AI: ଏଆଇ ନଜରରେ ରହିବେ କଏଦୀ: ଜେଲ୍ ବିକାଶ ବୋର୍ଡ ବୈଠକରେ ନିଷ୍ପତ୍ତି
"ଭୁବନେଶ୍ୱର: ଜେଲ୍ଗୁଡ଼ିକରୁ କଏଦୀ ଚମ୍ପଟ,ଏକଦୀଙ୍କ ମଧ୍ୟରେ ଗଣ୍ଡଗୋଳ, ଅପରାଧୀଙ୍କ ସହ ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ପ୍ରସଙ୍ଗକୁ ଜେଲ୍ ବିକାଶ ବୋର୍ଡ ଗୁରୁତର ସହ ନେଇଛି।
ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡର ଚତୁର୍ଥ ବୈଠକରେ ଜେଲ୍ ସୁରକ୍ଷା, ବନ୍ଦୀଙ୍କ କଲ୍ୟାଣ ଓ ଭିତ୍ତିଭୂମି ବିକାଶ ଉପରେ ସମୀକ୍ଷା କରାଯାଇଥିଲା।
ଜେଲ୍ ଡିଜି ସୁଶାନ୍ତ ନାଥ କହିଥିଲେ, କଏଦୀଙ୍କ ଚମ୍ପଟ ରୋକିବା ପାଇଁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି।
ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ଜେଲ୍ରୁ ୧୦-୧୨ଜଣ କଏଦୀ ଚମ୍ପଟ ଉଦ୍ୟମ କରୁଛନ୍ତି।
ଏଥିପାଇଁ ରାଜ୍ୟର ୨୦ଟି ଜେଲ୍ରେ ଏଆଇ ଆଧାରିତ ସିସିଟିଭି ଖଞ୍ଜାଯିବା ସହ ଭିଡିଓ ଆନାଲିଟିକ୍ସ ବ୍ୟବସ୍ଥା ରଖାଯାଇଛି।
ପାଚେରି ଉଚ୍ଚତା ବୃଦ୍ଧି କରାଯାଉଛି, ଆଧୁନିକ ସୁରକ୍ଷା ଉପକରଣ ଖଞ୍ଜାଯାଉଛି।
ୱାର୍ଡରେ ଗଣ୍ଡଗୋଳ ବା କୌଣସି ସନ୍ଦେହଜନକ ସ୍ଥିତି ଉପୁଜିଲେ ତୁରନ୍ତ ଏଆଇ କ୍ୟାମେରା ଏହାକୁ ଚିହ୍ନଟ କରି ଆଲାର୍ମ ମାଧ୍ୟମରେ ସୂଚନା ଦେବ।
ସେଭଳି ୭୪ଟି ଜେଲ୍ରେ ୧୨୦ ଜଣ ଯୋଗ ପ୍ରଶିକ୍ଷକ ଏବଂ ୩୬ଟି ଜେଲ୍ରେ ୬୧ ଜଣ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କୁ ନିଯୁକ୍ତ କରାଯାଇଛି।
କଏଦୀ ଯେଭଳି ଜେଲ୍ରେ ନ ବସି କର୍ମସଂସ୍ଥାନ ପାଇ ସ୍ବାବଲମ୍ବୀ ହେବେ ଏଥିପାଇଁ ୧୧୦ଟି କ୍ଷୁଦ୍ର ଶିଳ୍ପ ୟୁନିଟ୍ ଉପରେ ଗୁରୁତ୍ବ ଦିଆଯାଇଛି।Advertisment BoB: ବ୍ୟାଙ୍କ ଅଫ୍ ବରୋଦାର ପ୍ରତିଷ୍ଠା ଦିବସ ଜେଲ୍ ବିକାଶ ବୋର୍ଡ ବୈଠକରେ ନିଷ୍ପତ୍ତିଭୁବନେଶ୍ୱର, ଯାଜପୁର ଓ ଭଦ୍ରକରେ ନୂତନ ଆଦର୍ଶ କାରାଗାର ଏହାଛଡ଼ା ଭୁବନେଶ୍ୱର, ଯାଜପୁର ଓ ଭଦ୍ରକରେ ନୂତନ ଆଦର୍ଶ କାରାଗାର ନିର୍ମାଣ ଚାଲିଛି।
ରାଜ୍ୟର ବିଭିନ୍ନ ଜେଲ୍ରେ ଥିବା ୧୯,୫୦୦ ବନ୍ଦୀଙ୍କ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ମାନସିକ ସ୍ୱାସ୍ଥ୍ୟ ସେବା, ନିଶାମୁକ୍ତି କେନ୍ଦ୍ର, କାରାରକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଓ କଟକ, ସମ୍ବଲପୁର, ବ୍ରହ୍ମପୁର, ଅନୁଗୋଳ, ବାରିପଦା, ଫୁଲବାଣୀ ଆଦି ୭ଟି ସ୍ଥାନରେ ମୁକ୍ତ ଆକାଶ ଜେଲ୍ ସ୍ଥାପନ, ରାଜ୍ୟରେ ୮୬ଟି ଜେଲ୍ ଥିବା ବେଳେ ଜେଲ୍ ସଂଖ୍ୟା କମାଇବା ଭଳି ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।
ଜେଲ୍ ଇଣ୍ଟେଲିଜେନ୍ସ ୟୁନିଟ୍, ନିୟମିତ ସୁରକ୍ଷା ଅଡିଟ୍ ଓ କର୍ତ୍ତବ୍ୟରେ ଅବହେଳା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି।
୨୦୨୫ରେ ୧୬୩୬ ଜଣ ବନ୍ଦୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ୨୦୨୫-୨୬ରେ ୨୧୮ ଜଣ ବନ୍ଦୀ ବିଭିନ୍ନ ଶିକ୍ଷା ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେବା ସହ ୨୪୧୮ଟି ଅପିଲ୍ ଓ ୨୫୬ଟି ଏସ୍ଏଲ୍ପି ଦାଖଲ କରାଯାଇଛି।
୨୦୨୨ରେ ଗଠିତ ଏହି ବୋର୍ଡରେ ୯ ବିଭାଗୀୟ ସଚିବଙ୍କ ସହ ସଦସ୍ୟ ଥିବା କାରାଗାର ଓ ସଂଶୋଧନ ସେବା ମହାନିର୍ଦ୍ଦେଶକ ବୈଠକରେ ଉପସ୍ଥିତ ଥିଲେ।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।