Asian Para Games: ରୌପ୍ୟ ଜିତି ଓଡ଼ିଶାର ଗର୍ବ ବଢ଼ାଇଲେ ଜୟନ୍ତୀ ବେହେରା

Oct 22, 2026 - 21:02
Asian Para Games: ରୌପ୍ୟ ଜିତି ଓଡ଼ିଶାର ଗର୍ବ ବଢ଼ାଇଲେ ଜୟନ୍ତୀ ବେହେରା

ନାଗୋୟା: ଚଳିତ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜୟନ୍ତୀ ବେହେରା ।

ମହିଳା ୪୦୦ ମିଟର ଟି୪୭ ଇଭେଣ୍ଟରେ ସେ ୧.୦୦.୬୫ ସମୟ ସହ ଦ୍ବିତୀୟ ସ୍ଥାନରେ ରହି ଏହି ରୌପ୍ୟ ଜିତିଛନ୍ତି।

ଏହି ଇଭେଣ୍ଟରେ ଭାରତର ଅଞ୍ଜନାବେନ୍‌ ବୁମ୍ବାଦିୟା ୫୯.୯୭ ସମୟ ସହ ସ୍ବର୍ଣ୍ଣ ଜିତିଛନ୍ତି।

ଥାଇଲାଣ୍ଡର ଶଶିରାଓ୍ବାନ ଇନଥାଚୋଟ୍‌ କାଂସ୍ୟ ଜିତିଛନ୍ତି।

Advertisment Heartiest congratulations to Odisha's Jayanti Behera on winning the silver medal in the Women's 400m T47 event at the #AsianParaGames2026 , clocking an impressive 1:00.65.

Your dedication, resilience and determination are truly commendable.

This achievement brings immense pride… pic.twitter.com/PGAhlOKdj6 — Mohan Charan Majhi (@MohanMOdisha) October 22, 2026 ଜୟନ୍ତୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

'ଏକ୍ସ'ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ତାଙ୍କ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛି।

ତାଙ୍କର ଏହି ସଫଳତା ଭାବି କ୍ରୀଡ଼ାବିତ୍‌ମାନଙ୍କୁ ଅନୁପ୍ରାଣିତ କରିଚାଲିବ।

ସୂଚନାଯୋଗ୍ୟ, ବୁଧବାର ଗୋଡ଼ ହାତ ନଥିବା ଓଡ଼ିଆ ଝିଅ ପାୟଲ ନାଗ ରୌପ୍ୟ ଜିତିଥିଲେ।

ପୁରୀ ସାକ୍ଷୀଗୋପାଳର ଜୟନ୍ତୀ ୨୦୧୮ ଜାକର୍ତ୍ତା ଏସୀୟ ପାରା କ୍ରୀଡ଼ାର ୪୦୦ ମିଟରରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ।

ଏହା ସହିତ ୨୦୦ ମିଟରରେ ବି ସେ କାଂସ୍ୟ ପାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)