Animesha won gold: ଅନ୍ତଃରାଜ୍ୟ ଦୌଡ଼କୁଦ: ଅନିମେଷ ସ୍ବର୍ଣ୍ଣ ଜିତିଲେ, ଜୟରାମଙ୍କୁ କାଂସ୍ୟ
"ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୬୫ତମ ଅନ୍ତଃରାଜ୍ୟ ଦୌଡ଼କୁଦରେ ଦ୍ରୁତତମ ପୁରୁଷ ଧାବକର ମାନ୍ୟତା ପାଇଛନ୍ତି ଅନିମେଷ କୁଜୁର।
ପୁରୁଷ ୧୦୦ ମିଟର ଦୌଡ଼କୁ ୧୦.୨୮ ସେକେଣ୍ଡରେ ଅତିକ୍ରମ କରି ସେ ସ୍ବର୍ଣ୍ଣ ଅର୍ଜନ କରିଛନ୍ତି।
ଏହା ସତ୍ତ୍ବେ ସେ ଜାପାନ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା (୧୦.୧୬ ସେକେଣ୍ଡ) ଅର୍ଜନ କରିବାରେ ବିଫଳ ହୋଇଛନ୍ତି।
ମହାରାଷ୍ଟ୍ରର ପ୍ରଣବ ଗୁରବ ୧୦.୩୯ ସେକେଣ୍ଡ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି।
ଦଣ୍ଡପତି ଏମ୍ ଜୟରାମ ୧୦.୪୩ ସେକେଣ୍ଡ ସହ କାଂସ୍ୟ ଜିତିଛନ୍ତି।
ମହିଳା ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଛନ୍ତି ମହାରାଷ୍ଟ୍ରର ସୁଦେଷ୍ଣା ଶିବଙ୍କର।
ସେ ୧୧.୫୯ ସେକେଣ୍ଡରେ ଏହାକୁ ଅତିକ୍ରମ କରିଛନ୍ତି।
କର୍ଣ୍ଣାଟକର ସ୍ନେହା ଏସଏସ ୧୧.୬୫ ସେକେଣ୍ଡ ସହ ରୌପ୍ୟ ଓ ଶ୍ରୀଲଙ୍କାର ଆମଶା ଡିସିଲ୍ଭା ୧୧.୭୦ ସେକେଣ୍ଡ ସହ କାଂସ୍ୟ ଜିତିଛନ୍ତି।
Advertisment Weekly Horoscope 2026 June 28 to July 04: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଅନ୍ତଃରାଜ୍ୟ ଦୌଡ଼କୁଦ ଅଞ୍ଜୁ ବବିଙ୍କ ରେକର୍ଡ ଭାଙ୍ଗିଲେ ଆନ୍ସୀ ଅନ୍ୟପକ୍ଷରେ ମହିଳା ଲଙ୍ଗ୍ଜମ୍ପରେ ଆନ୍ସୀ ସୋଜାନ ଏକ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି।
୬.୮୮ ମିଟର ସହ ସେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରୁ କାଏମ ଥିବା ଅଂଜୁ ବବି ଜର୍ଜଙ୍କ ୬.୮୩ ମିଟର ରେକର୍ଡକୁ ଅତିକ୍ରମ କରିଛନ୍ତି।
ଏହି ସଫଳତା ସହ ସେ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି।
ପୁରୁଷ ହାଇଜମ୍ପ୍ରେ ସର୍ବେଶ କୁଶାରେ ୨.୩୧ ମିଟର ସହ ମଧ୍ୟ ଆଉ ଏକ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି।
ଅଧିକାରୀଙ୍କ ତ୍ରୁଟି ଯୋଗୁଁ ହର୍ଷିତା ଯୋଗ୍ୟତାରୁ ବଞ୍ଚିତ Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦରେ ଏକ ଅଜବ ଘଟଣା ଘଟିଛି।
ଅଧିକାରୀମାନଙ୍କ ତ୍ରୁଟି ଯୋଗୁଁ ତାମିଲନାଡୁର ଆଥ୍ଲେଟ୍ ଆର୍.
ହର୍ଷିତା ଫାଇନାଲ୍ ଲାଗି ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି।
ସୂଚନା ଅନୁସାରେ ଶୁକ୍ରବାର ୪୦୦ ମିଟର ବାଧାଦୌଡ଼ର ହିଟ୍-୧ରେ ହର୍ଷିତା ଅଂଶଗ୍ରହଣ କରି ୧ ମିନିଟ୍ ୦୧.୦୩ ସେକେଣ୍ଡରେ ଅତିକ୍ରମ କରି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
କିନ୍ତୁ ପରେ ଜଣାପଡ଼ିଥିଲା ଯେ ସେ ଯେଉଁ ଲେନ-୮ରେ ଦୌଡ଼ିଥିଲେ ସେଥିରେ ୧୦ ବଦଳରେ ୯ଟି "ବାଧା"ବା ହଡଲ୍ସ ଥିଲା।
ରେସ୍ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ୫ମ "ବାଧା"ଟି ନଥିଲା।
ଦୌଡ଼ିବା ସମୟରେ ଏହି "ବାଧା" ନଥିବାରୁ ସେ ଲେନ୍-୭କୁ ଯାଇ ସେଥିରେ ଥିବା "ବାଧା"କୁ ଡେଇଁବା ପରେ ପୁଣି ନିଜ ଲେନ୍କୁ ଫେରିଆସିଥିଲେ।
ଏ ନେଇ ସେ ନିଜେ ଅଭିଯୋଗ କରିବା ପରେ ତାଙ୍କର ଦୌ଼ଡ଼କୁ ଅମାନ୍ୟ ଘୋଷଣା କରାଯାଇଥିଲା ଓ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ନିୟମ ଅନୁସାରେ ତାଙ୍କୁ ଏକାକୀ ଆଉ ଥରେ ଦୌଡ଼ିବାକୁ କୁହାଯାଇଥିଲା।
ଏଥର ସେ ୧ମିନିଟ୍ ୦୨.୫୪ ସେକେଣ୍ଡରେ ଅତିକ୍ରମ କରିଥିଲେ, ଯାହାକି ନିଜର ପୂର୍ବ ଦୌ଼ଡ଼ଠାରୁ ୧.୫୧ ସେକେଣ୍ଡ ଧିମା ଥିଲା।
ଏହି କାରଣରୁ ସେ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ।
ଏହି ଘଟଣାକୁ ନେଇ ସେ ଦୁଃଖିତ ହୋଇଥିଲେ ବି ହତାଶ ହୋଇନାହାନ୍ତି।
ଆଗକୁ ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି।"