06 AUGUST 2026

Welcome!

Unlock your personalized experience.
Sign Up

AI-filed ITR : AI ଦ୍ୱାରା ବଞ୍ଚାଇଲେ CA ଫି’ , ହେଲେ ଆସିଲା ଟାକ୍ସ ନୋଟିସ୍ ! ଚିନ୍ତାରେ ପଡ଼ିଗଲେ ଟ୍ୟାକ୍ସପେୟର

Aug 06, 2026 - 18:56
AI-filed ITR : AI ଦ୍ୱାରା ବଞ୍ଚାଇଲେ CA ଫି’ , ହେଲେ ଆସିଲା ଟାକ୍ସ ନୋଟିସ୍ ! ଚିନ୍ତାରେ ପଡ଼ିଗଲେ ଟ୍ୟାକ୍ସପେୟର

ନୂଆଦିଲ୍ଲୀ – AIର ବ୍ୟବହାର ଏବେ କେବଳ ପାଠପଢା, ଚାକିରି କିମ୍ୱା କଣ୍ଟେଣ୍ଟ ତିଆରି କରିବା ଭିତରେ ସୀମିତ ରହି ନାହିଁ। ଚଳିତ ବର୍ଷ ବହୁତ ଲୋକ ଏମିତି ଅଛନ୍ତି, ଯିଏକି ନିଜର ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର) ଭରିବା ପାଇଁ ମଧ୍ୟ ଏଆଇ ଟୁଲ୍ସର ସାହାଯ୍ୟ ନେଇ ଥିଲେ। ଅନେକ ଲୋକଙ୍କ ବିଶ୍ୱାସ ଥିଲା ଯେ, ଏଥିରେ ଚାର୍ଟାର୍ଡ ଆକାଉଣ୍ଟେଣ୍ଟ (ସିଏ)ର ଫି ରକ୍ଷା ପାଇ ଯିବ ଏବଂ ରିଟର୍ଣ୍ଣ ଫାଇଲ କରିବା ସହଜ ହୋଇ ଯିବ, କିନ୍ତୁ ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିନ୍ନ ସ୍ତରର ଯୁକ୍ତି ଦେଖିବାକୁ ମିଳିଛି, ଯାହାକି ଏହି ଟ୍ରେଣ୍ଡକୁ ନେଇ ନୂଆ ବିବାଦ ଠିଆ କରାଇଛି।

 

ମୁମ୍ୱାଇର ଚାର୍ଟର୍ଡ ଆକାଉଣ୍ଟେଣ୍ଟ ରାଜେନ୍ଦ୍ର ଶର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି ଯେ, ଏଆଇର ସାହାଯ୍ୟରେ ଆଇଟିଆର ଭରିବା ପରେ ଜଣେ ବ୍ୟକ୍ତଙ୍କୁ ଇନକମ ଟ୍ୟାକ୍ସ ବିଭାଗରୁ ନୋଟିସ୍ ମିଳିଛି। ଏବେ ତାଙ୍କର ଏହି ପୋଷ୍ଟ ଖୁବ୍ ଜୋରରେ ଭାଇରାଲ ହେଉଛି। ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ରାଜେନ୍ଦ୍ର ଶର୍ମା ନିଜର ପୋଷ୍ଟରେ ଲେଖିଛନ୍ତି ଯେ,ଏଆଇ ଦ୍ୱାରା ଆଇଟିଆର ଫାଇଲ କରିବାର ଫଳ ଏବେ ସାମ୍ନାକୁ ଆସିବାରେ ଲାଗିଛି। ସେ ନିଜର ପୋଷ୍ଟ ସହ ଏକ ଚ୍ୟାଟର ସ୍କ୍ରିନସଟ୍ ମଧ୍ୟ ସେୟାର କରି ଥିଲେ। ଏହି କଥାବାର୍ତ୍ତାରେ ଜଣେ ବ୍ୟକ୍ତି ଟ୍ୟାକ୍ସ ନୋଟିସ ପାଇବା ପରେ କୌଣସି ଟ୍ୟାକ୍ସ ଏକ୍ସପର୍ଟଙ୍କୁ ସାହାଯ୍ୟ ଦାବି କରି ଥିଲେ।

 

ସ୍କ୍ରିନସଟ୍ ମୁତାବିକ, ଏହି ବ୍ୟକ୍ତି ଜଣଙ୍କ ସର୍ବ ପ୍ରଥମେ ଲେଖିଛନ୍ତି ଯେ, ହାଲୋ ସାର୍, ମୁଁ ଜଣେ ଟ୍ୟାକ୍ସ ଏକ୍ସପର୍ଟଙ୍କ ସହ କଥା ହେବାକୁ ଚାହୁଁଛି। ଏହାର ଉତ୍ତରରେ ପାଇଥିଲେ , ନିଶ୍ଚୟ - ଦୟାକରି ଆପଣଙ୍କ ସମସ୍ୟା କୁହନ୍ତୁ। ଆମେ ଆପଣଙ୍କର ପୂରା ସାହାଯ୍ୟ କରିବାକୁ ଚେଷ୍ଟା କରିବୁ। ଏହା ପରେ ସେହି ବ୍ୟକ୍ତି କହି ଥିଲେ ଯେ, ସେ ତାଙ୍କର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଏଆଇ ସାହାଯ୍ୟରେ ପ୍ରସ୍ତୁତ କରିବା ଦାଖଲ କରି ଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କୁ ଇନକମ ଟ୍ୟାକ୍ସ ବିଭାଗରୁ ନୋଟିସ୍ ମିଳି ଥିଲା। ସେ ଆହୁରି ଲେଖି ଥିଲେ ଯେ, ଏମିତି ଏକ୍ସପର୍ଟଙ୍କ ସହ କନେକ୍ଟ କରିବାକୁ ଚାହୁଁଛି, ଯିଏ ନୋଟିସକୁ ବୁଝି ପାରିବେ ଏବଂ ତାଙ୍କୁ ସଠିକ୍ ଉପାୟରେ ଉତ୍ତର ଦେବାରେ ସାହାଯ୍ୟ କରି ପାରିବେ।

 

ହେଲେ , ଏହି ଭାଇରାଲ ଚ୍ୟାଟ୍ କିମ୍ୱା ଦାବି ସ୍ୱତନ୍ତ୍ର ରୂପେ ସ୍ପଷ୍ଟ ହୋଇ ପାରି ନାହିଁ। ଏହା ସ୍ପଷ୍ଟ ନୁହେଁ ଯେ, ନୋଟିସ୍ ବାସ୍ତବରେ ଏଆଇ କାରଣରୁ ମିଳିଛି ନା ରିଟର୍ଣ୍ଣ ଭରିବା ସମୟରେ କୌଣସି ଅନ୍ୟ ଭୁଲବଶତଃ କାରଣରୁ ଏହି ସ୍ଥିତି ଉପୁଜିଛି। ଏହା ସତ୍ତ୍ୱେ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଜୋରରେ ପ୍ରସାରିତ ହୋଇଛି। ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ମଧ୍ୟ ପଢନ୍ତୁ - ଟ୍ରେନର ଜେନେରାଲ ବଗିରେ ଘରର ଷ୍ଟାଣ୍ଡ ପଙ୍ଖା ନେଇ ଚଢିଲେ ବ୍ୟକ୍ତି , ଚାର୍ଜିଂ ପଏଣ୍ଟରେ ଲଗାଇବା ଦେଖି ହସି ହସି ଗଡ଼ିଲେ ଲୋକେ !

ଅନେକ ୟୁଜରଙ୍କ କହିବାନୁସାରେ, ଏଆଇ ଏକ ଉପଯୋଗୀ ଟୁଲ ନିଶ୍ଚୟ, କିନ୍ତୁ ଟ୍ୟାକ୍ସ ଫାଇଲିଂ ଭଳି ସମ୍ୱେଦନଶୀଳ ମାମଲାରେ ଆଖି ବନ୍ଦ କରି ତାହା ଉପରେ ଭରସା କରିବା ଠିକ୍ ନୁହେଁ, ଅନ୍ୟପଟେ କିଛି ଲୋକଙ୍କ ବିଶ୍ୱାସ ଯେ, ଯଦି ସଠିକ୍ ସୂଚନା ଦିଆଯାଏ ଏବଂ ଶେଷ ଥର ପାଇଁ ରିଟର୍ନର ଭଲଭାବେ ଯାଞ୍ଚ କରାଯାଏ , ତ ଏଆଇ ଖୁବ୍ ସାହାଯ୍ୟକାରୀ ସାବ୍ୟସ୍ତ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।