Escape : ୫ ଦଶନ୍ଧିର ଦୁଃଖ କଣ୍ଟିଘାଇ ଏସ୍‌କେପ୍‌

Jun 04, 2026 - 08:19
Escape : ୫ ଦଶନ୍ଧିର ଦୁଃଖ କଣ୍ଟିଘାଇ ଏସ୍‌କେପ୍‌

ହରିହର ନାୟକ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅନ୍ତର୍ଗତ ବୈତରଣୀର କଣ୍ଟିଘାଇ ଏସ୍‌କେପ୍‌ ଏହି ଅଞ୍ଚଳର ଦୁଃଖ ପାଲଟିଛି। ପ୍ରତିବର୍ଷ ବନ୍ୟା ଯୋଗୁ ୩ ବ୍ଲକ୍‌ର ୩୧ ପଞ୍ଚାୟତର ଲୋକେ ପ୍ରଭାବିତ ହେଉଛନ୍ତି। ଚାଷବାସ, ଘରଦ୍ବାରଠାରୁ ଆରମ୍ଭକରି ଧନଜୀବନ ନଷ୍ଟ ହୋଇଯାଉଛି। ହେଲେ, ୫ ଦଶନ୍ଧି ହେଲା କଣ୍ଟିଘାଇ ଏସ୍‌କେପ୍‌ର ଦୁଃଖ ଦୂର ହେଉନି। ୧୯୭୧ ମସିହାରେ କଣ୍ଟିଘାଇ ବନ୍ୟାଜଳକୁ ରୋକିବା ପାଇଁ ପଥରବନ୍ଧ ନିର୍ମାଣ ହୋଇଥିଲା। ସେବେଠୁ ପ୍ରତିବର୍ଷ ଏହି ପଥରବନ୍ଧ ମରାମତି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ୨୦୧୧ ମସିହାରେ ଏହି ପଥରବନ୍ଧକୁ କଂକ୍ରିଟ୍‌ କରାଯାଇଥିଲା। ନଦୀପଠାର ମାତ୍ର ୨ ଫୁଟ ଉଚ୍ଚତାରେ କଂକ୍ରିଟ୍‌ କରାଯାଇଥିବାରୁ ବନ୍ୟାଜଳ ଅତିକ୍ରମ କରି ପୂର୍ବଭଳି କ୍ଷତି କରୁଛି।

AI is spending: ମଣିଷଠୁ ଅଧିକ ଖର୍ଚ୍ଚ କରୁଛି ଏଆଇ

 ସେହିପରି, ମଣିନାଥପୁରଠାରେ ଶେଷ ହୋଇଥିବା ଏହି ନ‌ଦୀବନ୍ଧ ପରେ ପ୍ରାୟ ୫ କିମି ଲମ୍ବର ନଦୀକୂଳ ମୁକୁଳା ପଡ଼ିଛି। ସେହି ଅଞ୍ଚଳରେ ମଧ୍ୟ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି କରୁଛି। ଏହାକୁ ଦୃଷ୍ଟିରେ ରଖି କଣ୍ଟିଘାଇ ଏସ୍‌କେପ୍‌ର ଉଚ୍ଚତା ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଦାବି ଅନୁଯାୟୀ ପୂର୍ବ ସରକାରଙ୍କ ପ୍ରସ୍ତାବିତ ବୈତରଣୀ ବାମପାର୍ଶ୍ବ ନଦୀବନ୍ଧ ସୁଦୃଢ଼ୀକରଣ ଯୋଜନାରେ କଣ୍ଟିଘାଇ ଏସ୍‌କେପ୍‌ର ଭାଗ୍ୟକୁ ଯୋଡ଼ାଯାଇଥିଲା। ଇତିମଧ୍ୟରେ ବାମପାର୍ଶ୍ବ ନଦୀବନ୍ଧ ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ, ଏସ୍‌କେପ୍‌ର କୌଣସି କାର୍ଯ୍ୟ ହୋଇନାହିଁ।

Eye, captured on camera: କିମାଶ୍ଚର୍ଯ୍ୟମ୍‌: ଆଖିକୁ ଅଦୃଶ୍ୟ, କ୍ୟାମେରାରେ ଆବଦ୍ଧ

 ଯଦିଓ ଜଳସମ୍ପଦ ବିଭାଗ ପକ୍ଷରୁ ଏସ୍‌କେପ୍‌ ନବୀକରଣ ପାଇଁ ପ୍ରାଥମିକ ଆକଳନ ପ୍ରସ୍ତୁତ ହୋଇଥିଲା କିନ୍ତୁ ତାହା ଏବେ ଅନ୍ଧାରରେ ରହିଛି। ବୈତରଣୀ ବନ୍ୟା ଦାଉରୁ ତିନି ବ୍ଲକ ଅଞ୍ଚଳକୁ ସୁରକ୍ଷା ଦେବାପାଇଁଁ ପ୍ରଥମେ କଣ୍ଟିଘାଇକୁ ସଂଯୋଗ କରୁଥିବା ଖୋଳାନାଳ ବନ୍ଧ ନିର୍ମାଣ ସହିତ କଣ୍ଟିଘାଇର ଉଚ୍ଚତା ବୃଦ୍ଧି ଉପରେ ସରକାର ଦୃଷ୍ଟି ଦେବାକୁ ଦୃଢ଼ ଦାବି ହୋଇଛି। ଅନ୍ୟପକ୍ଷରେ, ୫୦ ବର୍ଷ ଧରି ବୈତରଣୀର ‘କଣ୍ଟିଘାଇ’ ଏସ୍‌କେପ୍‌ ଯୋଗୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଆଖୁଆପଦା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଂଜୀବ ସାମଲ କହିଛନ୍ତି, ବୈତରଣୀରେ ବଡ଼ ବନ୍ୟା ଆସିଲେ ଏସ୍‌କେପ୍‌ ଦେଇ ପାଣି ନିଷ୍କାସିତ ହୋଇଥାଏ। ଆଗାମୀଦିନରେ ଏସ୍‌କେପ୍‌ର ଉଚ୍ଚତା ବୃଦ୍ଧି ପାଇଁ ଯୋଜନା ରହିଥିବା ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।