୍କ ଡୋପ୍ ଟେଷ୍ଟ କରିବ
"ନୂଆଦିଲ୍ଲୀ: ଫୁକେଟ୍ରୁ ନୂଆଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆର ଏକ ବିମାନର ପାଇଲଟଙ୍କ ନିଶାଦ୍ରବ୍ୟ ପରୀକ୍ଷାରେ ମାରିଜୁଆନା ପଜିଟିଭ୍ ଆସିବା ପରେ ଏୟାର୍ ଇଣ୍ଡିଆ ଗ୍ରୁପ୍ର ସମସ୍ତ ପାଇଲଟଙ୍କ ଡୋପ୍ ଟେଷ୍ଟ କରାଯିବ।
ଗୁରୁବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି।
ଏୟାର୍ ଇଣ୍ଡିଆ ସହ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ପାଇଲଟମାନେ ମଧ୍ୟ ଏହି ପରୀକ୍ଷାରେ ସାମିଲ ହେବେ।
ଏହି ପଦକ୍ଷେପର ଉଦ୍ଦେଶ୍ୟ ବିମାନ ଚଳାଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ବୋଲି କୁହାଯାଇଛି।Advertisment ଅଗଷ୍ଟ ୪ରେ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆର ଏୟାର୍ବସ୍ ଏ୩୨୦ନିଓ ବିମାନ ହଠାତ୍ ପ୍ରାୟ ୩୦୦ ଫୁଟ୍ ଉଚ୍ଚତା ହରାଇଥିଲା।
ଏହି ଘଟଣା ପରେ ବିମାନର ପାଇଲଟମାନଙ୍କ ନିଶାଦ୍ରବ୍ୟ ପରୀକ୍ଷା କରାଯାଇଥିଲା।
ପରବର୍ତ୍ତୀ ନିଶ୍ଚିତୀକରଣ ପରୀକ୍ଷାରେ ବିମାନର କ୍ୟାପ୍ଟେନ୍ଙ୍କ ନମୁନାରେ ମାରିଜୁଆନା (ଗଞ୍ଜେଇ) ଥିବା ଜଣାପଡ଼ିଥିଲା।
ଏହି ଘଟଣା ପରେ ଏୟାର୍ ଇଣ୍ଡିଆ ସମସ୍ତ ପାଇଲଟଙ୍କ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି।
Ahmedabad: ଏୟାର୍ ଇଣ୍ଡିଆ ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁର ଗୋଟିଏ ବର୍ଷ ପୂରିଲା: ଏବେ ବି ତଦନ୍ତ ଚାଲିଛି ଏୟାର୍ ଇଣ୍ଡିଆର ଆଭ୍ୟନ୍ତରୀଣ ନିର୍ଦ୍ଦେଶ ଅନୁସାରେ, ପାଇଲଟମାନଙ୍କୁ ପ୍ରଶିକ୍ଷଣ ସମୟରେ, ବିମାନ ଉଡ଼ାଣ ପରେ ଓ ନିର୍ଦ୍ଧାରିତ ଅନ୍ୟ ସ୍ଥାନରେ ନିଶାଦ୍ରବ୍ୟ ପରୀକ୍ଷା କରାଯିବ।
ଗୁରୁଗ୍ରାମସ୍ଥିତ ଏୟାର୍ ଇଣ୍ଡିଆ ଏକାଡେମି ଓ ପାଇଲଟମାନଙ୍କ ନିଜସ୍ବ ବେସ୍ରେ ମଧ୍ୟ ଏହି ପରୀକ୍ଷା କରାଯିବ।
ଏହା ଗୋଟିଏ ଥର ପାଇଁ ହେଉଥିବା ବ୍ୟାପକ ପରୀକ୍ଷା ହୋଇଥିବା ବେଳେ ଆବଶ୍ୟକତା ଅନୁସାରେ ଅଧିକ ପରୀକ୍ଷା କରାଯାଇପାରେ।
ବର୍ତ୍ତମାନର ନିୟମ ଅନୁସାରେ, ଅତି କମ୍ରେ ୧୦ ପ୍ରତିଶତ ବିମାନ କର୍ମଚାରୀଙ୍କୁ ପ୍ରତିବର୍ଷ ନିଶାଦ୍ରବ୍ୟ ପାଇଁ ଅଚାନକ ପରୀକ୍ଷା କରାଯାଏ।
ଏୟାର୍ ଇଣ୍ଡିଆର ନୂଆ ପଦକ୍ଷେପରେ ସମସ୍ତ ପାଇଲଟଙ୍କୁ ପରୀକ୍ଷା କରାଯିବ।
ଏହି ନିୟମ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ପାଇଲଟଙ୍କ ପାଇଁ ମଧ୍ୟ ଲାଗୁ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
