AI: ‘୧୦ବର୍ଷରେ ୧୦ ପ୍ରତିଶତ ସଭ୍ୟତା ଧ୍ଵଂସ କରିବ ଏଆଇ’

Sep 09, 2026 - 11:45
AI: ‘୧୦ବର୍ଷରେ ୧୦ ପ୍ରତିଶତ ସଭ୍ୟତା ଧ୍ଵଂସ କରିବ ଏଆଇ’

"ସିଲିକନ୍ ଭ୍ୟାଲି: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଯୋଗୁଁ ସମଗ୍ର ମାନବ ସଭ୍ୟତା ଲୋପ ପାଇବାର ଆଶଙ୍କା ଏବେ କଳ୍ପନାବିଜ୍ଞାନରୁ ବାହାରି ଏକ ସାଂଘାତିକ ବାସ୍ତବତାର ରୂପ ନେବାକୁ ଯାଉଛି।

ଆଗାମୀ ୧୦ ବର୍ଷ ମଧ୍ୟରେ ଏଆଇ ଯୋଗୁଁ ମାନବ ସଭ୍ୟତା ଶେଷ ହୋଇଯିବାର ୧୦ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି ବୋଲି ''ଆନ୍ଥ୍ରୋପିକ୍'' କମ୍ପାନୀର ସୁରକ୍ଷା ପ୍ରମୁଖ ଇଭାନ୍ ହବିଙ୍ଗର୍ ସୋସିଆଲ ମିଡିଆ ''ଏକ୍ସ''ରେ ଏକ ଆଶଙ୍କାଜନକ ଚେତାବନୀ ଦେଇଛନ୍ତି।

ଅତି-ବୁଦ୍ଧିମତ୍ତା (ସୁପରଇଣ୍ଟେଲିଜେନ୍ସ)କୁ ନିୟନ୍ତ୍ରଣ ଓ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ଯୋଜନା ନାହିଁ ବୋଲି ସେ ସ୍ୱୀକାର କରିଛନ୍ତି।Advertisment ମାନବ ଜୀବନ ସହ ବାଜି ସୁରକ୍ଷା ନିୟମକୁ ଆଖିବୁଜି କମ୍ପାନୀଗୁଡ଼ିକ ଶକ୍ତିଶାଳୀ ଏଆଇ ଗଢ଼ିବା ଦୌଡ଼ରେ ମାତିଥିବା ଅଭିଯୋଗ କରି ଆନ୍ଥ୍ରୋପିକ୍ ର ଗବେଷକ ଜାକବ୍ କୋକ୍ସନ୍ ଇସ୍ତଫା ଦେବା ପରେ ଏହି ବିବାଦ ତୀବ୍ର ହୋଇଛି।

କୋକ୍ସନ୍ କହିଛନ୍ତି ଯେ ''ଓପନ୍ ଏଆଇ'' ଏବଂ ''ଆନ୍ଥ୍ରୋପିକ୍'' ଭଳି ସଂସ୍ଥାଗୁଡ଼ିକ ଅତି ଦାୟିତ୍ୱହୀନ ଭାବେ ନିଜେ ନିଜର ସୁଧାର କରିପାରୁଥିବା ଅତି-ବୁଦ୍ଧିମତ୍ତା ଗଢ଼ି ମାନବ ଜୀବନ ସହ ବାଜି ଲଗାଉଛନ୍ତି।

ଏହାପୂର୍ବରୁ ସୁରକ୍ଷା ଗବେଷକ ମୃଣାଙ୍କ ଶର୍ମା ମଧ୍ୟ ସମାନ ଭୟ ପ୍ରକାଶ କରି ଇସ୍ତଫା ଦେଇଥିଲେ।

ବିଶେଷ କରି ମଣିଷର ବିନା ସହାୟତାରେ ନିଜକୁ ନିଜେ ବିକଶିତ କରିପାରୁଥିବା କୌଶଳ ''ପୁନରାବୃତ୍ତ ସ୍ୱୟଂ-ସୁଧାର'' (ରିକର୍ସିଭ୍ ସେଲ୍ଫ-ଇମ୍ପ୍ରୁଭମେଣ୍ଟ) ସବୁଠାରୁ ବଡ଼ ବିପଦ ସାଜିଛି, ଯାହା ଆଶାଠାରୁ ଅଧିକ ଦ୍ରୁତଗତିରେ ବୃଦ୍ଧି ପାଉଛି।

ବର୍ତ୍ତମାନ ''ହଗିଂ ଫେସ୍'' ୱେବସାଇଟ୍ ରେ ୭୦୦ଟି ଏଆଇ ପ୍ରତିନିଧି ଏବଂ ଜର୍ମାନୀର ''ଡିଏସ୍ଇ ୱିକି'' ୱେବସାଇଟ୍ ରେ ହଜାର ହଜାର ଏଆଇ ପ୍ରତିନିଧି ସାଇବର ଆକ୍ରମଣ (ହ୍ୟାକ୍) କରିବା ଘଟଣା ଏଆଇ ଅନିୟନ୍ତ୍ରିତ ହେବାର ପ୍ରମାଣ ଦେଉଛି।

ଆନ୍ଥ୍ରୋପିକ୍ ର ମୁଖ୍ୟ ନିର୍ବାହୀ ଅଧିକାରୀ ଡାରିଓ ଆମୋଡେଇ ମଧ୍ୟ ପୂର୍ବରୁ ଏଆଇର ସଫ୍ଟୱେର୍ ହ୍ୟାକିଂ ଓ ଷଡ଼ଯନ୍ତ୍ର ରଚିବା ଭଳି ଭୟାନକ ଆଚରଣ ସମ୍ପର୍କରେ ଚେତାବନୀ ଦେଇଥିଲେ।

ଏଭଳି ସମୟରେ ଓପନ୍ ଏଆଇ ପକ୍ଷରୁ ନୂତନ ''ଜିପିଟି-୬ ଆଷ୍ଟ୍ରା'' ବାହର କରିବା ଏବଂ ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ ଏହାକୁ ''ସାଧାରଣ କୃତ୍ରିମ ବୁଦ୍ଧିମତ୍ତା''ର ଆରମ୍ଭ ବୋଲି ଘୋଷଣା କରିବା ସିଲିକନ୍ ଭ୍ୟାଲିରେ ଭୟ ଓ ଉଦବେଗକୁ ଆହୁରି ଦ୍ୱିଗୁଣିତ କରିଦେଇଛି।

ବାଣିଜ୍ୟ ଯୁଦ୍ଧ: କାନାଡାରୁ କ୍ଷୀର ଉତ୍ପାଦ, ମୋଟରସାଇକେଲ ଆମଦାନି ନିଷେଧ କଲା ଆମେରିକା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)