Air Force: ଫିଲିପାଇନ୍ସରେ ବିମାନ ଦୁର୍ଘଟଣା: ଆକାଶ ମଝିରେ ଦୁଇ ବାୟୁସେନା ବିମାନ ଧକ୍କା, ଚାରି ପାଇଲଟଙ୍କ ମୃତ୍ୟୁ
ମାନିଲା: ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ ଧକ୍କା ହୋଇଛି।
ବାଟାଙ୍ଗାସ୍ ପ୍ରଦେଶର ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟିରେ ଏକ ତାଲିମ ଉଡ଼ାଣ ସମୟରେ ଦୁଇଟି ଏସଏଫ-୨୬୦ ବିମାନ ମଧ୍ୟରେ ହୋଇଥିବା ଧକ୍କାରେ ଚାରି ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇ ବିମାନ ମଝି ଆକାଶରେ ଧକ୍କା ହୋଇଥିଲା।
ବାୟୁସେନା ଘାଟି ପରିସରରେ ଏହି ଦୁର୍ଘଟଣା ଘଟିଛି।
Advertisment ଦୁଇଟି ବିମାନ ଧକ୍କା ଫିଲିପାଇନ୍ସ ବାୟୁସେନା ଅନୁଯାୟୀ, ଦୁର୍ଘଟଣା ର କାରଣ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ବାୟୁସେନା ଏହାର ସମସ୍ତ ଏସଏଫ-୨୬୦ ତାଲିମ ବିମାନକୁ ଅସ୍ଥାୟୀ ଭାବରେ ଗ୍ରାଉଣ୍ଡ କରିଛି।
ଚଳିତ ବର୍ଷ ମେ' ମାସରେ ଉତ୍ତର ଫିଲିପାଇନ୍ସ ର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଏସଏଫ-୨୬୦ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
ଘିଅରେ ହେରଫେର୍ ଏବଂ ଏହା ବଦଳରେ ଶସ୍ତା ଘିଅ ବ୍ୟବହାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
