AI, Robotics ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ  ଉଦ୍‌ଘାଟିତ

Aug 12, 2026 - 22:06
AI, Robotics ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ  ଉଦ୍‌ଘାଟିତ

"ଭୁବନେଶ୍ୱର:  ଭୁବନେଶ୍ୱରସ୍ଥିତ ନିତ୍କାଲ୍ ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର କ୍ୟାମ୍ପସରେ ଜାପାନୀଜ୍ ସାପ୍ ସଫ୍ଟୱେର୍ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର(ଜିସିସି) ସହିତ ଏଆଇ, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍‌ଘାଟନ ହୋଇଛି।

କୃତ୍ରିମ ବୁଦ୍ଧିମତା (ଏଆଇ), ରୋବୋଟିକ୍ସ, ସେମିକଣ୍ଡକ୍ଟର ଏବଂ ଆଧୁନିକ ଡିଜିଟାଲ୍ ପ୍ରାତିଷ୍ଠାନିକ ଢାଞ୍ଚା ଭଳି ଭବିଷ୍ୟତମୁଖୀ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳ ଭାବେ ଆଗେଇ ଚାଲିଛି ବୋଲି ସ୍ବାସ୍ଥ୍ୟ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି  ବିଭାଗ ମନ୍ତ୍ରୀ  ଡ଼ାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି।

Advertisment Japan Defense: ଡ୍ରୋନ୍ ଏବଂ ଏଆଇ ବିକାଶ ଆଡକୁ ମୁହାଁଇଲା ଜାପାନ: ଜାରି କଲା ପ୍ରତିରକ୍ଷା ଶ୍ବେତପତ୍ର ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଉନ୍ନତ ପ୍ରଯୁକ୍ତିରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି, ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ, ଶିଳ୍ପ, ଶିକ୍ଷାନୁଷ୍ଠାନ ସହଭାଗିତା ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପ୍ରଯୁକ୍ତି ସେବା ପ୍ରଦାନରେ ରାଜ୍ୟର ସାମର୍ଥ୍ୟ ଆହୁରି ସୁଦୃଢ଼ ହେବ।

ବିଶେଷକରି ଯୁବପିଢିଙ୍କ ପାଇଁ ଉଚ୍ଚ ଦକ୍ଷତାଭିତ୍ତିକ ନିଯୁକ୍ତି ଓ ନୂଆ ସୁଯୋଗ ସୃଷ୍ଟିରେ ଏହା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ।

Japan delegation: ଭୁବନେଶ୍ବର ବୁଲିଲେ ତତ୍ତୋରି ପ୍ରତିନିଧି ରାଜ୍ୟ ସରକାରଙ୍କ ଏଆଇ ପଲିସି, ସେମିକଣ୍ଡକ୍ଟର ପଲିସି ଏବଂ ଜିସିସି ପଲିସି ମାଧ୍ୟମରେ ଭବିଷ୍ୟତର ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନାକୁ ସାକାର କରିବା ସହ ଏକ ପ୍ରମୁଖ ଟେକ୍ନୋଲୋଜି ଓ ନବସୃଜନ ହବ୍ ଭାବେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରୀ ଡ଼କ୍ଟର ମହାଲିଙ୍ଗ କହିଛନ୍ତି।

ନିତ୍କାଲ୍ ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର ଏହି ପଦକ୍ଷେପ ରାଜ୍ୟରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନି ଓ ନିବେଶକମାନଙ୍କ ପାଇଁ ଥିବା ସୁଯୋଗକୁ ଆହୁରି ବ୍ୟାପକ କରିବ।

ଏହା ରାଜ୍ୟକୁ ଏକ ଜ୍ଞାନଭିତ୍ତିକ ଓ ପ୍ରଯୁକ୍ତିନିର୍ଭର ଅର୍ଥନୀତି ଦିଗରେ ଆଗେଇ ନେବ ବୋଲି ଆଶା ପ୍ରକାଶ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media