AI is spending: ମଣିଷଠୁ ଅଧିକ ଖର୍ଚ୍ଚ କରୁଛି ଏଆଇ

ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା କମ୍ପାନିଗୁଡ଼ିକର କାମକୁ ସହଜ କରିବ, କର୍ମଚାରୀଙ୍କ ଉପରେ ନିର୍ଭରଶୀଳତା କମାଇବା ସହ ଖର୍ଚ୍ଚ ଯଥେଷ୍ଟ ହ୍ରାସ କରିବ। ସମସ୍ତେ ଏଭଳି ଧାରଣା ରଖି ଆସୁଛନ୍ତି। ହେଲେ ଏହି ଧାରଣା ଯେ ଭୁଲ୍, ତାହା ପ୍ରମାଣିତ ହେବାକୁ ଯାଉଛି। ଏଆଇର ଉପଯୋଗ କରୁଥିବା କମ୍ପାନିଙ୍କର ପ୍ରବଳ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ବିଶ୍ବ୍ବବିଖ୍ୟାତ ଟେକ୍ନୋ କମ୍ପାନି ମାଇକ୍ରୋସଫ୍ଟ ଏହାର ହଜାର ହଜାର ସଫ୍ଟୱେର୍ ଇଞ୍ଜିନିୟର୍ଙ୍କୁ କୋଡିଂ, ଡିବଗିଂ ଓ କୋଡ୍ ସମୀକ୍ଷା ପାଇଁ ଏଆଇ ଉପକରଣର ବ୍ୟବହାରର ଅନୁମତି ଦେଇଥିଲା। ପ୍ରଥମ ଛଅ ମାସରେ ଇଞ୍ଜିନିୟର୍ମାନେ ଏହାର ବହୁଳ ବ୍ୟବହାର କରିଥିଲେ। ତେବେ ପ୍ରକୃତ ସମସ୍ୟା ଆରମ୍ଭ ହୋଇଥିଲା ସେତେବେଳେ, ଯେତେବେଳେ କମ୍ପାନି ଏଆଇ ବାବଦ ଖର୍ଚ୍ଚ କଥା ଜାଣିଲା। ହଜାର ହଜାର ଇଞ୍ଜିନିୟର୍ ଏହି ଉପକରଣ ବ୍ୟବହାର କରିବାରୁ ଏହାର ଖର୍ଚ୍ଚ ମାଇକ୍ରୋସଫ୍ଟ ଭଳି କମ୍ପାନି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳସ୍ୱରୂପ, ନିକଟରେ ମାଇକ୍ରୋସଫ୍ଟ ଏହାର ଇଞ୍ଜିନିୟର୍ମାନଙ୍କୁ ଶସ୍ତା ଏଆଇ ଉପକରଣ ବ୍ୟବହାର ଉପରେ ଜୋର୍ ଦେଇଛି। ଖବର ଅନୁସାରେ, ଅନେକ ସ୍ଥାନରେ କମ୍ପାନି ଏହାର କର୍ମଚାରୀମାନଙ୍କୁ ଏଆଇ ବ୍ୟବହାର କରିବାକୁ ବାରଣ କରିଛି, ତେବେ ଏହା ଉପରେ ପ୍ରତିବନ୍ଧକ ଲଗାଇନାହିଁ।
Ferrari: ଫରାରି ଲଞ୍ଚ୍ କଲା ଇଲେକ୍ଟ୍ରିକ୍ କାର୍
ସେହିପରି ଡିସେମ୍ବର ୨୦୨୫ରେ ବିଶ୍ୱର ସର୍ବବୃହତ୍ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନି ଉବେର୍ ଏହାର ଇଞ୍ଜିନିୟର୍ମାନଙ୍କ ପାଇଁ ଏହି କ୍ଲାଉଡ୍ କୋଡିଂ ଟୁଲ୍ ଲଞ୍ଚ୍ କରିଥିଲା। ୨୦୨୬ ମାର୍ଚ୍ଚ ସୁଦ୍ଧା କମ୍ପାନିର ୫୦୦୦ ଇଞ୍ଜିନିୟର୍ଙ୍କ ମଧ୍ୟରୁ ପ୍ରାୟ ୮୪% ଏହାକୁ ବ୍ୟବହାର କରୁଥିଲେ। ପ୍ରାୟ ୭୦ ସଫ୍ଟୱେର୍ କୋଡ୍ ସିଧାସଳଖ ଏଆଇ ସିଷ୍ଟମ୍ରୁ ଜେନେରେଟ୍ ହୋଇଥିଲା। ଏବେ ଜଣାପଡ଼ିଛି ଯେ, ବହୁଳ ଭାବେ ଏଆଇ ବ୍ୟବହାରକାରୀ ଇଞ୍ଜିନିୟର୍ ମାସିକ ପ୍ରାୟ ୪୦,୦୦୦ରୁ ୧.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିଲେ। ଏହାର ଖର୍ଚ୍ଚ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଏଭଳି ସ୍ଥିତିରେ ମଣିଷ କର୍ମଚାରୀଙ୍କ ଖର୍ଚ୍ଚଠାରୁ ଏଆଇର ଖର୍ଚ୍ଚ ଅଧିକ ବୋଲି କମ୍ପାନିମାନେ ହୃଦ୍ବୋଧ କଲେଣି। ଆଉ କେତେକ ଏହାକୁ ଅର୍ଦ୍ଧସତ୍ୟ ବୋଲି କହୁଛନ୍ତି।
Eye, captured on camera: କିମାଶ୍ଚର୍ଯ୍ୟମ୍: ଆଖିକୁ ଅଦୃଶ୍ୟ, କ୍ୟାମେରାରେ ଆବଦ୍ଧ
ତେବେ ଏଆଇର ବ୍ୟବହାର ଖର୍ଚ୍ଚବହୁଳ କାହିଁକି? କ୍ଲାଉଡ୍ କୋଡ୍, ଟୋକନ୍-ଆଧାରିତ ମୂଲ୍ୟାଙ୍କନ ଉପରେ କାର୍ଯ୍ୟ କରେ। ଏହାର ଅର୍ଥ, ଯେତେବେଳେ ଆପଣ ଏଆଇକୁ ଏକ ପ୍ରଶ୍ନ ପଚାରନ୍ତି ବା କୋଡ୍ ଲେଖନ୍ତି, ଏଆଇ ତାକୁ ଛୋଟ ଛୋଟ ଖଣ୍ଡ ବା ଟୋକନ୍ରେ ବିଭକ୍ତ କରେ। ପ୍ରତ୍ୟେକ ଶବ୍ଦ, ସ୍ଥାନ ଓ ଅନ୍ୟ ପ୍ରକ୍ରିୟାକରଣ ପାଇଁ ଏଆଇ ଟଙ୍କା ଖର୍ଚ୍ଚ କରାଏ। ଆଗାମୀ ବର୍ଷଗୁଡ଼ିକରେ କମ୍ପାନିଗୁଡ଼ିକ ମଧ୍ୟରେ ଏହି ଟୋକନ୍ର ବ୍ୟବହାର ଦ୍ରୁତ ଗତିରେ ବଢ଼ିପାରେ। ପ୍ରତି ଟୋକନ୍ର ମୂଲ୍ୟ କମିଲେ ବି ଏଆଇର ସମଗ୍ର ବ୍ୟବହାର ଏତେ ବଢ଼ିବ ଯେ, କମ୍ପାନିଗୁଡ଼ିକର ଏଆଇ ବିଲ୍ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ଏହି ସ୍ଥିତିରେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ, କମ୍ପାନିଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କୁ ଶୃଙ୍ଖଳା ଶିଖାଇବାକୁ ପଡ଼ିବ, ଯେମିତିକି ସେମାନେ ବାରମ୍ବାର ଅନାବଶ୍ୟକ ପ୍ରଶ୍ନ ପଚାରି ଟୋକନ୍ଗୁଡ଼ିକୁ ନଷ୍ଟ କରିବେ ନାହିଁ। ଏହାସହିତ କେଉଁ କାର୍ଯ୍ୟ ପାଇଁ ମହଙ୍ଗା ଏଆଇ ଉପକରଣ ଓ କେଉଁ କାମ ପାଇଁ ଶସ୍ତା ମଡେଲ୍ ଆବଶ୍ୟକ, ସେ ନେଇ ମଧ୍ୟ କମ୍ପାନିଗୁଡ଼ିକୁ ନିଷ୍ପତ୍ତି ନେବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।