AI-Based Beach Monitoring System: ସମୁଦ୍ର ଉପରେ କ୍ୟାମେରାର କଡ଼ା ନଜର! ବାତ୍ୟା ଓ ଜୁଆର ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା

Nov 22, 2026 - 12:59
AI-Based Beach Monitoring System: ସମୁଦ୍ର ଉପରେ କ୍ୟାମେରାର କଡ଼ା ନଜର! ବାତ୍ୟା ଓ ଜୁଆର ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା

ଏଣିକି ସମୁଦ୍ର ଉପରେ ରହିବ କ୍ୟାମେରାର କଡ଼ା ନଜର।

ସାମୁଦ୍ରିକ ଝଡ଼, ଉଚ୍ଚ ଜୁଆର ଓ ସମୁଦ୍ରରେ ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ ମିଳିବ ଆଗୁଆ ସୂଚନା।

ଉପକୂଳବାସୀଙ୍କ ସୁରକ୍ଷା ସହ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନେଇଛନ୍ତି ଏହି ବଡ଼ ପଦକ୍ଷେପ।

Advertisment ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସମୁଦ୍ରର ଗତିବିଧି ଓ ଉପକୂଳର ସ୍ଥିତି ଉପରେ ନିରନ୍ତର ନଜର ରଖାଯିବ।

ଫଳରେ ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରିବା ସହ ଆବଶ୍ୟକ ସମୟରେ ସତର୍କ ସୂଚନା ଜାରି କରିବା ସହଜ ହେବ।

ଏଥିସହ ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ମହାସାଗର ସୂଚନା କେନ୍ଦ୍ର ବା INCOISର ଏକ ଆଞ୍ଚଳିକ କେନ୍ଦ୍ର।

ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ଓ INCOIS ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି।

ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ସାମୁଦ୍ରିକ ତଥ୍ୟ ସଂଗ୍ରହ, ପାଣିପାଗ ସମ୍ପର୍କିତ ଅଧ୍ୟୟନ ଓ ସାମୁଦ୍ରିକ ଗବେଷଣା କ୍ଷେତ୍ରରେ ମଧ୍ୟ ମିଳିବ ନୂଆ ଦିଗ।

ଆଧୁନିକ ପ୍ରଯୁକ୍ତି ଓ ବୈଜ୍ଞାନିକ ତଥ୍ୟର ସମନ୍ୱୟରେ ଓଡ଼ିଶାର ଉପକୂଳ ସୁରକ୍ଷା ବ୍ୟବସ୍ଥା ହେବ ଆହୁରି ମଜବୁତ।

ଏହି ପଦକ୍ଷେପ କେବଳ ବିପର୍ଯ୍ୟୟ ମୁକାବିଲାରେ ନୁହେଁ, ବରଂ ଉପକୂଳବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସହ ଓଡ଼ିଶାର ସାମୁଦ୍ରିକ ଗବେଷଣାକୁ ମଧ୍ୟ ନୂଆ ଗତି ଦେବାରେ ସହାୟକ ହେବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)