AI: ଟିବି ଚିହ୍ନଟରେ ଏଆଇର ସହାୟତା: ଛାତି ଏକ୍ସ-ରେ ବିଶ୍ଳେଷଣରେ ନୂଆ ପଦକ୍ଷେପ

Aug 27, 2026 - 11:36
AI: ଟିବି ଚିହ୍ନଟରେ ଏଆଇର ସହାୟତା: ଛାତି ଏକ୍ସ-ରେ ବିଶ୍ଳେଷଣରେ ନୂଆ ପଦକ୍ଷେପ

"ଭୁବନେଶ୍ୱର(ଅନୁଜ ଦାସ): କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଏବେ କେବଳ ପ୍ରଯୁକ୍ତି କ୍ଷେତ୍ରରେ ସୀମିତ ନାହିଁ।

ଚିକିତ୍ସା ବିଜ୍ଞାନରେ ମଧ୍ୟ ଏହା ଡାକ୍ତରଙ୍କ ସହାୟକ ଭାବେ ନୂଆ ସମ୍ଭାବନା ସୃଷ୍ଟି କରୁଛି।

ବିଶେଷକରି ଟିବି ବା ଯକ୍ଷ୍ମା ଭଳି ସଂକ୍ରାମକ ରୋଗର ବ୍ୟାପକ ଚିହ୍ନଟରେ ଏଆଇ ଆଶା ସୃଷ୍ଟି କରିଛି।ଭାରତୀୟ ଚିକିତ୍ସା ଗବେଷଣା ପରିଷଦ—ଆଇସିଏମଆର ଓ ଇନଷ୍ଟିଚ୍ୟୁଟ୍ ଫର୍ ପ୍ଲାଜ୍ମା ରିସର୍ଚ୍ଚ—ଆଇପିଆର୍‌ର ସହଯୋଗରେ ବିକଶିତ ଡିପ୍‌ସିଏକ୍ସଆର୍ ଭି୧.୧ ଛାତିର ଏକ୍ସ-ରେକୁ ବିଶ୍ଳେଷଣ କରି ଫୁସଫୁସ ଓ ଛାତିରେ ଥିବା ସମ୍ଭାବ୍ୟ ଅସାମାନ୍ୟତା ଚିହ୍ନଟ କରିପାରୁଛି।ଟିବି ଚିହ୍ନଟ ପାଇଁ ଛାତି ଏକ୍ସ-ରେ ଏକ ଗୁରୁତ୍ୱପୂର୍ଣ୍ଣ ଯାଞ୍ଚ।

କିନ୍ତୁ ଦେଶର ସବୁ ଅଞ୍ଚଳରେ ଦକ୍ଷ ରେଡିଓଲୋଜିଷ୍ଟଙ୍କ ଉପଲବ୍ଧତା ସମାନ ନୁହେଁ।

ଫଳରେ ଏକ୍ସ-ରେ କରିବା ପରେ ତାହାର ବିଶ୍ଳେଷଣ ଓ ରିପୋର୍ଟ ପାଇଁ ସମୟ ଲାଗିପାରେ।

ବିଶେଷକରି ବ୍ୟାପକ ଟିବି ସ୍କ୍ରିନିଂ ସମୟରେ ଏହା ଏକ ବଡ଼ ଚ୍ୟାଲେଞ୍ଜ।ଏହି କ୍ଷେତ୍ରରେ ଡିପ୍‌ସିଏକ୍ସଆର୍ ଭି୧.୧ ପ୍ରଥମ ସ୍ତରର ସ୍କ୍ରିନିଂ ବ୍ୟବସ୍ଥା ଭାବେ ସହାୟକ ହୋଇପାରେ।

ହଜାର ହଜାର ଏକ୍ସ-ରେ ମଧ୍ୟରୁ କେଉଁଥିରେ ସମ୍ଭାବ୍ୟ ଅସାମାନ୍ୟତା ରହିଛି, ଏଆଇ ତାହା ଦ୍ରୁତ ଭାବେ ଚିହ୍ନଟ କରିପାରିବ।

ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଆବଶ୍ୟକ ନିଶ୍ଚିତକରଣ ପରୀକ୍ଷା କରାଯାଇପାରିବ।ବରିଷ୍ଠ ବୈଜ୍ଞାନିକ ଆଇସିଏମଆରର ଡ.

ସୁମନ୍ତ ସୁନ୍ଦର ମହାନ୍ତି କହିଛନ୍ତି, ଏଆଇ ଆଧାରିତ ଏଭଳି ବ୍ୟବସ୍ଥା ବହୁ ସଂଖ୍ୟକ ଏକ୍ସ-ରେକୁ ଦ୍ରୁତ ଭାବେ ସ୍କ୍ରିନିଂ କରି ସମ୍ଭାବ୍ୟ ଅସାମାନ୍ୟ ମାମଲାକୁ ଚିହ୍ନଟ କରିବାରେ ସହାୟକ ହୋଇପାରେ।

ଏହା ଦ୍ୱାରା ଆବଶ୍ୟକ ରୋଗୀଙ୍କୁ ପରବର୍ତ୍ତୀ ଯାଞ୍ଚ ପାଇଁ ପ୍ରାଥମିକତା ଦେବା ସହଜ ହେବ।ଏହି ଏଆଇ ମଡେଲ୍‌କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରାୟ ୫୪ ହଜାର ଛାତି ଏକ୍ସ-ରେ ବ୍ୟବହାର କରାଯାଇଛି।

ଦେଶର ୧୧ଟି ରାଜ୍ୟର ୧୮ଟି କେନ୍ଦ୍ରରୁ ସଂଗ୍ରହ ହୋଇଥିବା ଏହି ତଥ୍ୟଭଣ୍ଡାରରେ ପ୍ରାୟ ୩୬ ହଜାର ୫ଶହ ଅସାମାନ୍ୟ ଓ ୧୭ ହଜାର ୫ଶହ ସାଧାରଣ ଏକ୍ସ-ରେ ସାମିଲ ଥିଲା।

ଏଥିରେ ଶିଶୁଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗର ଏକ୍ସ-ରେ ରହିଛି।ସ୍ୱାଧୀନ ଭାବେ କରାଯାଇଥିବା ପରୀକ୍ଷଣରେ ମଧ୍ୟ ଏହି ମଡେଲ୍ ଉତ୍ସାହଜନକ ଫଳାଫଳ ଦେଖାଇଛି।

୧୩ ହଜାର ୯୨୭ଟି ଛାତି ଏକ୍ସ-ରେ ଉପରେ କରାଯାଇଥିବା ପରୀକ୍ଷଣରେ ଅସାମାନ୍ୟତା ଚିହ୍ନଟରେ ଏହାର ସମ୍ବେଦନଶୀଳତା ୯୨.୨ ପ୍ରତିଶତ, ସାଧାରଣ ଏକ୍ସ-ରେ ଚିହ୍ନଟରେ ବିଶିଷ୍ଟତା ୭୭.୪ ପ୍ରତିଶତ ଏବଂ ସାମଗ୍ରିକ ସଠିକତା ୮୭.୪ ପ୍ରତିଶତ ରହିଥିଲା।Advertisment ତେବେ ଏଆଇ ଡାକ୍ତରଙ୍କ ବିକଳ୍ପ ନୁହେଁ।

ଏକ୍ସ-ରେରେ ଅସାମାନ୍ୟତା ଚିହ୍ନଟ ହେଲେ ମଧ୍ୟ ତାହାକୁ ଆଧାର କରି ଟିବି ନିଶ୍ଚିତ କରାଯାଇପାରିବ ନାହିଁ।

ରୋଗୀଙ୍କ ଲକ୍ଷଣ, ଚିକିତ୍ସା ଇତିହାସ ଓ ଅନ୍ୟାନ୍ୟ ପରୀକ୍ଷାର ଫଳାଫଳ ସହ ଏଆଇର ରିପୋର୍ଟକୁ ମିଳାଇ ଦେଖିବା ଆବଶ୍ୟକ।କ୍ୟାପିଟାଲ ହସ୍ପିଟାଲର ଛାତି ଓ ଯକ୍ଷ୍ମା ରୋଗ ବିଭାଗର ମୁଖ୍ୟ ଡ.

ସୁବାସ ଚନ୍ଦ୍ର ସାହୁ କହିଛନ୍ତି, ଅତି ପ୍ରାରମ୍ଭିକ ଅବସ୍ଥାର ରୋଗ ସହିତ ଛାତିର ହୃଦୟ ପଛପଟ ଓ କାନ୍ଧ ଉପର ନିକଟବର୍ତ୍ତୀ କିଛି ଅଞ୍ଚଳର ରୋଗଜନିତ ପରିବର୍ତ୍ତନ ଚିହ୍ନଟରେ ଏଭଳି ଏଆଇ ବ୍ୟବସ୍ଥାର କିଛି ସୀମାବଦ୍ଧତା ରହିଛି।

ତେଣୁ ଏଆଇର ଫଳାଫଳକୁ ଡାକ୍ତରଙ୍କ ଚିକିତ୍ସା ନିର୍ଣ୍ଣୟର ସହାୟକ ଭାବେ ବ୍ୟବହାର କରିବା ଆବଶ୍ୟକ।

ଭବିଷ୍ୟତର ଲଢ଼େଇ ଏଆଇ ବନାମ ଡାକ୍ତର ନୁହେଁ ଭବିଷ୍ୟତର ଲଢ଼େଇ ଏଆଇ ବନାମ ଡାକ୍ତର ନୁହେଁ; ବରଂ ଏଆଇକୁ ସାଥୀ କରି ଡାକ୍ତରଙ୍କ ଦକ୍ଷତାକୁ ଆହୁରି ସଶକ୍ତ କରିବା।

ଯେଉଁଠି ଏଆଇ ହଜାର ହଜାର ଏକ୍ସ-ରେକୁ ଦ୍ରୁତ ଭାବେ ବିଶ୍ଳେଷଣ କରିପାରିବ, ସେଠି ଡାକ୍ତରଙ୍କ ଅଭିଜ୍ଞତା ଓ କ୍ଲିନିକାଲ୍ ବିଚାର ଦେବ ସଠିକ୍ ଦିଗ।ପ୍ରଯୁକ୍ତିର ଗତି ଓ ଚିକିତ୍ସକଙ୍କ ଅଭିଜ୍ଞତା ଏକାଠି ହେଲେ ଟିବି ଭଳି ରୋଗର ଶୀଘ୍ର ଚିହ୍ନଟ, ନିଶ୍ଚିତକରଣ ଏବଂ ଠିକ୍ ସମୟରେ ଚିକିତ୍ସା ଆରମ୍ଭ କରିବାର ରାସ୍ତା ଆହୁରି ସହଜ ହୋଇପାରେ।

Songs: ରାଖୀରେ ସବୁଠୁ ଅଧିକ ମନେପଡ଼େ ଏହିସବୁ ହିନ୍ଦୀ ସିନେଗୀତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)