AI: ଧନୀ-ଗରିବ ବୈଷମ୍ୟ ବଢ଼ାଇବ ଏଆଇ

Oct 22, 2026 - 22:52
AI: ଧନୀ-ଗରିବ ବୈଷମ୍ୟ ବଢ଼ାଇବ ଏଆଇ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବରେ ସାରା ବିଶ୍ବର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ଦୌଡ଼ିବ।

କିନ୍ତୁ ଏହାର ଖରାପ ଦିଗଟି ହେଉଛି ଏହି ବିକାଶର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବ ନାହିଁ।

ଧନୀ ଓ ଗରିବ ଦେଶଗୁଡ଼ିକ ମଧ୍ୟରେ ବୈଷମ୍ୟ ଆହୁରି ବଢ଼ିବ।

ବିଶେଷ କରି ଗରିବ ଦେଶ, ଛୋଟ ଛୋଟ କମ୍ପାନି ଓ ଯୁବ କର୍ମଚାରୀମାନେ ଏହି ଲାଭ ପାଇବାରୁ ବଞ୍ଚିବ ହେବା ଆଶଙ୍କା ରହିଛି ବୋଲି ବିଶ୍ବର ଦୁଇ ପ୍ରମୁଖ ସଂଗଠନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଓ ଅର୍ଥନୈତିକ ସହଯୋଗିତା ଓ ବିକାଶ ସଂଗଠନ (ଓଇସିଡି) ଚେତାବନୀ ଦେଇଛନ୍ତି।

Advertisment ଚିପ୍‌ ଓ ଏଆଇ ଭିତ୍ତିଭୂମି ବିକାଶରେ କମ୍ପାନିଗୁଡ଼ିକ ବିପୁଳ ନିବେଶ କରୁଛନ୍ତି।

ତାହା ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ କରିଛି ଓ ଷ୍ଟକ୍‌ ବଜାରରେ ଉତ୍ସାହ ଫେରାଇ ଆଣିଛି।

କିନ୍ତୁ ସେହି ନିବେଶରୁ କମ୍ପାନିଗୁଡ଼ିକ ପ୍ରକୃତରେ ସେତିକି ରିଟର୍ଣ୍ଣ ଫାଇବେ ନା ନାହିଁ ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।

ଆଇଏମ୍‌ଏଫ୍‌ର ଉପନିର୍ଦ୍ଦେଶକ ଏରା ଡାବ୍‌ଲା ନୋରିସ୍‌ କହିଛନ୍ତି, ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଉଛି ବହୁ ବିକାଶଶୀଳ ଦେଶ ଏଆଇ ବ୍ୟବହାର କରିପାରିବେ କି?

ଏଆଇକୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କଲେ ବିଶ୍ବ ଅର୍ଥନୀତିର ବାର୍ଷିକ ଅଭିବୃଦ୍ଧି ମଧ୍ୟବର୍ତ୍ତୀକାଳୀନ ସମୟରେ ୦.୫% ପର୍ଯ୍ୟନ୍ତ ବଢ଼ିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି।

ନୋରିସ୍‌ କହିଛନ୍ତି ଯେ ଯେଉଁ କାମ ଜରିଆରେ ଯୁବ କର୍ମଚାରୀମାନେ ଅଭିଜ୍ଞତା ହାସଲ କରିଥାନ୍ତି, ତାହା ଏଆଇ ଦ୍ବାରା ହେଲେ ନୂଆ କର୍ମଚାରୀ ସର୍ବାଧିକ ପ୍ରଭାବିତ ହେବେ।

ଶକ୍ତି, ଡିଜିଟାଲ୍‌ ଭିତ୍ତିଭୂମି ଓ ଦକ୍ଷତା ବିକାଶ ନ ହେଲେ ବହୁ ଯୁବ କର୍ମଚାରୀ ପଛରେ ରହିଯିବାର ଆଶଙ୍କା ରହିଛି।

ଓଇସିଡି ଆକଳନ କରିଛି ଯେ ଏଆଇ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକର ବାର୍ଷିକ ଉତ୍ପାଦକତା ଅଭିବୃଦ୍ଧିରେ ୧.୨% ପର୍ଯ୍ୟନ୍ତ ବୃଦ୍ଧି ଆଣିପାରିବ। ‌ତେବେ ଏହାର ମୁଖ୍ୟ ଅର୍ଥନୀତିଜ୍ଞ ‌ଷ୍ଟେଫାନୋ ସ୍କାର୍ପେଟା କହିଛନ୍ତି ଯେ ଏଆଇର ପ୍ରକୃତ ବ୍ୟବହାରରେ ବଡ଼ ବ୍ୟବଧାନ ରହିଛି।

ଆଇଏମ୍‌ଏଫ୍‌ ଆକଳନ କରିଥିଲା ଯେ ବିଶ୍ବର ୪୦% ଚାକିରି ପ୍ରତି ଏଆଇ ବିପଦ ରହିଛି।

ଏଆଇ ପାଇଁ ବାର୍‌କ୍ଲେ ପ୍ରାୟ ୫୦୦୦ ଓ ଇବେ ଏହାର ୯% କର୍ମଚାରୀଙ୍କୁ ଛଟେଇ କରିବ।

କ୍ବାଲ୍‌କମ୍‌ ମଧ୍ୟ କର୍ମଚାରୀ ଛଟେଇ କରିବା ବିଷୟରେ ବିଚାର କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)