Ahmadebad: ଅହମଦାବାଦରେ ୧ କୋଟି ଟଙ୍କାର ଗ୍ୟାଜେଟ୍ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ
ଅହମଦାବାଦ: ଗୁଜରାଟ ର ଅହମଦାବାଦ ଜିଲ୍ଲାରେ ଥିବା ଏକ ଗୋଦାମରୁ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଛି।
ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୭୦ଟି ଆଇଫୋନ୍, ୩୬ଟି ଆପଲ୍ ୱାଚ୍, ଡେଲ୍ ଓ ଏଚ୍ପି ଲାପ୍ଟପ୍ ସମେତ ବିଭିନ୍ନ ଉପକରଣ ରହିଛି।
ଗୋଦାମରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରିର ଦୃଶ୍ୟ କଏଦ ହୋଇଛି।
ଏହାକୁ ଆଧାର କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଉଦ୍ୟମ ଚଳାଇଛି।
Advertisment ଅହମଦାବାଦ ଜିଲ୍ଲାର ସନାଥଲ୍ ସର୍କଲ୍ ନିକଟ ନବାପୁରା ଗାଁ ପାଖରେ ଥିବା ଇନ୍ଗ୍ରାମ୍ ମାଇକ୍ରୋ କମ୍ପାନିର ଗୋଦାମରେ ଏହି ଚୋରି ହୋଇଛି।
ଅକ୍ଟୋବର ୨୧ ତାରିଖ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ଗୋଦାମର ପଛପଟେ ଥିବା ଖୋଲା ପଡ଼ିଆ ଦେଇ ପ୍ରାୟ ତିନିଜଣ ଦୁର୍ବୃତ୍ତ ଭିତରକୁ ପଶିଥିଲେ।
ପରେ ପଛପଟ କବାଟ ଭାଙ୍ଗି ଗୋଦାମ ଭିତରେ ପଶି ଦାମୀ ସାମଗ୍ରୀ ଲୁଟି ନେଇଥିଲେ।
ସିସିଟିଭି ଦୃଶ୍ୟରୁ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ପାଇଁ ମୁହଁ ଓ ମୁଣ୍ଡକୁ କପଡ଼ାରେ ଘୋଡ଼ାଇଥିବା ଦେଖିବାକୁ ମିଳିଛି।
ଆହୁରି ପଢନ୍ତୁ: Mann Ki Baat: ମନ୍ କି ବାତ୍ର ୧୨ ବର୍ଷର ଯାତ୍ରାକୁ ତୀର୍ଥଯାତ୍ରା ସହ ତୁଳନା କଲେ ମୋଦୀ ଅକ୍ଟୋବର ୨୧ ତାରିଖ ରାତି ପ୍ରାୟ ୧ଟାରୁ ୨ଟା ୩୦ ମଧ୍ୟରେ ଗୋଦାମର ପଛପଟ କବାଟ ଭଙ୍ଗା ହୋଇଥିବା ଜଣେ ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ।
ଭିତରେ କେତେକ ପାର୍ସଲ୍ ଖୋଲା ହେବା ସହ ସାମଗ୍ରୀ ଗାଏବ ଥିବା ଦେଖି ସେ ଗୋଦାମ ପରିଚାଳକ ସୁଧୀର ନାୟାରଙ୍କୁ ଜଣାଇଥିଲେ।
ନାୟାର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ବିପୁଳ ପରିମାଣର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଥିଲା।
ଚୋରି ସାମଗ୍ରୀ ମଧ୍ୟରେ ୪୦ଟି ଆଇଫୋନ୍ ୧୭, ୩୦ଟି ଆଇଫୋନ୍ ୧୬, ୧୫ଟି ଡେଲ୍ ଲାପ୍ଟପ୍ ଓ ୧୧ଟି ଏଚ୍ପି ଲାପ୍ଟପ୍ ରହିଛି।
ଏହାବ୍ୟତୀତ ୩୬ଟି ଆପଲ୍ ୱାଚ୍, ୨୦ଟି ଆଇପ୍ୟାଡ୍ କି-ବୋର୍ଡ, ଆଇପ୍ୟାଡ୍ ପ୍ରୋ ଓ ଲାପ୍ଟପ୍ ବ୍ୟାଗ୍ ମଧ୍ୟ ଚୋରି ହୋଇଛି।
ଆହୁରି ପଢନ୍ତୁ: Odisha Congress Plans Strategy ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି: ଓବିସି, ଏମ୍ଏମ୍ଡିଆର୍, ଏସ୍ଆଇଆର୍ ଓ ସଂଗଠନର ଏକତା ପ୍ରମୁଖ ପ୍ରସଙ୍ଗ ଘଟଣାର ତଦନ୍ତ ପାଇଁ ଚାଙ୍ଗୋଦର ପୁଲିସ ଏକାଧିକ ଦଳ ଗଠନ କରିଛି।
ଅହମଦାବାଦ ଗ୍ରାମାଞ୍ଚଳର ଡିଏସ୍ପି ନୀଲମ ଗୋସ୍ୱାମୀଙ୍କ ସୂଚନା ଅନୁଯାୟୀ, ସିସିଟିଭି ଦୃଶ୍ୟ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କରିବାକୁ ଉଦ୍ୟମ ଚାଲିଛି।
ଗୋଦାମ ସମ୍ପର୍କରେ ଜାଣିଥିବା କୌଣସି ବ୍ୟକ୍ତିଙ୍କର ଏଥିରେ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
